ଓଡିଶୀ ସଙ୍ଗୀତକୁ ଶାସ୍ତ୍ରୀୟ ମାନ୍ୟତା ଦାବି କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : କେନ୍ଦ୍ର ପର୍ଯ୍ୟଟନ ଓ ସଂସ୍କୃତ ମନ୍ତ୍ରୀ ପହ୍ଲାଦ ସିଂହ ପଟେଲଙ୍କୁ ଆଜି ଚିଠି ଲେଖିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଓଡ଼ିଶୀ ସଙ୍ଗୀତକୁ ଶାସ୍ତ୍ରୀୟ ମାନ୍ୟତା ଦେବାକୁ ମୁଖ୍ୟମନ୍ତ୍ରୀ ଚିଠିରେ ଅନୁରୋଧ କରିଛନ୍ତି । ସେପ୍ଟେମ୍ବର ୨ରେ ରାଜ୍ୟ ଐତିହ୍ୟ କ୍ୟାବିନେଟରେ ଏନେଇ ନିଷ୍ପତ୍ତି ହୋଇଥିଲା । ବହୁ ବର୍ଷଧରି ଥିବା ଓଡିଆଙ୍କ ସ୍ୱପ୍ନଙ୍କୁ ସ୍ୱୀକାର କରିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅନୁରୋଧ କରିଛନ୍ତି । ତେବେ ଓଡିଶୀ ସଙ୍ଗୀତ ୨ ହଜାର ବର୍ଷର ପୁରୁଣା ପରମ୍ପରା । ଏହା ହିନ୍ଦୁସ୍ତାନୀ ଓ କର୍ଣ୍ଣାଟକ ସଙ୍ଗୀତଠାରୁ ସମ୍ପୂର୍ଣ୍ଣ ଭିନ୍ନ ।
ଓଡ଼ିଶୀ ସଙ୍ଗୀତର ସ୍ବତନ୍ତ୍ର ଶୈଳୀ, ବ୍ୟାକରଣ ଓ ରାଗ‌ଶାସ୍ତ୍ର ୨୦୦୦ ବର୍ଷ ପୁରୁଣା। ଏ ବିଷୟରେ ଲିଖିତ ଭାବେ ବର୍ଣ୍ଣିତ ଅଛି। ଓଡ଼ିଶୀକୁ ଶାସ୍ତ୍ରୀୟ ମାନ୍ୟତା ଦେବା ପାଇଁ ବଳିଷ୍ଠ ତଥ୍ୟ ଓ ପ୍ରମାଣ ମଧ୍ୟ ରହିଛି। ତେଣୁ କେନ୍ଦ୍ର ସରକାର ଏହାର ବିଭିନ୍ନ ଦିଗକୁ ବିଚାର କରି ଏହି ସଙ୍ଗୀତକୁ ଶାସ୍ତ୍ରୀୟ ମାନ୍ୟତା ପ୍ରଦାନ କରିବାକୁ ମୁଖ୍ୟମନ୍ତ୍ରୀ ଚିଠିରେ କେନ୍ଦ୍ରମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି।

LEAVE A REPLY

Please enter your comment!
Please enter your name here