23.1 C
Bhubaneswar
Tuesday, March 19, 2024
Homeଓଡିଶାଜନଗଣନା ସ୍ଥଗିତ ରଖିବାକୁ ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଜନଗଣନା ସ୍ଥଗିତ ରଖିବାକୁ ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଭୁବନେଶ୍ୱର: ୨୦୨୧ ଜନଗଣନା ଓ ଏନପିଆର ଅପଡେଟ୍ ପ୍ରକ୍ରିୟା ସ୍ଥଗିତ ରଖିବାକୁ ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏପ୍ରିଲ ୧ ରୁ ୩୦ ସେପ୍ଟେମ୍ବର ମଧ୍ୟରେ ଜନଗଣନାର ପ୍ରାଥମିକ କାର୍ଯ୍ୟ ସାରିବାକୁ କେନ୍ଦ୍ର ବିଜ୍ଞପ୍ତିରେ ଉଲ୍ଲେଖ ଥିଲା । ଏହି ପ୍ରକ୍ରିୟାରେ ପ୍ରାୟ ୩୦ ଲକ୍ଷ ଲୋକ ନିୟୋଜିତ ହେବେ । ତେବେ କରୋନା ଭାଇରସର ମୁକାବିଲା ଏବେ ସବୁଠାରୁ ବଡ଼ ଚ୍ୟାଲେଞ୍ଜ ଥିବାରୁ ଏଥିରେ ପରିବର୍ତ୍ତନ ଆଣିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଚିଠି ଲେଖି ଅନୁରୋଧ କରିଛନ୍ତି ।
କରୋନା ସହ ଲଢିବାକୁ ରାଜ୍ୟ ସରକାର ଅନେକ ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରିଛନ୍ତି । ତେବେ ଜନଗଣନା କାର୍ଯ୍ୟ ଆରମ୍ଭ କରାଗଲେ ଏଥିରେ ସଂପୃକ୍ତ କର୍ମଚାରୀ ଓ ଜନ ସାଧାରଣଙ୍କ ସ୍ୱାସ୍ଥ୍ୟପ୍ରତି ଗୁରୁତର ବିପଦ ସୃଷ୍ଟି ହେବ । ତେଣୁ ପୂର୍ବ ନିଷ୍ପତ୍ତିର ପୁନର୍ବିଚାର କରିବାକୁ କେନ୍ଦ୍ରକୁ ଏହି ଚିଠି ଲେଖାଯାଇଛି ।
https://onakhabar.com/2020/03/20/kamal-nath/
 

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking