34.1 C
Bhubaneswar
Friday, March 29, 2024
Homeଓଡିଶାଓଡ଼ିଶାକୁ ସଗଠନକୁ ସୁଦୃଢ଼ କରିବାକୁ ଚେଷ୍ଟା କରିବେ ଚେଲ୍ଲା କୁମାର

ଓଡ଼ିଶାକୁ ସଗଠନକୁ ସୁଦୃଢ଼ କରିବାକୁ ଚେଷ୍ଟା କରିବେ ଚେଲ୍ଲା କୁମାର

ଭୁବନେଶ୍ବର: ପଞ୍ଚାୟତ ନିର୍ବାଚନ ନେଇ ଉଭୟ ଶାସକ ଓ ବିରୋଧୀ ଅଙ୍କ କଷାକଷି ଆରମ୍ଭ କରି ସାରିଲେଣି । ଏହାକୁ ନେଇ ୩ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ଓଡ଼ିଶା କଂଗ୍ରେସ ପ୍ରଭାରୀ ଏ ଚେଲ୍ଲା କୁମାର । ଡିସେମ୍ବର ୧୭ ତାରିଖରେ ଭୁବନେଶ୍ବରରେ ପହଞ୍ଚିବେ ।

ଏହାପରେ ୧୮ ତାରିଖରେ ଭୁବନେଶ୍ୱରରୁ ବାହାରି ନୟାଗଡ଼ ଅଭିମୁଖେ ଗସ୍ତ କରିବେ । ସେଠାରୁ ସନ୍ଧ୍ୟାରେ ଫୁଲବାଣୀ ଗସ୍ତ କରିବେ । ଏହାପରେ ୧୯ ତାରିଖରେ ଫୁଲବାଣୀରେ ଏକ ମିଶ୍ରଣ ପର୍ବରେ ଯୋଗ ଦେବା କାର୍ୟ୍ୟକ୍ରମ ରହିଛି । ଏହାଦ୍ବାରା ପଞ୍ଚାୟତ ନିର୍ବାଚନ ପାଇଁ ଦଳକୁ ଫାଇଦା ହେବା ବୋଲି କହିଛନ୍ତି ବରିଷ୍ଠ କଂଗ୍ରେସ ନେତା ସୁର ରାଉତରାୟ ।ଚେଲ୍ଲା କୁମାରଙ୍କ ଓଡ଼ିଶା ଗସ୍ତକୁ ନେଇ ସୁର ରାଉତରାୟ କହିଛନ୍ତି ଯେ, “ସେ ଓଡ଼ିଶାକୁ ସଗଠନକୁ ସୁଦୃଢ଼ କରିବାକୁ ଚେଷ୍ଟା କରିବେ । ପଞ୍ଚାୟତ ନିର୍ବାଚନରେ କଂଗ୍ରେସ କିଭଳି ଭଲ କରିବ ତାହାକୁ ନେଇ ମନ୍ତ୍ର ଦେବେ । ଜାନୁଆରୀ ମାସରେ ଆମେ ତାଙ୍କୁ ଖୋର୍ଦ୍ଧାକୁ ଡାକିବୁ । ସେ ଆସିଲେ ଦଳକୁ ଫାଇଦା ହେଉଛି ।”ପଞ୍ଚାୟତ ଓ ପୌର ନିର୍ବାଚନରେ କଂଗ୍ରେସ ଦଳ କିଭଳି ଭଲ ପ୍ରଦର୍ଶନ କରିବ ସେନେଇ ଚେଲ୍ଲା କୁମାରଙ୍କ ଗସ୍ତ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ । ଚେଲ୍ଲା କୁମାର ଓଡ଼ିଶା ଦାୟୀତ୍ୱ ନେବା ପରେ ଏହା ପ୍ରଥମ ପଞ୍ଚାୟତ ନିର୍ବାଚନ । ତେଣୁ ଉଭୟ ଦଳ ଏବଂ ଦଳ ପ୍ରଭାରୀଙ୍କ ପାଇଁ ଅଗ୍ନିପରୀକ୍ଷା ସଦୃଶ । କାରଣ ୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ଏହା ନିଶ୍ଚିତ ଭାବେ ଟ୍ରେଲର ବୋଲି ଅଗ୍ରାହ୍ୟ କରିହେବ ନାହିଁ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking