32.1 C
Bhubaneswar
Thursday, March 28, 2024
Homeଓଡିଶାରାଜ୍ୟରେ ପ୍ରଥମ କାଡାଭାରିକ କିଡନୀ ପ୍ରତ୍ୟାରୋପଣ : ଡାକ୍ତରଙ୍କୁ ଧନ୍ୟବାଦ ଜଣାଇଲେ  ମୁଖ୍ୟମନ୍ତ୍ରୀ

ରାଜ୍ୟରେ ପ୍ରଥମ କାଡାଭାରିକ କିଡନୀ ପ୍ରତ୍ୟାରୋପଣ : ଡାକ୍ତରଙ୍କୁ ଧନ୍ୟବାଦ ଜଣାଇଲେ  ମୁଖ୍ୟମନ୍ତ୍ରୀ

 
ଭୁବନେଶ୍ୱର : ଗତ ୪ତାରିଖ ଦିନ ମସ୍ତିଷ୍କ ମୃତ୍ୟୁ ଘଟିଥିବା ଗଞ୍ଜାମର ପ୍ରିୟଙ୍କାରାଣୀ ପାତ୍ରଙ୍କ କିଡନୀ ଦୁଇଟିକୁ ସଫଳତାର ସହ ପ୍ରତ୍ୟାରୋପଣ କରି ଦୁଇ ଜଣଙ୍କ ଜୀବନ ରକ୍ଷା କରିଥିବା ଏସସିବି ମେଡିକାଲ କଲେଜ, କଟକ  ଏବଂ ଆପୋଲ  ହସପିଟାଲ ଭୁବନେଶ୍ୱରର ଡାକ୍ତରମାନଙ୍କୁ ଆଜି ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭେଟି ସେମାନଙ୍କର ସଫଳତା ପାଇଁ ଧନ୍ୟବାଦ ଜଣାଇଥିଲେ । ଏହି ପ୍ରଥମ  କାଡାଭାରିକ କିଡନୀ ପ୍ରତ୍ୟାରୋପଣକୁ  ରାଜ୍ୟରେ ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ଏକ ମାଇଲ ଖୁଂଟ ଭାବରେ ବର୍ଣ୍ଣନା କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଡାକ୍ତରମାନଙ୍କର ଦକ୍ଷତାରେ ଉଚ୍ଚପ୍ରଶଂସା କରିଥିଲେ । ଆଗାମୀ ଦିନରେ ଅଙ୍ଗ ପ୍ରତ୍ୟାରୋପଣ ପାଇଁ ରାଜ୍ୟ ସରକାର ସବୁ ପ୍ରକାର ସାହାଯ୍ୟ ସହଯୋଗ ଯୋଗାଇ ଦେବା ପାଇଁ ଏ ଦିଗରେ ବ୍ୟାପକ ଜନସଚେତନତା ଉପରେ ଗୁରୁତ୍ୱ ଦେଇଥିଲେ ।
ସୂଚନାଯୋଗ୍ୟ ଯେ, ମୃତ୍ୟୁପରେ ଅଙ୍ଗ ଦାନକୁ ଉତ୍ସାହିତ କରିବା ପାଇଁ ରାଜ୍ୟ ସରକାର ସୁରଜ(ସମ୍ମାନ) ଘୋଷଣା କରିଛନ୍ତି । ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ ମଧ୍ୟ ଡାକ୍ତରମାନଙ୍କୁ ଶୁଭେଚ୍ଛା ଜଣାଇଥିଲେ । ୫-ଟି ସଚିବ ଭି.କେ ପାଣ୍ଡିଆନ୍ କହିଥିଲେ ଯେ, ମୃତ ବ୍ୟକ୍ତିଙ୍କର ଅଙ୍ଗଦାନ ଏକ  ମହତ ଦାନ ଏବଂ ଏହା ଦ୍ୱାରା ଅନ୍ୟମାନଙ୍କ  ଜୀବନ ରକ୍ଷା ଯେପରି ହୋଇପାରିବ, ସେଥିପାଇଁ ଆବଶ୍ୟକ ପଡ଼ିଲେ ହେଲିକପ୍ଟର ସୁବିଧା ମଧ୍ୟ ଯୋଗାଇ ଦିଆଯିବ ।
ପ୍ରାରମ୍ଭର ସ୍ୱାସ୍ତ୍ୟ ବିଭାଗର ପ୍ରମୁଖ ସଚିବ  ନିକୁଞ୍ଜ ଧଳ ପ୍ରାରମ୍ଭିକ ସୂଚନା ଦେଇଥିଲେ । କଟକ ଏସସିବି ମେଡିକାଲ  କଲେଜର ୟୁରୋଲୋଜି ବିଭାଗର ମୁଖ୍ୟ ପ୍ରଫେସର ଡ. ଚିତରଞ୍ଜନ କର ଏବଂ ଆପୋଲ ହସ୍ପିଟାଲର ନେଫ୍ରୋଲୋଜି ବିଭାଗର ମୁଖ୍ୟ ଡ. ସମୀରନ୍ ଦାସ ଅଧିକାରୀ ମୃତ ବ୍ୟକ୍ତିଙ୍କ ଅଙ୍ଗ ସଂଗ୍ରହ ଏବଂ ପ୍ରତ୍ୟାରୋପଣ ସମ୍ପର୍କରେ ବିସ୍ତୃତ ସୂଚନା ଦେଇଥିଲେ ।
କିଡନୀ ପ୍ରତ୍ୟାରୋପଣ ହୋଇଥିବା ଦୁଇଜଣ ଯାକ ରୋଗୀ ସୁସ୍ଥ ଅଛନ୍ତି ବୋଲି ବୈଠକରେ ସୂଚନା ଦିଆଯାଇଥିଲା । କଟକ ଏସସିବି ମେଡିକାଲ କଲେଜର ଟ୍ରାନ୍ସପ୍ଲାଂଟ ସର୍ଜରୀ ଓ ୟୁରୋଲୋଜି ବିଭାଗର ପ୍ରଫେସର ଡ.  ଦତ୍ତେଶ୍ୱର ହୋତା, ପ୍ରଫେସର ଜୟଶ୍ରୀ ମହାନ୍ତି, ପ୍ରଫେସର ସରୋଜାନ୍ତ ସାହୁ, ଡ. ସବ୍ୟସାଚୀ ପଣ୍ଡା, ଡ. ସଂଜୟ ଚୌଧୁରୀ, ଡ. କଲ୍ୟାଣୀବାଳା ନାୟକ, ଡ. ରୁଦ୍ରାଶିଷ ସାମଲ, ଅନିନ୍ଦିତା ସାବତ, ସୁମନ ସିଂ, ରମାକାନ୍ତ ପଣ୍ଡା, ସାବିତ୍ରୀ ଦାସ ଓ ଡ. ଏଲ.ଏନ. ବେହେରା ଏବଂ ଆପୋଲ ହସ୍ପିଟାଲର ମିଃ ସୁଧୀର ଦିଗିକର, ଡ. ସମୀରୋନ୍ଦାସ ଅଧିକାରୀ, ଡ. ଶର୍ମିଲୀ ସିହ୍ନା, ଡ. ବିବେକାନନ୍ଦ ପଣ୍ଡା, ଡ. ଦେବବ୍ରତ ଦାଶ, ଡ. ସୁବତ୍ର ସାହୁ,. ଡ. ନିତିଶ ମହାନ୍ତି ଏବଂ ମିଃ ଅଶୋକ ନାୟକ ପ୍ରମୁଖ ଉପସ୍ଥିତ ଥିଲେ ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking