34.1 C
Bhubaneswar
Friday, March 29, 2024
Homeଅପରାଧ୫ ବର୍ଷୀୟ ଶିଶୁର ପତ୍ତା ମିଳିଲା ୨୨ ବର୍ଷ ପରେ, ବଲ୍ଲଭଗଡ଼ର ଶୁଖିଲା କୂଅରୁ

୫ ବର୍ଷୀୟ ଶିଶୁର ପତ୍ତା ମିଳିଲା ୨୨ ବର୍ଷ ପରେ, ବଲ୍ଲଭଗଡ଼ର ଶୁଖିଲା କୂଅରୁ

ଉତ୍ତରପ୍ରଦେଶ : ଉତ୍ତରପ୍ରଦେଶ ଅଲିଗଡ଼ ସ୍ଥିତ ଟପ୍ପଲ ଅଞ୍ଚଳର ମାନପୁର ଗାଁ । ପ୍ରାୟ ୨୨ ବର୍ଷ ପୁର୍ବରୁ ଜଣେ ପାଞ୍ଚ ବର୍ଷୀୟ ଶିଶୁ ଅଶୋକଙ୍କୁ ଗଳା ଚିପି ହତ୍ୟା କରାଯାଇଥିଲା । ପ୍ରଥମେ ତାଙ୍କୁ ଅପହରଣ ଓ ପରେ ହତ୍ୟା କରାଯାଇ ଜଙ୍ଗଲ ଭିତରେ ôତବା ଏକ ଶୁଖିଲା କୂଅରେ ଫିଙ୍ଗି ଦିଆଯାଇଥିଲା । ବହୁ ଖୋଜା ଖୋଜି ପରେ ନା ଶିଶୁ ପୁତ୍ରର କୌଣସି ଖବର ମିଳିଥିଲା ନା ଅପହରଣ କି ହତ୍ୟା ବାବଦରେ କୌଣସି ସୂଚନା ମିଳିଥିଲା । ବର୍ତ୍ତମାନ ପ୍ରାୟ ୨୨ ବର୍ଷ ପରେ ମିିଳିଲା ହତ୍ୟାକାରୀର ପରିଚୟ । ଦୂର ସମ୍ପର୍କୀୟ ଦାଦା – ଖୁଡ଼ୀ ଓ ତାଙ୍କ ପୁଅକୁ ଗିରଫ କରିଛି ପୁଲିସ୍ । ଅଭିଯୁକ୍ତମାନଙ୍‌କୁ ଗିରଫ କରାଯାଇ ସେମାନଙ୍କ ବୟାନ ରେକର୍ଡ଼ କରାଯାଇଥିଲା । ତାଙ୍କ ବୟାନ ମୁତାବକ , ସେମାନେ ୫ ବର୍ଷୀୟ ଶିଶୁ ଅଶୋକକୁ ହତ୍ୟା କରିବା ପରେ ତାକୁ ବଲ୍ଲଭଗଡ଼ ସ୍ଥିତ ଏକ ଶୁଖିଲା କୂଅରେ ଫିଙ୍ଗି ଦେଇ ସେହି ଅଞ୍ଚଳରେ ଗାଈ , ଛେଳିମାନଙ୍କୁ ପାଳି ଅଜ୍ଞାତବାସରେ ରହିଥିଲେ । ସୂଚନା ଦେଇ ପୁଲିସ ଅଧିକ୍ଷକ ଅତୁଲ ଶର୍ମା କହିଛନ୍ତି ଯେ , ଅପରାଧିଙ୍କୁ ଖୋଜିବା ପାଇଁ ୧୯୯୮ ମସିହାରେ ପୁରସ୍କାର ଘୋଷଣା କରାଯାଇଥିଲା । ଶିଶୁ ନିଖୋଜ ହେବା ପରେ ତାର ଦୂର ସମ୍ପର୍କୀୟ ଦାଦା, ଖୁଡ଼ୀ ଓ ତାଙ୍କ ପୁଅ ମଧ୍ୟ ନିଖୋଜ ଥିଲେ । ୨୨ ବର୍ଷ ପରେ ସେମାନଙ୍କୁ ବଲ୍ଲଭଗଡ଼ରୁ ଖୋଜାଯିବା ପରେ ସେମାନଙ୍କୁ ସେହି କୂଅ ପାଖକୁ ନିଆଯାଇଥିଲା । ଶ୍ରମିକମାନଙ୍କୁ ଲଗାଯାଇ ସେହି କୂଅକୁ ଖୋଳାଯାଇ କୂଅ ଭିତରୁ ଶିଶୁର ହାଡ଼କୁ ଉଦ୍ଧାର କରାଯାଇଥିଲା ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking