27.1 C
Bhubaneswar
Monday, August 8, 2022
Homeଓଡିଶାବାଲ୍ୟ ବିବାହ ରୋକିଲା ପ୍ରଶାସନ

ବାଲ୍ୟ ବିବାହ ରୋକିଲା ପ୍ରଶାସନ

ନବରଙ୍ଗପୁର : ବିବାହ ପାଇଁ ବାଜା ବଜଣା ସହ ବେଦି ପ୍ରସ୍ତୁତ ପୁରୋହିତ ମଧ୍ୟ ମନ୍ତ୍ର ପାଠ ଆରମ୍ଭ ପାଇଁ ପ୍ରସ୍ତୁତ ହେଉଥିଲେ ସମ୍ପର୍କୀୟ ଏବଂ ଗ୍ରାମବାସୀ ଙ୍କ ପାଇଁ ମଧ୍ୟ କୁକୁଡା ମାଂସ ଭାତ ଡାଲି ତରକାରି ସବୁ କିଛି ସରି ଯାଇଥିଲା ହଟାତ ପହଂଚି ଥିଲେ ଜିଲ୍ଲା ପ୍ରଶାସନ ର ଅଧିକାରୀ ମାନେ ଆଉ ବନ୍ଦ କରାଇଦେଇଥିଲେ ବାହାଘର । ଏହା କୌଣସି ଫିଲ୍ମ ର କାହାଣୀ ନୁହେଁ ଏଭଳି ଦୃଶ୍ୟ ଆଜି ଦେଖିବାକୁ ମିଳିଛି ନବରଙ୍ଗପୁର ଥାନା ଅନ୍ତର୍ଗତ ପୋଡାଲ ଗୁଡ଼ା ଗାଁ ରେ ।ଗାଁ ର ଦୁର୍ଯ୍ୟ ପାଇକ ଙ୍କ ନାବାଳିକା କନ୍ୟା କୁ ତେନ୍ତୁଳିଖୁଣ୍ଟି ଥାନା ଅନ୍ତର୍ଗତ ରୋସିୟା ଗୁଡ଼ା ଗାଁ ର ମୁକୁନ୍ଦ ପାଇକ ଙ୍କ ପୁଅ ଭାସ୍କର ପାଇକ ଙ୍କ ସହ ବିବାହ ପାଇଁ ସମସ୍ତ ପ୍ରସ୍ତୁତି ସାରିଥଲା । ରାତି ରେ ଭୋଜି ସରିବା ପରେ ଝିଅ ବିଦା କରିଥାନ୍ତେ ବାପା ମା । ହେଲେ ବାଲ୍ୟ ଵିଵାହ ହେଉଥିବା ଖବର ପାଇ ଚାଇଲଡ଼ ଲାଇନ ର କର୍ମକର୍ତା ଶିଶୁ ସୁରକ୍ଷା ଅଧିକାରୀ, ସିଡିପିଓ,ସିଡବ୍ଲୁ ସି ରଚୈରମ୍ୟାନ ଏବଂ ପୋଲିସ ପହଂଚି ବାହା ଘର ବନ୍ଦ କରାଇଥିଲେ ।
ଆଧାର କାର୍ଡ଼ ର ବୟସ ଅନୁସାରେ ଦୁର୍ଯ୍ୟ ପାଇକ ଙ୍କ ଝିଅ କୁ ୧୮ ବର୍ଷ ହେବା ପାଇଁ ଆଉ ୪ ମାସ ବାକି ଅଛି କିନ୍ତୁ ସ୍କୁଲ ସାର୍ଟିଫିକେଟ ଯାଞ୍ଚ କରିବାରୁ ଝିଅ ଟି ୨୦୦୫ ମସିହା ଅର୍ଥାତ ୧୫ ବର୍ଷ ହେଇଛି ତେଣୁ ଆଇନ ଅନୁଯାୟୀ ବାଲ୍ୟ ବିବାହ ଏକ ଅପରାଧ ବୋଲି ବହୁ ବୁଝାସୁଝା କରିବା ପରେ ଝିଅ ର ପରିବାର ଲୋକେ ଵିଵାହ ରୋକିବା ପାଇଁ ରାଜି ହେଇଥିଲେ ଚାଇଲଡ଼ ଲାଇନ ପକ୍ଷ ରୁ ଟଙ୍କ ଯାନୀ ,ଗ୍ରେସି ସୁନାମିଆ ଖରା , ଶିଶୁ ସୁରକ୍ଷା ଅଧିକାରୀ ସୁରେଶ ପଟ୍ଟନାୟକ, ସିଡବ୍ଲୁ ସି ଚୈରମ୍ୟାନ ଦିବାକର ବାହୁକ,ନନ୍ଦା ହାଣ୍ଡି ସିଡିପିଓ ବିନୋଦିନୀ ପଟ୍ଟନାୟକ ଏବଂ ଟାଉନ ଥାନା ପକ୍ଷ ରୁ ଏସ ଆଇ ଅଶୋକ ଦେଓ ପ୍ରମୁଖ ଏହି ବାଲ୍ୟ ବିବାହ ରୋକିବାର ମୂଖ୍ୟ ଭୂମିକା ଗ୍ରହଣ କରିଥିଲେ । ସଚେତନତା ଅଭାବ ରୁ ଏଭଳି ବାଲ୍ୟ ଵିଵାହ ପ୍ରଥା ଆଜି ବି ନବରଙ୍ଗପୁର ଜିଲ୍ଲା ରେ ବଞ୍ଚିଛି କିନ୍ତୁ ପ୍ରଶାସନ ପକ୍ଷ ରୁ ଏହି ବିବାହ ରୋକା ଯାଇଥିବାରୁ ବିଭିନ୍ନ ମହଲ ରେ ପ୍ରଶାସନ କୁ ପ୍ରଶଂସା କରାଯାଉଛି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking