27.1 C
Bhubaneswar
Friday, March 29, 2024
Homeଓଡିଶାଚିକିତ୍ସା ପାଇଁ ଅର୍ଥ ସାଜଛି ବାଧକ : ଶିଶୁପୁତ୍ରର ଗୋଡ଼ ବଙ୍କେଇ ଯାଉଛି

ଚିକିତ୍ସା ପାଇଁ ଅର୍ଥ ସାଜଛି ବାଧକ : ଶିଶୁପୁତ୍ରର ଗୋଡ଼ ବଙ୍କେଇ ଯାଉଛି

ବରଗଡ : ବୟସ ମାତ୍ର ଦୁଇ ମାସ । ହେଲେ ଜନ୍ମ ହେବା ପରେ ପରେ ଜଣାପଡ଼ିଲା ଶିଶୁପୁତ୍ରଟିର ଗୋଡ଼ ଧୀରେ ଧୀରେ ବଙ୍କେଇ ଯାଉଛି । ଯାହାକୁ ନେଇ ଗରିବ ବାପା ମା’ ଚିନ୍ତାରେ ହୋଇପଡ଼ିବା ସହ ଅର୍ଥାଭାବ ଯୋଗୁଁ ଶିଶୁପୁତ୍ରର ଚିକିତ୍ସା କରିପାରୁ ନାହାନ୍ତି । ଏପରି ଏକ ଘଟଣା ଲୋକଲୋଚନକୁ ଆସିଛି ବରଗଡ଼ ଜିଲ୍ଲା ପାଇକମାଲ ବ୍ଲକ କାଂସଡ଼ା ପଞ୍ଚାୟତ ଅନ୍ତର୍ଗତ ଗଡଗାଁ ଗ୍ରାମରେ ।
ଗଡଗାଁର ଦିନ ମଜୁରିଆ ହେମନ୍ତ ଶିକାଙ୍କ ପରିବାର କହିଲେ ବୃଦ୍ଧ ବାପା ମାଆ , ସ୍ତ୍ରୀ , ୩ ବର୍ଷର ଝିଅ ଓ ୨ ମାସର ପୁଅ ଶ୍ରୀଧର । ବିଭିନ୍ନ ସ୍ଥାନରେ ମୂଲ ମଜୁରି କରି ସେଥିରେ ଯାହା ରୋଜଗାର ହୁଏ ୫ ପ୍ରାଣୀ କୁଟୁମ୍ବଙ୍କ ଜୀବନ ହସ ଖୁସିରେ ବିତୁଥିଲା । ଗତ ଡିସେମ୍ବର ୫ ତାରିଖରେ ହେମନ୍ତଙ୍କ ପରିବାରରେ ଜନ୍ମ ନେଲା ଶ୍ରୀଧର । ଯାହାକୁ ନେଇ ପରିବାରରେ ଖୁସିର ଲହରୀ ଦେଖାଦେଇଥିଲା । ତେବେ ଶ୍ରୀଧର ଜନ୍ମ ହେବା ପରେ ଡାକ୍ତରଙ୍କ ପରାମର୍ଶ କ୍ରମେ ତାଙ୍କ ସ୍ତ୍ରୀର ପରିବାର ନିୟୋଜନ ଅସ୍ତ୍ରୋପଚାର ମଧ୍ୟ କରାଯାଇଥିଲା । କିଛି ଦିନ ପରେ ଶିଶୁପୁତ୍ର ଶ୍ରୀଧରର ଗୋଡ ବଙ୍କେଇ ଯାଉଥିବା ପରିଲକ୍ଷିତ ହୋଇଥିଲା । ପୁଅଟି ଦିବ୍ୟାଙ୍ଗ ହୋଇଯିବା ଆଶଙ୍କାରେ ଗରିବ ବାପା ମା’ ଚିନ୍ତିତ ହୋଇପଡିବା ସହ ଡାକ୍ତରଙ୍କ ପରାମର୍ଶ ଲୋଡ଼ିଥିଲେ । ହେଲେ ଶିଶୁ ପୁତ୍ରର ଚିକିତ୍ସା ପାଇଁ ତାକୁ କଟକ ବଡ଼ ମେଡିକାଲ ନେବାକୁ ପରାମର୍ଶ ଦେଇଥିଲେ । ଯାହାକୁ ନେଇ ଦିନ ମଜୁରିଆ ହେମନ୍ତଙ୍କ ପାଖରେ ଅର୍ଥ ପ୍ରତିବନ୍ଧକ ସାଜିଥିଲା । ଗୋଟିଏ ପଟେ ମା’ର ପରିବାର ନିୟୋଜନ ଅସ୍ତ୍ରୋପଚାର ବେଳେ ଅପରପକ୍ଷେ ଦୁଇ ମାସର ଶିଶୁର ଗୋଡ଼ ବଙ୍କେଇବାକୁ ନେଇ ଭାଙ୍ଗି ପଡିଛନ୍ତି ଦିନମଜୁରିଆ ହେମନ୍ତ । ଅପରପକ୍ଷେ କେଉଁ କାରଣ ଯୋଗୁଁ ଶିଶୁପୁତ୍ରର ଗୋଡ଼ ବଙ୍କେଇ ଯାଉଛି ତାହା ସ୍ପଷ୍ଟ ଭାବରେ ଜଣାପଡ଼ିନାହିଁ । ଏପରିସ୍ଥିତିରେ ଖବର ପାଇ ଦିବସ କୁମାର ସାହୁ ତାଙ୍କ ଘରକୁ ଯାଇ ହେମନ୍ତଙ୍କୁ ଆଶ୍ୱାସନା ଦେବା ସହ ଜିଲ୍ଲା ରାଷ୍ଟ୍ରୀୟ ବାଳସ୍ୱାସ୍ଥ୍ୟ କାର୍ଯ୍ୟକ୍ରମର ପରିଚାଳକଙ୍କୁ ଫୋନ ଯୋଗେ ସମସ୍ତ ତଥ୍ୟ ପ୍ରଦାନ କରିବା ସହ ଶିଶୁପୁତ୍ରର ସରକାରୀସ୍ତରରେ ମାଗଣା ଚିକିତ୍ସା ସହାୟତା ଯୋଗାଇଦେବାକୁ ଅନୁରୋଧ କରିଥିଲେ ।
ଏ ଅବସରରେ ଶ୍ରୀ ସାହୁ ଦିନ ମଜୁରିଆ ହେମନ୍ତ ଶିକାଙ୍କୁ ପୁଅର ଚିକିତ୍ସା ପାଇଁ ବ୍ୟକ୍ତିଗତ ଭାବରେ କିଛି ଆର୍ଥିକ ସହାୟତା ମଧ୍ୟ କରିଥିଲେ । ଏହା ସହ ଶିଶୁପୁତ୍ର ଶ୍ରୀଧରର ଚିକିତ୍ସା ପାଇଁ ଜିଲ୍ଲା ରେଡକ୍ରସ ପାଣ୍ଠିରୁ ସହାୟତା ଯୋଗାଇଦେବାକୁ ଗ୍ରାମବାସୀଙ୍କ ତରଫରୁ ଅନୁରୋଧ କରିଥିଲେ । ସଚେତନତା ଅଭାବ ଯୋଗୁଁ ବହୁ ଜନସାଧାରଣ ସରକାରଙ୍କ ବିଭିନ୍ନ ମାଗଣା ଚିକିତ୍ସା ସୁବିଧା ତଥା ଅନ୍ୟାନ୍ୟ ଯୋଜନା ବିଷୟରେ ଜାଣି ନ ପାରି ବଞ୍ôଚତ ହେଉଛନ୍ତି । ଯାହାକୁ ନେଇ ସରକାରୀସ୍ତରରେ ସ୍ୱାସ୍ଥ୍ୟ ସେବା ଠାରୁ ଆରମ୍ଭ କରି ବିଭିନ୍ନ ଯୋଜନା ଲୋକଙ୍କ ପାଖରେ ପହଞ୍ଚାଇବା ପାଇଁ ବ୍ୟାପକ ସଚେତନତାର ଆବଶ୍ୟକତା ରହିଛି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking