ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସୁନ୍ଦରଗଡ ଗସ୍ତ

ସୁନ୍ଦରଗଡ଼: ଆଜି ଦିନିକିଆ ସୁନ୍ଦରଗଡ଼ ଗସ୍ତରେ ଯାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସ୍ବତନ୍ତ୍ର ବିମାନ ଯୋଗେ ଝାରସୁଗୁଡ଼ାର ବୀର ସୁରେନ୍ଦ୍ର ସାଏ ବିମାନବନ୍ଦରରେ ଅବତରଣ କରିଥିଲେ । ସେଠାରୁ ହେଲିକେପ୍ଟର ଯୋଗେ ସୁନ୍ଦରଗଡ଼ ଜିଲ୍ଲା କ୍ରୀଡ଼ାସଂସଦ ଷ୍ଟାଡିଅମରେ ପହଞ୍ଚିଥିଲେ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୫୦୦ କୋଟି ଟଙ୍କାର ପ୍ରକଳ୍ପର ଉଦଘାଟନ କରିବା ସହ ଏକ ହଜାର କୋଟି ଟଙ୍କାର ପ୍ରକଳ୍ପର ଶିଳାନ୍ୟାସ କରିଛନ୍ତି ।
ସୁନ୍ଦରଗଡର ଇବ ନଦୀ କୂଳରେ ୮୫ କୋଟି ଟଙ୍କା ବ୍ୟୟରେ ରିଂ ରୋଡ ଓ ଭୋଜପୁର ନିକଟ ଇବ ନଦୀ ଉପରେ ୧୬ କୋଟି ଟଙ୍କା ବ୍ୟୟରେ ପୋଲ, ୨୨ କୋଟି ୮୫ ଲକ୍ଷ ଟଙ୍କା ବ୍ୟୟରେ ଭବାନୀଭବନ ପଡ଼ିଆର ଉଦଘାଟନ କରିଛନ୍ତି ।
https://onakhabar.com/2020/03/03/khimji-jewelers-times-business-award-2020-east/