31.1 C
Bhubaneswar
Friday, March 29, 2024
Homeଅପରାଧଓଡିଶା ଛତିଶଗଡ ସୀମାନ୍ତ ହତ୍ୟା ଘଟଣା ପର୍ଦ୍ଦାଫାସ କଲା ଛତିଶଗଡ ପୁଲିସ

ଓଡିଶା ଛତିଶଗଡ ସୀମାନ୍ତ ହତ୍ୟା ଘଟଣା ପର୍ଦ୍ଦାଫାସ କଲା ଛତିଶଗଡ ପୁଲିସ

କଳାହାଣ୍ଡି : ଗତ ଜାନୁୟାରୀ ଦଶ ତାରିଖ ଦିନ ଓଡିଶା ଛତିଶଗଡ ସୀମାନ୍ତ ରେ ହୋଇଥିବା ହୋଇଥିବା ହତ୍ୟା ଘଟଣା ର ପର୍ଦ୍ଦାଫାସ କରିଛି ଛତିଶଗଡ ପୋଲିସ । ସୁଚନା ଥାଉକି ଗତ ଜାନୁୟାରୀ ଦଶ ତାରିଖ କଳାହାଣ୍ଡି ଜିଲ୍ଲା ଧର୍ମଗଡ ଥାନା ଅନ୍ତର୍ଗତ ଲଛିପୁର ଗ୍ରାମର ତର୍ପ ସୁନାନି ବୟସ 55 ଙ୍କ ରକ୍ତାକ୍ତ ମୃତ ଦେହ ଛତିଶଗଡ ସୀମାନ୍ତ ଠିର୍ଲିଗୁଡା ଠାରେ ଠାବ ହୋଇଥିଲା ।ଘଟଣା ସ୍ଥଳରେ ଛତିଶଗଡ ଦେଭୋଗ ପୋଲିସ ପହଞ୍ଚି ମୃତ ଦେହ ଉଦ୍ଧାର କରି ଶବ ବ୍ୟବଚ୍ଛେଦ କରିଥିଲା ।
ଶବ ବ୍ୟବଚ୍ଛେଦ ରିପୋର୍ଟ ରେ ଏହା ଏକ ହତ୍ୟା ଘଟଣା ବୋଲି ଜଣାପଡିବା ପରେ ତଦନ୍ତ ପ୍ରକ୍ରିୟା କୁ ଜୋରଦାର କରିଥିଲା ଦେଭୋଗ ପୋଲିସ । ଘଟଣା ସମ୍ପର୍କରେ ଧର୍ମଗଡ ପୋଲିସ ସହ ଯୋଗାଯୋଗ ରଖାଯିବା ସହ ଗରିଆବନ୍ଦ ଡି ଏସ ପି ଆଶିଷ କୁଞ୍ଜାମ ଙ୍କ ନେତୃତ୍ୱ ରେ ଏକ ସ୍ପେଶାଲ ଟିମ ଗଠନ କରାଯାଇ ଥିଲା ।ଆଜି ଏକ ସାମ୍ବାଦିକ ସମ୍ମିଳନୀ କରି ଘଟଣା ସମ୍ପର୍କରେ ଗଣମାଧ୍ୟମ ର ପ୍ରତିନିଧି ମାନଙ୍କୁ ସୁଚନା ଦେଇଛନ୍ତି ଡି ଏସ୍ ପି କୁଞ୍ଜାମ।ଘଟଣା ସାମ୍ନାକୁ ଆସିବା ପରେ ସମସ୍ତେ ଆଶ୍ଚର୍ଯ୍ୟ ପ୍ରକଟ କରିଛନ୍ତି ।ନିଜ ଭାଇ ବଳଦେବ ସୁନାନି ୪୭ ଓ ପୁତୁରା ଭଗତ ସୁନାନି ୨୮ ହିଁ ହତ୍ୟାକାରୀ ।କେବଳ ପଚାଶ ଡିସମିଲ ଜମି ପାଇଁ ଉଭୟଙ୍କ ମଧ୍ୟରେ ବିବାଦ ଲାଗି ରହିଥିଲା ।
ଘଟଣା ଦିନ ତର୍ପ ସୁନାନି କୌଣସି କାମ ପାଇଁ ଘରୁ ବାହାରି ଥିଲେ କିନ୍ତୁ ଗାଁ ଅଳ୍ପ ଦୁର ଏକ ନିଛାଟିଆ ଜାଗାରେ ବାପ ପୁଅ ତର୍ପ କୁ ଦେଖି ତଣ୍ଟିଚିପି ଦେଇଥିଲେ , ଫଳରେ ବେହୋସ୍ ହୋଇ ପଡିଥିଲେ , ପରେ ଏକ ମୋଟର ସାଇକେଲ ରେ ବସାଇ ତାଙ୍କ ମୁହଁରେ ଗାମୁଛା ଗୁଡାଇ ଦେଇ ଠିକଣା ଲଗାଇବା ପାଇଁ ଏକ ନିଛାଟିଆ ରାସ୍ତା ଦେଇ ଛତିଶଗଡ ସୀମାନ୍ତ କୁ ନେଇଥିଲେ ଓ ସେଠାରେ ଏକ ପଥର ସାହାଯ୍ୟରେ ମୁଣ୍ଡ ଓ ମୁହଁରେ ବାରମ୍ବାର ଆଘାତ କରିଥିଲେ ଫଳରେ ଅତ୍ୟାଧିକ ରକ୍ତସ୍ରାବ ଯୋଗୁଁ ଘଟଣା ସ୍ଥଳରେ ହିଁ ତାଙ୍କ ମୃତ୍ୟୁ ହୋଇଥିଲା ।ତଦନ୍ତ ସମୟରେ ବାପ ପୁଅ ଙ୍କ ବୟାନ ତାଳମେଳ ନ ଥିବାରୁ ପୋଲିସ୍ ର ସନ୍ଦେହ ଉଭୟ ଙ୍କ ଉପରେ ରହିଥିଲା ବୋଲି ସୁଚନା ଦେଇଛନ୍ତି । ହତ୍ୟାକାରି ମାନଙ୍କୁ ଧରିବା ପାଇଁ ଡି ଏସ୍ ପି ଙ୍କ ନେତୃତ୍ଵରେ ଥାନା ଅଧିକାରୀ ସ୍ଵାତନ୍ଦ୍ର ସିଂ ଶ୍ୟାମ ,ପୁରୁଷୋତ୍ତମ ଯାଦବ , ଚୂଡାମଣି ଦେବତା , ସତିସ ଗିରି , ରାହୁଲ ସିଂ ଓ ଅନ୍ୟ ଅଧିକାରୀ ମାନଙ୍କୁ ନେଇ ଏକ ଶ୍ପେସାଲ ଟିମ ଗଠନ କରାଯାଇ ଅତି ଚତୁରତାର ସହ ଅଭିଯୁକ୍ତ ମାନଙ୍କୁ ଗିରଫ କରାଯାଇଛି ବୋଲି ସୁଚନା ଦେଇଛି ଦେଭୋଗ ପୋଲିସ । କେଶ ନଂ ୦୩ / ୨୦ ରେ ଏକ ହତ୍ୟା ମାମଲା ରୁଜୁ କରି ଅଭିଯୁକ୍ତ ମାନଙ୍କୁ କୋର୍ଟ ଚାଲାଣ କରାଯାଇଛି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking