28.1 C
Bhubaneswar
Wednesday, April 24, 2024
Homeଓଡିଶାତ୍ରୁଟିପୂର୍ଣ୍ଣ ଚିକିତ୍ସା ଯୋଗୁ ଶିଶୁ ମୃତ

ତ୍ରୁଟିପୂର୍ଣ୍ଣ ଚିକିତ୍ସା ଯୋଗୁ ଶିଶୁ ମୃତ

ଯାଜପୁର : ତ୍ରୁଟିପୂର୍ଣ୍ଣ ଚିକିତ୍ସା ଯୋଗୁ ଆଜି ଯାଜପୁର ମୁଖ୍ୟ ଚିକିତ୍ସାଳୟର ପ୍ରସୂତୀ ବିଭାଗରେ ଗୋଟିଏ ନବଜାତ ଶିଶୁର ମୃତ୍ୟୁ ଘଟିଥିବା ଅଭିଯୋଗ ହୋଇଛି । ଏନେଇ ମୃତ ଶିଶୁର ବାପା ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀଙ୍କ ନିକଟରେ ଲିଖିତ ଅଭିଯୋଗ କରିବା ସହ ଦାୟିତ୍ୱରେ ଅବହେଳା କରିଥିବା ଡାକ୍ତର ଓ ନର୍ସଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଛନ୍ତି ।
ସୂଚନା ଅନୁଯାୟୀ, ଯାଜପୁର ରୋଡ ଥାନା ଅନ୍ତର୍ଗତ ନିଉସିଆରିଆ(ଦାନଗଦୀ) ଗ୍ରାମର ସଲାଉଦ୍ଦିନ୍ ଖାଁ ଙ୍କ ପତ୍ନୀଙ୍କର ପ୍ରସବ ଯନ୍ତ୍ରଣା ହେବାରୁ ପରିବାର ଲୋକେ ତାଙ୍କୁ ଗତ ୧୬ତାରିଖ ଦିନ ୧୨ଟା ସମୟରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ପ୍ରସୂତୀ ବିଭାଗରେ ଭର୍ତ୍ତି କରିଥିଲେ । ୩ଦିନ ଧରି ସମ୍ପୃକ୍ତ ପ୍ରସୂତୀଙ୍କୁ ଦେଖୁଥିବା ଡାକ୍ତର ଓ ନର୍ସମାନେ ମା’ ଓ ଶିଶୁ ଉଭୟ ସୁସ୍ଥ ଥିବା କହିଆସୁଥିବା ବେଳେ ବୁଧବାର ଶିଶୁଟିର ମୃତ୍ୟୁ ଘଟିଛି ବୋଲି ଦାୟିତ୍ୱରେ ଥିବା ଡାକ୍ତର କହିଥିଲେ । ଯାହାକୁ ନେଇ ଡାକ୍ତର ଓ ରୋଗୀଙ୍କ ସମ୍ପର୍କୀୟଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା । ଶେଷରେ ମୃତ ଶିଶୁର ବାପା ଏନେଇ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀଙ୍କ ନିକଟରେ ଲିଖିତ ଅଭିଯୋଗ କରିଥିଲେ ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking