33.1 C
Bhubaneswar
Thursday, April 25, 2024
Homeଦେଶ ବିଦେଶଜାମିନ ପାଇବାର ଦିନକ ପରେ ପାର୍ଲାମେଣ୍ଟ୍‌ରେ ପହଞ୍ଚିଲେ ଚିଦମ୍ବରମ୍‌

ଜାମିନ ପାଇବାର ଦିନକ ପରେ ପାର୍ଲାମେଣ୍ଟ୍‌ରେ ପହଞ୍ଚିଲେ ଚିଦମ୍ବରମ୍‌

ନୂଆଦିଲ୍ଲୀ: ସୁପ୍ରିମ୍‌ କୋର୍ଟଙ୍କ ଦ୍ୱାରା ଜାମିନ ପାଇବାର ଦିନକ ପରେ ଅର୍ଥାତ୍‌ ଗୁରୁବାର ପୂର୍ବାହ୍ନରେ ଶୀତକାଳୀନ ଅଧିବେଶନରେ ଯୋଗଦେବା ପାଇଁ ବରିଷ୍ଠ କଂଗ୍ରେସ ନେତା ପି ଚିଦମ୍ବରମ୍‌ ପାର୍ଲାମେଣ୍ଟ୍‌ରେ ପହଞ୍ଚିଛନ୍ତି। ପାର୍ଲାମେଣ୍ଟ ବାହାରେ ପିଆଜର ଦର ବୃଦ୍ଧ ଯୋଗୁଁ ବିରୋଧୀ ସାଂସଦମାନେ କରୁଥିବା ପ୍ରତିବାଦରେ ମଧ୍ୟ ଚିଦମ୍ବରମ୍‌ ଭାଗ ନେଇଥିଲେ।
ସିବିଆଇ ଦ୍ୱାରା ଅଗଷ୍ଟ ୨୧ ତାରିଖରେ ଗିରଫ ହୋଇ ଚିଦମ୍ବରମ୍‌ ତିନି ମାସରୁ ଅଧିକ ସମୟ ଦିଲ୍ଲୀର ତିହାର ଜେଲ୍‌ରେ ଥିଲେ। ଦୁଇ ଲକ୍ଷ ଟଙ୍କାର ବ୍ୟକ୍ତିଗତ ବଣ୍ଡ୍‌ ଏବଂ ସମ ପରିମାଣ ଅର୍ଥର ଦୁଇଟି ମୁଚାଲିକା ରଖି ବୁଧବାର ଦିନ ଶୀର୍ଷ ଅଦାଲତ ତାଙ୍କୁ ଜାମିନ ଦେଇଥିଲେ। ମାମଲା ସଂକ୍ରାନ୍ତରେ କୌଣସି ସାକ୍ଷାତ୍‌କାର କି, ବିବୃତି ନ ଦେବା ପାଇଁ ଅଦାଲତ ତାଙ୍କୁ ଆଦେଶ ଦେଇଛନ୍ତି। ମାମଲାର କୌଣସି ସାକ୍ଷୀଙ୍କୁ ପ୍ରଭାବିତ ନ କରିବା ଏବଂ ପ୍ରମାଣ ନ ବଦଳାଇବାକୁ ମଧ୍ୟ ଅଦାଲତ ତାଙ୍କୁ ଚେତାଇ ଦେଇଛନ୍ତି।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking