34.1 C
Bhubaneswar
Friday, March 29, 2024
Homeଓଡିଶାଖୋର୍ଦ୍ଧାରେ ଆଇଟିସିର ଅତ୍ୟାଧୁନିକ ଉତ୍ପାଦନ ସାମଗ୍ରୀ କେନ୍ଦ୍ର ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ

ଖୋର୍ଦ୍ଧାରେ ଆଇଟିସିର ଅତ୍ୟାଧୁନିକ ଉତ୍ପାଦନ ସାମଗ୍ରୀ କେନ୍ଦ୍ର ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ

ଖୋର୍ଦ୍ଧା: ସମୃଦ୍ଧ ହେଉଛି ଓଡ଼ିଶା । ବଢୁଛି ରାଜ୍ୟର ଆୟ। କର୍ମ ନିଯୁକ୍ତି ପାଇବେ ଅଧିକରୁ ଅଧିକ ମହିଳା । ଖୋର୍ଦ୍ଧାରେ ଉଦଘାଟିତ ହେଲା ଆଇଟିସିର ଅତ୍ୟାଧୁନିକ ଇଣ୍ଟିଗ୍ରେଟେଡ୍ ଗ୍ରାହକ ଉତ୍ପାଦନ ସାମଗ୍ରୀ କେନ୍ଦ୍ର । ଏହି କେନ୍ଦ୍ରକୁ ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଓଡ଼ିଶାର ଖାଦ୍ୟ ପ୍ରକ୍ରିୟାକରଣ କ୍ଷେତ୍ରକୁ ବୃଦ୍ଧି କରିବା ପାଇଁ ଏହି ଇଣ୍ଟିଗ୍ରେଟେଡ ଗ୍ରାହକ ସାମଗ୍ରୀ ଉତ୍ପାଦନ ଏବଂ ଲଜିଷ୍ଟିକ୍ସ ସୁବିଧା କେନ୍ଦ୍ର ସହାୟକ ହେବ । ରାଜ୍ୟରେ ନିବେଶ କରିଥିବାରୁ ଆଇଟିସି ଲିମିଟେଡ୍‌ର ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ ସଞ୍ଜୀବ ପୁରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ। ୩୫ ଏକରରୁ ଅଧିକ ପରିମିତ ଅଞ୍ଚଳରେ ବ୍ୟାପିଥିବା ଏହି କେନ୍ଦ୍ର ନୂତନ କୃଷି ମୂଲ୍ୟବୋଧ ଶୃଙ୍ଖଳା ଏବଂ ଜୀବିକା ଉପଲବ୍ଧ କରାଇବ ।

କେନ୍ଦ୍ରରେ ଆଶୀର୍ବାଦ ଅଟା, ୟେପି , ନୁଡୁଲ୍ସ , ସନଫିଷ୍ଟ ବିସ୍କୁଟ , ଚିପ୍ପ ଭଳି ବିଭିନ୍ନ ଖାଦ୍ୟ ସାମଗ୍ରୀ ଉତ୍ପାଦନ କରାଯିବ । ଆଇଟିସିର ବିଶ୍ବ ସ୍ତରୀୟ ଖାଦ୍ୟ ବ୍ରାଣ୍ଡ ମଧ୍ୟ ପ୍ରର୍ଯ୍ୟାୟକ୍ରମେ ଏଠାରେ ଉତ୍ପାଦନ କରାଯିବ । ଓଡ଼ିଶାରେ ଆଇଟିସିର ନିବେଶ ରାଜ୍ୟର ଉତ୍ପାଦନ କ୍ଷେତ୍ରକୁ ମୂଲ୍ୟଯୁକ୍ତ ସୁବିଧା ଯୋଗାଇବା ଏବଂ କୃଷି ମୂଲ୍ୟ ଶୃଙ୍ଖଳାକୁ ସମର୍ଥନ କରିବ । ଏହି ନୂତନ ଅତ୍ୟାଧୁନିକ କାରଖାନା ଏକ ମେଗାୱାଟ ସବୁଜ ଶକ୍ତି ଦ୍ବାରା ଚାଳିତ ହେବ । ରେନ ୱାଟରର ହାର୍ଭେଷ୍ଟିଂ ବ୍ୟବସ୍ଥା ମଧ୍ୟ ଏଠାରେ ରହିବ । ଏହା ଦ୍ବାରା ସର୍ବାଧିକ ସଂରକ୍ଷଣ ଏବଂ ଭୂତଳ ଜଳ ଉପରେ ନିର୍ଭରଶୀଳତା ହ୍ରାସ ପାଇବ । ଭବିଷ୍ୟତ ପ୍ରସ୍ତୁତ ୟୁନିଟ ଅତ୍ୟାଧୁନିକ ଯନ୍ତ୍ରପାତି ଦ୍ବାରା ଏକୀକୃତ ଡାଟା ଆନାଲିଟିକ୍ସ ଏବଂ ଅତ୍ୟାଧୁନିକ ଡିଜିଟାଲ ଭିତ୍ତିଭୂମି ସହିତ ଚାଳିତ ହେବ ।ଖୋର୍ଦ୍ଧା କାରଖାନାରେ କର୍ମଜୀବୀ ମହିଳାଙ୍କ ଅଂଶଗ୍ରହଣକୁ ବୃଦ୍ଧି କରିବା ପାଇଁ ଆଇଟିସିର ଉଦ୍ୟମ କରିବ । ଏଥିରେ ୫୫ % ରୁ ଅଧିକ ମହିଳାଙ୍କୁ ନିୟୋଜିତ କରିବ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking