22.1 C
Bhubaneswar
Sunday, January 23, 2022
Homeଦେଶ ବିଦେଶରିଲିଜ୍ ହେଲା ‘ଛପାକ’ ଫିଲ୍ମର ଟ୍ରେଲର

ରିଲିଜ୍ ହେଲା ‘ଛପାକ’ ଫିଲ୍ମର ଟ୍ରେଲର

ନୂଆଦିଲ୍ଲୀ : ବହୁ ପ୍ରତୀକ୍ଷିତ ଫିଲ୍ମ ‘ଛପାକ’ର ଟ୍ରେଲର ଆଜି ରିଲିଜ୍‌ ହୋଇଛି । ଏହା ଏକ ସତ୍ୟ କାହଣା ଉପରେ ଆଧାରିତ ଚଳଚିତ୍ର | ଏସିଡ୍‌ ଆକ୍ରମଣରେ ଶିକାର ହୋଇଥିବା ଲକ୍ଷ୍ମୀ ଅଗ୍ରଓ୍ବାଲଙ୍କ କାହାଣୀ ‘ଛପାକ’ ଫିଲ୍ମ ମାଧ୍ୟମ​‌ରେ ଦର୍ଶମାନେ ଦେଖି ପାରିବେ । ଛପାକ ଫିଲ୍ମ​‌ରେ ମାଳତୀଙ୍କ ଭୂମିକାରେ ଦୀପିକା ପାଦୁକୋନ ଅଭିନୟ କରିଛନ୍ତି । ମାଳତୀଙ୍କ ସଂଘର୍ଷମୟ କାହାଣୀ କିପରି ରହିଛି ତାହା ଫିଲ୍ମର ଟ୍ରେଲରରୁ ହିଁ ଦେଖିବାକୁ ମିଳିଛି । ଏସିଡ଼୍‌ ମାଡ଼ର ଶିକାର ହୋଇଥିବା ପୀଡ଼ିତାଙ୍କ କାହାଣୀ ଛପାକ ଫିଲ୍ମରେ ରହିଛି । ଫିଲ୍ମର ଟ୍ରେଲର ରିଲିଜ ହେବା ପରେ ଦୀପିକା କହିଛନ୍ତି ଯେ ଏହି ଫିଲ୍ମରେ କେବଳ ତାଙ୍କର ମୁହଁର ଆକୃତି ବଦଳି ଯାଇଛି ହେଲେ ତାଙ୍କ ମନ ବଦଳି ନାହିଁ । ଲୋମ ଟାଙ୍କୁରି ଉଠିଲା ଭଳି ଡାଇଲଗ୍‌ ଏହି ଫିଲ୍ମରେ ରହିଛି । ଦୀପିକାଙ୍କ ଶରୀର ସମ୍ପୂର୍ଣ୍ଣ ଭାବେ ଜଣେ ଏସିଡ୍‌ ଆଟାକ୍ ପୀଡ଼ିତାଙ୍କ ଭଳି ରହିଛି ।ପ୍ରଥମ ଥର ପାଇଁ ଦୀପିକା ଏଭଳି ଚରିତ୍ର​‌ରେ ନଜର ଆସିଛନ୍ତି । ଫିଲ୍ମର ଟ୍ରେଲରକୁ ଦର୍ଶକ ବହୁତ ପସନ୍ଦ କରିଥିବା ବେଳେ ୨୦୨୦ ମସିହାରେ ଛପାକ ଫିଲ୍ମ ବକ୍ସ ଅଫିସ୍‌ରେ ସୁପରହିଟ୍ ହେବ ବୋଲି ଆଶା କରାଯାଉଛି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking