31.1 C
Bhubaneswar
Friday, March 29, 2024
Homeଓଡିଶାପିପିଲି-ଡେଲାଙ୍ଗର ବିକାଶ କାମ ମୁଁ ନିଜେ ବୁଝିବି : ମୁଖ୍ୟମନ୍ତ୍ରୀ

ପିପିଲି-ଡେଲାଙ୍ଗର ବିକାଶ କାମ ମୁଁ ନିଜେ ବୁଝିବି : ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ପିପିଲି- ଡେଲାଙ୍ଗ ବାସୀଙ୍କୁ ଉଦବୋଧନ ଦେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଲେ, ପିପିଲି-ଡେଲାଙ୍ଗର ପ୍ରିୟ ଭାଇ ଓ ଭଉଣୀମାନଙ୍କୁ ମୋର ନମସ୍କାର
ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଶ୍ରେଷ୍ଠ ଭକ୍ତ ଦାସିଆଙ୍କ ପବିତ୍ରଭୂମି ଏ ପିପିଲି-ଡେଲାଙ୍ଗ
ମହାତ୍ମା ଗାନ୍ଧୀଙ୍କ ପଦଯାତ୍ରାର ସ୍ମୃତିରେ ଧନ୍ୟ ଏ ପିପିଲି-ଡେଲାଙ୍ଗ
କଳାର ଭୂମି ଏ ପିପିଲି-ଡେଲାଙ୍ଗ, ଏହାର ଚାନ୍ଦୁଆ ଦେଶ ବିଦେଶରେ ଓଡିଶାର ସୁନାମ ଆଣିଛି  ।
ଧନ୍ୟ ଏ ମାଟି ଧନ୍ୟ ତାର ଇତିହାସ ଏ ମାଟିକୁ ମୋର ପ୍ରଣାମ  ।
ଆଜି ସାରା ଓଡ଼ିଶା ମହାତ୍ମାଗାନ୍ଧୀଙ୍କ ଓଡ଼ିଶା ଆଗମନର ଶହେ ବର୍ଷ ପାଳନ କରୁଛି  । ବେରବୋଇ ଆଶ୍ରମରେ ବାପୁ ଆଠ ଦିନ ରହିଥିଲେ  । ଆଜି ପିପିଲି-ଡେଲାଙ୍ଗ ଯାଇଥିଲେ ମୁଁ ବହୁତ ଖୁସି ହୋଇଥାନ୍ତି  ।
ମୁଁ ଜାଣେ ମୋ ପ୍ରତି ଆପଣମାନଙ୍କର ବହୁତ ଭଲ ପାଇବା ରହିଛି  । ଯଦି ମୁଁ ପିପିଲି-ଡେଲାଙ୍ଗ ଯାଇଥାନ୍ତି ତେବେ ଆପଣମାନେ ମୋତେ ଆର୍ଶୀବାଦ କରିବାକୁ ବହୁ ସଂଖ୍ୟାରେ ଏକାଠି ହୋଇଥାନ୍ତେ  । ଭାବିଲି କୋଭିଡ଼ ସମୟରେ ଏହା ଉଚିତ୍‍ ହେବ ନାହିଁ  । ମୋ ପାଇଁ କିଏ ବିପଦରେ ପଡ଼ୁ ଏହା ମୁଁ ଚାହେଁ ନାହିଁ  । ସେଥିପାଇଁ ଆଜି ଠସୟରକ୍ଟ ଉକ୍ଟଦ୍ଭଲରକ୍ସରଦ୍ଭମସଦ୍ଭଶରେ ଆପଣମାନଙ୍କୁ ଭେଟୁଛି  । କରୋନା ଦୁର ହେବା ପରେ ମୁଁ ନିଜେ ପିପିଲି-ଡେଲାଙ୍ଗ ଯାଇ ଆପଣମାନଙ୍କୁ ଭେଟିବି  ।
ଆପଣଙ୍କ ବିଧାୟକ ପ୍ରଦୀପ ମହାରଥୀଙ୍କ ବିୟୋଗ ଯୋଗୁଁ ଏ ଉପ ନିର୍ବାଚନ ହେଉଛି  ।
ପିପିଲିର ଜନସାଧାରଣ ସବୁବେଳେ ବିଜୁ ଜନତା ଦଳ ସହିତ ଅଛନ୍ତି  । ବିଜୁ ବାବୁଙ୍କ ପ୍ରତି ଓ ବିଜୁ ପରିବାର ପ୍ରତି ଆପଣମାନଙ୍କର ବହୁତ ଭଲ ପାଇବା ଅଛି ଅପ୍ରେଲ ୧୭ରେ ଆମେ ବିଜୁ ବାବୁଙ୍କର ତେଇଶ ତମ ଶ୍ରାଦ୍ଧ ପାଳନ କରୁଛେ ବିଜୁବାବୁ କେବଳ ଓଡ଼ିଶା ନୁହେଁ ସାରା ଭାରତରେ ଅମୂଲ୍ୟ ରତ୍ନ ସେ ସବୁବେଳେ ଆମ ପାଇଁ ପ୍ରେରଣ ହୋଇ ରହିଛନ୍ତି  ।
ବିକାଶ ଆଜି ଓଡ଼ିଶାର ନୂଆ ପରିଚୟ ହୋଇଛି  । ସେ ଚାଷୀ ମାନଙ୍କର ବିକାଶ ହେଉ ବା ଗରିବ ଲୋକର କଲ୍ୟାଣ  । ମା’ ମାନଙ୍କ ବିକାଶ ହେଉ ବା ଭିତ୍ତିଭୂମିର ବିକାଶ  । ସବୁଥିରେ ଓଡ଼ିଶା ସାରା ଦେଶରେ ଆଗରେ ଅଛି  । ଆମ ରାଜ୍ୟର ୭୦ ଲକ୍ଷ ମା’ ମାନଙ୍କୁ ନେଇ ଗଠିତ ମିଶନ ଶକ୍ତି ଆଜି ବିକାଶର ସାରଥି ହୋଇଛି  । ମା’ ମାନଙ୍କର ସମୃଦ୍ଧି ହିଁ ପରିବାରର ସମୃଦ୍ଧି  । ଆଜି ଆମର ମା’ ମାନେ ହେଉଛନ୍ତି ଗାଁ, ପଞ୍ଚାୟତ, ବ୍ଲକ୍‍ ଆଦିରେ ଥିବା ସରକାରୀ ସମ୍ପତ୍ତିର ମାଲିକ  । ମୋର ଅନୁରୋଧ ମା’ ମାନେ ବହୁ ସଂଖ୍ୟାରେ ଆସି ଶଙ୍ଖ ଚିହ୍ନରେ ଭୋଟ ଦେଇ ଆମକୁ ଆର୍ଶିବାଦ କରନ୍ତୁ  । କରୋନାକୁ ରୋକିବା ପାଇଁ ମଧ୍ୟ ଓଡ଼ିଶା ବହୁତ ଭଲ କାମ କରିଛି  ।
ଆପଣମାନେ ଜାଣନ୍ତି କରୋନାର ଦ୍ୱିତୀୟ ଲହର ଭୟ ଏବେ ଦେଖା ଦେଇଛି  । ତେଣୁ ଆମକୁ ସତର୍କ ରହବାକୁ ହେବ  । ମୋର ଅନୁରୋଧ ଆପଣମାନେ କୋଭିଡ଼ି ନିୟମ ପାଳନ କରନ୍ତୁ  । ଘରୁ ବହାରିଲେ ଠିକ୍‍ ଭାବରେ ମାସ୍କ ପିନ୍ଧି ଯାଆନ୍ତୁ ପିପିଲି-ଡେଲାଙ୍ଗ ଅଂଚଳରେ ଅନେକ ଭଲ କାମ ହୋଇଛି  । ମୁଁ ଜାଣେ ଆଗକୁ ଆହୁରି ଅନେକ ଭଲ ଭଲ କାମ ପାଇଁ ସୁଯୋଗ ମଧ୍ୟ ରହିଛି  । ପିପିଲି-ଡେଲାଙ୍ଗର ବିକାଶ କାମ ମୁଁ ନିଜେ ବୁଝିବି  ।
ମୋର ଅନୁରୋଧ ବିଜୁ ଜନତା ଦଳର ପ୍ରାର୍ଥୀକୁ ଶଙ୍ଗ ଚିହ୍ନରେ ଭୋଟ ଦେଇ ଆପଣମାନେ ଆଶୀର୍ବାଦ କରନ୍ତୁ  ।
ପୁଣି ଥରେ ଅନୁରୋଧ କରୁଛି, ବିଜୁ ଜନତା ଦଳର ପ୍ରାର୍ଥୀକୁ ଶଙ୍ଖ ଚିହ୍ନରେ ଭୋଟ ଦେଇ ଆଶୀର୍ବାଦ କରନ୍ତୁ  ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking