39.1 C
Bhubaneswar
Wednesday, April 24, 2024
Homeଓଡିଶାପାଳଘର କରି ଖେଳିବା ହୋଇଗଲା କାଳ :୩ ଶିଶୁ ମୃତ

ପାଳଘର କରି ଖେଳିବା ହୋଇଗଲା କାଳ :୩ ଶିଶୁ ମୃତ

ଛତ୍ରପୁର: ଗଞ୍ଜାମ ଜିଲ୍ଲା ପୋଲସରାର ଖଇରଛଟା ଗାଁରେ ଏକ ଅଭାବନୀୟ ଘଟଣା ଘଟିଛି। ୪ ଜଣ ପିଲା ନିଆଁରେ ପୋଡ଼ି ହୋଇ ଗୁରୁତର ଆହତ ହୋଇଛନ୍ତି। ଗୁରୁତର ପିଲାଙ୍କ ମଧ୍ୟରେ ୩ ଜଣ ପୁଅ ଓ ଜଣେ ଝିଅ ଥିବା ଜଣାପଡ଼ିଛି। ସମସ୍ତଙ୍କ ବୟସ ୫ରୁ ୭ ବର୍ଷ ମଧ୍ୟରେ ହୋଇଥିବା ସୂଚନା ମିଳିଛି। ଆହତମାନେ ହେଉଛନ୍ତି- ଇତିଶ୍ରୀ ଜେନା (୫), ସାଇରାମ ଜେନା (୭), ଦୀପକ ଗୌଡ଼ (୭) ଓ ଆଲୋକ ଜେନା (୬)।ଆଜି ସକାଳେ ଏହି ୪ ଜଣ ପିଲା ଏକ ପାଳଘର କରି ଖେଳୁଥିଲେ। ଏହି ସମୟରେ ସେମାନେ ଏକ ଚୁଲି କରି ସେଥିରେ ନିଆଁ ଲଗାଇଥିଲେ। ସେହି ନିଆଁ ସେମାନେ କରିଥିବା ପାଳଘର ଓ ପାଳଗଦାରେ ଲାଗି ଯାଇଥିଲେ। ଫଳରେ ସେମାନେ ବି ନିଆଁ କବ୍‌ଜାକୁ ଚାଲି ଯାଇଥିଲେ।ଗାଁ ଲୋକେ ସେମାନଙ୍କୁ ଉଦ୍ଧାର କରି ପ୍ରଥମେ ପୋଲସରା ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ତେବେ ଅବସ୍ଥା ଗୁରୁତର ଥିବାରୁ ସେମାନଙ୍କୁ ବ୍ରହ୍ମପୁର ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତରକରାଯାଇଥିଲା ତାଙ୍କ ମଧ୍ୟରୁ ୩ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି ।ଜଣଙ୍କର ଅବସ୍ଥା ସଙ୍କଟାପର୍ଣ୍ଣ ।
https://onakhabar.com/2020/02/23/mayurbhanj-news-2/

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking