29.1 C
Bhubaneswar
Wednesday, April 24, 2024
Homeଖେଳଆଇଏସ୍‌ଏଲ୍‌-୭ : ଚେନ୍ନାୟିନ୍ ଏଫ୍‌ସି ଓ ନର୍ଥଇଷ୍ଟ ୟୁନାଇଟେଡ୍ ଏଫ୍‌ସି ଗୋଲ୍‌ଶୂନ୍ୟ

ଆଇଏସ୍‌ଏଲ୍‌-୭ : ଚେନ୍ନାୟିନ୍ ଏଫ୍‌ସି ଓ ନର୍ଥଇଷ୍ଟ ୟୁନାଇଟେଡ୍ ଏଫ୍‌ସି ଗୋଲ୍‌ଶୂନ୍ୟ

ଗୋଆ : ରବିବାର ଆଇଏସ୍‌ଏଲ୍‌-୭ର ଦୁଇଟି ମ୍ୟାଚ୍ ଖେଳାଯାଇଥିଲା । ଭାସ୍କୋର ତିଳକ ମୈଦାନରେ ଖେଳାଯାଇଥିବା ପ୍ରଥମ ମ୍ୟାଚ୍ ଚେନ୍ନାୟିନ୍ ଏଫ୍‌ସି ଓ ନର୍ଥଇଷ୍ଟ ୟୁନାଇଟେଡ୍ ଏଫ୍‌ସି ମଧ୍ୟରେ ଗୋଲ୍‌ଶୂନ୍ୟ ଭାବେ ଶେଷ ହୋଇଥିବା ବେଳେ ଫତୋର୍ଦାରେ ଅନୁଷ୍ଠିତ ଦ୍ୱିତୀୟ ମ୍ୟାଚ୍‌ରେ ବେଙ୍ଗାଲୁରୁ ଏଫ୍‌ସି ୪-୨ ଗୋଲ୍‌ରେ କେରଳ ବ୍ଲାଷ୍ଟର୍ସକୁ ହରାଇଦେଇଛି । ପ୍ରତିଯୋଗିତାର ୨୬ତମ ମ୍ୟାଚ୍‌ଟିକୁ ଡ୍ର’ ରଖିବା ଫଳରେ ନର୍ଥଇଷ୍ଟ୍ ୟୁନାଇଟେଡ୍ ୧୦ ପଏଣ୍ଟ ସହ ମୁମ୍ବାଇ ସିଟି ତଳେ ଟେବଲ୍‌ର ଦ୍ୱିତୀୟ ସ୍ଥାନକୁ ଉଠିଥିବା ବେଳେ ଚେନ୍ନାୟିନ୍ ଏଫ୍‌ସି ୫ମ ପଏଣ୍ଟ ସହ ୮ମ ସ୍ଥାନରେ ରହିଛି । ଏହି ମ୍ୟାଚ୍‌ରେ ଉଭୟ ଦଳ ଗୋଲ୍ ଦେବାର ଏକାଧିକ ସୁଯୋଗ ପାଇଥିଲେ ହେଁ କେହି ବି ସଫଳ ନ ହେବାରୁ ମ୍ୟାଚ୍‌ର ଫଳାଫଳ ବାହାରିପାରି ନ ଥିଲା ।

ଅନ୍ୟପକ୍ଷରେ ଫତୋର୍ଦାରେ ଖେଳାଯାଇଥିବା ଚଳିତ ସଂସ୍କରଣର ୨୭ତମ ମ୍ୟାଚ୍‌ରେ ୧୭ତମ ମିନିଟ୍‌ରେ ରାହୁଲ କାନୋଲି ପ୍ରବୀଣ ମ୍ୟାଚ୍‌ର ପ୍ରଥମ ଗୋଲ୍ ସ୍କୋର୍ କରି କେରଳ ବ୍ଲାଷ୍ଟର୍ସକୁ ୧-୦ରେ ଆଗୁଆ କରାଇଥିଲେ । ତେବେ ୨୯ତମ ମିନିଟ୍‌ରେ କ୍ଲେଇଟନ୍ ସିଲ୍‌ଭା ଗୋଲ୍ କରି ସ୍ଥିତି ବରାବର କରିଥିଲେ । ଏହାପରେ କ୍ରିଷ୍ଟାଆନ୍ ଅପ୍‌ସେଥ୍ (୫୧ତମ) ଓ ଡିମାସ୍ ଡେଲ୍‌ଗାଡ଼ୋ (୫୩ତମ) ଦୁଇ ମିନିଟ୍ ମଧ୍ୟରେ ଦୁଇଟି ଗୋଲ୍ ଦେଇ ବେଙ୍ଗାଲୁରୁକୁ ୩-୧ର ଅଗ୍ରଣୀ ପ୍ରଦାନ କରିଥିଲେ । ଅବଶ୍ୟ ବ୍ଲାଷ୍ଟର୍ସ ଖେଳାଳିମାନେ ମ୍ୟାଚ୍ ଉପରେ ନିୟନ୍ତ୍ରଣ ଆଣିବା ପାଇଁ ଉଦ୍ୟମ ଚଳାଇବା ସହ ୬୧ତମ ମିନିଟ୍‌ରେ ଭିସେଣ୍ଟା ଗୋମେଜ୍ ଦଳ ପକ୍ଷରୁ ଦ୍ୱିତୀୟ ଗୋଲ୍ ଦେଇ ବ୍ୟବଧାନକୁ କମାଇଥିଲେ । କିନ୍ତୁ ୬୫ତମ ମିନିଟ୍‌ରେ ଅଧିନାୟକ ସୁନୀଲ୍ ଛେତ୍ରୀ ହେଡର୍ ମାଧ୍ୟମରେ ୪ର୍ଥ ଗୋଲ୍ ଦେଇ ବେଙ୍ଗାଲୁରୁକୁ ୪-୨ରେ ବିଜୟୀ କରାଇଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking