27.1 C
Bhubaneswar
Friday, March 29, 2024
Homeବ୍ରେକୀଙ୍ଗକେନ୍ଦ୍ରାପଡ଼ା ସାଂସଦଙ୍କ ପାରିବାରିକ ମାମଲାରେ ମୁଖ୍ୟମନ୍ତ୍ରୀ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନିଅନ୍ତୁ : ବିଜୟ

କେନ୍ଦ୍ରାପଡ଼ା ସାଂସଦଙ୍କ ପାରିବାରିକ ମାମଲାରେ ମୁଖ୍ୟମନ୍ତ୍ରୀ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନିଅନ୍ତୁ : ବିଜୟ

ଭୁବନେଶ୍ୱର :ଅଭିନେତ୍ରୀ ବର୍ଷା ପ୍ରୟଦର୍ଶିନୀ ଓ କେନ୍ଦ୍ରାପଡ଼ା ସାଂସଦ ଅନୁଭବ ମହାନ୍ତିଙ୍କ ପାରିବାରିକ ବିବାଦକୁ ନେଇ ମୁହଁ ଖୋଲିଛନ୍ତି ବରିଷ୍ଠ ବିଜେପି ନେତା ବିଜୟ ମହାପାତ୍ର । ସେ କହିଛନ୍ତି , କେନ୍ଦ୍ରାପଡ଼ା ମାଟି ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ରାଜନୈତିକ ଭୂମି ଥିଲା । ଆଜି ଏହି ବିବାଦ ଯୋର୍ଗୁ କେନ୍ଦ୍ରାପଡ଼ା ମାଟି କଳଙ୍କିତ ହୋଇଛି । ତେଣୁ କେନ୍ଦ୍ରାପଡ଼ାର ମାନ ସମ୍ମାନ ବଜାୟ ରଖିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତୁରନ୍ତ ପଦକ୍ଷେପ ନିଅନ୍ତୁ।

ଗୁରୁବାର ଏକ ଭିଡ଼ିଓ ବାର୍ତ୍ତା ଜାରି କରି ଶ୍ରୀ ମହାପାତ୍ର ଅଭିହୋଗ କରିଛନ୍ତି ଯେ, କେନ୍ଦ୍ରାପଡ଼ା ସାଂସଦଙ୍କ କଳାକାରାନାମାରେ କେନ୍ଦ୍ରାପଡ଼ା ବାସୀ ଓ ରାଜ୍ୟବାସୀ ଆଘାତ ହୋଇଛନ୍ତି ।ସ୍ୱର୍ଗତଃ ବିଜୁ ପଟ୍ଟନାୟକ, ସ୍ୱର୍ଗତଃ ରବି ରାୟ, ସ୍ୱର୍ଗତଃ ସୁରେନ୍ଦ୍ର ମହାନ୍ତି, ସ୍ୱର୍ଗତଃ ସୁରେନ୍ଦ୍ର ଦ୍ୱିବେଦୀଙ୍କ ସମେତ ଯେତେଜଣ ଏହି ଲୋକ ସଭା ନିର୍ବାଚନ ମଣ୍ଡଳୀର ସାଂସଦ ହୋଇଥିଲେ , କାହା ବିଷୟରେ ଏମିତି ଚର୍ଚ୍ଚା ହୋଇ ନଥିଲା ।
ଏବେ ଶ୍ରୀ ମହାନ୍ତିଙ୍କ ପାଇଁ କେନ୍ଦ୍ରାପଡ଼ା ଇତିହାସରେ ଏକ କଳଙ୍କିତ ଅଧ୍ୟାୟ ଯୋଡ଼ି ହୋଇଯାଇଛି । ଯେଉଁ ସାଂସଦଙ୍କୁ ନେଇ କେନ୍ଦ୍ରାପଡ଼ା ବାସୀ ଗର୍ବ ଅନୁଭବ କରୁଥିଲେ , ଆଜି ତାଙ୍କ ପାଇଁ କେନ୍ଦ୍ରାପଡ଼ାବାସୀଙ୍କ ମୁଣ୍ଡ ନଇଁ ଯାଉଛି । ମୁଖ୍ୟମନ୍ତ୍ରୀ ଏହି ଘଟଣାକୁ ହାଲୁକା ଭାବେ ନନେଇ ତୁରନ୍ତ ଏନେଇ ପଦକ୍ଷେପ ନେବାକୁ ଶ୍ରୀ ମହାପାତ୍ର ଦାବି କରିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking