39.1 C
Bhubaneswar
Wednesday, April 24, 2024
Homeଓଡିଶାଲାଲଗଡର ସୀମାନ୍ତ ଅଞ୍ଚଳର କରୁଣ କାହାଣୀ ଗର୍ଭବତୀଙ୍କ ପାଇଁ ଉଚ୍ଛୁଳା ନଦୀ ଭିତରେ ମାନବ ଶୃଙ୍ଖଳ...

ଲାଲଗଡର ସୀମାନ୍ତ ଅଞ୍ଚଳର କରୁଣ କାହାଣୀ ଗର୍ଭବତୀଙ୍କ ପାଇଁ ଉଚ୍ଛୁଳା ନଦୀ ଭିତରେ ମାନବ ଶୃଙ୍ଖଳ ତିଆରି କଲେ ଗାଁ ଲୋକେ । ଛତିଶଗଡର ବିଜାପୁରର ଆସିଲା ଅପହଂଚ ବିକାଶ ଚିତ୍ର

ଛତିଶଗଡ: ସାମ୍ନାକୁ ଆସିଲା ଲାଲଗଡ଼ର କରୁଣାଙ୍କ କରୁଣ କାହାଣୀ । ଗର୍ଭଯନ୍ତ୍ରଣା ସହି ଉଚ୍ଛୁଳା ନଦୀ ପାର ହୋଇ ସ୍ୱାସ୍ଥ୍ୟକେନ୍ଦ୍ରରେ ପଂହଚିଥିଲେ ମଧ୍ୟ କରୁଣାଙ୍କ ଶିଶୁ ଦେଖିପାରିଲାନି ଦୁନିଆର ଆଲୋକ । ଏହେଉଛି ସେଇ ଦୃଶ୍ୟ ଯେଉଁଠି ଗର୍ଭବତୀ କରୁଣାଙ୍କ ପାଇଁ ଉଚ୍ଛୁଳା ନଦୀ ଭିତରେ  ମାନବ ଶୃଂଖଳ ତିଆରି କରିଥିଲେ ଗାଁ ଲୋକେ । ବେକେ ପାଣିରେ ନଦୀର ଦୁଇ ମୁଣ୍ଡରେ ଗାଁ ଲୋକ ମାନେ ଦଉଡ଼ି ବାନ୍ଧୀ ଗର୍ଭବତୀ ମହିଳାଙ୍କୁ ନଦୀ ପାର କରିଛନ୍ତି । ଗୋଟିଏ ପଟେ ପ୍ରସବ ବେଦନା ଆଉ ଅନ୍ୟ ପଟେ ଭରା ନଦୀ ପାର ହେବାର କଷ୍ଟ, ଗର୍ଭବତୀ ମହିଳାଙ୍କ ଦୁଃଖକୁ ଦ୍ୱିଗୁଣିତ କରିଥିଲା । ଆଉ ମହିଳାଙ୍କୁ ନଦୀ ପାର କରିବା ପାଇଁ ଗାଁ ଲୋକେ ଏକତ୍ରିତ ହୋଇ ମାନବ ଶୃଂଖଳ ତିଆରି କରି ନଦୀ ପାର କରିଥିଲେ । କାରଣ ନଦୀ ପାର ହେଲେ ପ୍ରସବ ଯନ୍ତ୍ରଣାରେ ଛଟପଟ ହେଉଥିବା ମହିଳା ଜଣକ ନବଜାତ ଶିଶୁ ଜନ୍ମଦେବେ । ହେଲେ ମାନବ ଶୃଂଖଳ କରି ଗାଁ ଲୋକ ନଦୀର ପ୍ରଖର ସ୍ରୋତକୁ ସିନା ପାର କରିଦେଲେ ହେଲେ ମହିଳାଙ୍କ ଗର୍ଭସ୍ତ ସନ୍ତାନ ଦୁନିଆ ଦେଖିବା ଆଗରୁ ସବୁଦିନ ପାଇଁ ଆଖିବୁଜି ଦେଇଥିଲା । ଲାଲ ଗଡ଼ରୁ ଆସିଛି ବନ୍ୟା ସମୟର ଏଭଳି କରୁଣ ଚିତ୍ର । ମାଲକାନଗିରି- ଛତିଶଗଡ଼ ସୀମା ବିଜାପୁର ଜିଲ୍ଲା ଲଙ୍କାପାଲି ଗାଁର ଏଭଳି ଘଟଣା ସାମ୍ନାକୁ ଆସିଛି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking