43.9 C
Bhubaneswar
Friday, April 19, 2024
Homeଓଡିଶାରଥଯାତ୍ରା ପ୍ରସ୍ତୁତି : ଆଜି ଠାରୁ ସେବାୟତଙ୍କ କରୋନା ଟେଷ୍ଟ ଆରମ୍ଭ

ରଥଯାତ୍ରା ପ୍ରସ୍ତୁତି : ଆଜି ଠାରୁ ସେବାୟତଙ୍କ କରୋନା ଟେଷ୍ଟ ଆରମ୍ଭ

ପୁରୀ : ଚଳିତ ବର୍ଷ ଶୃଙ୍ଖଳିତ ରଥଯାତ୍ରା ନିମନ୍ତେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଗଜପତି ମହାରାଜାଙ୍କ ଅଧ୍ୟକ୍ଷତାରେ ବସିଥିଲା ବୈଠକ। ଭର୍ଚୁଆଲ ବୈଠକରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ, କେନ୍ଦ୍ରାଞ୍ଚଳ ଆରଡିସି, ଆଇନ ବିଭାଗର ଅତିରିକ୍ତ ସଚିବ, ଦେବୋତ୍ତର କମିସନର, ଜିଲ୍ଲାପାଳ, ଏସପି ଓ ଶ୍ରୀମନ୍ଦିର ପ୍ରଶାସନର ବରିଷ୍ଠ ଅଧିକାରୀ ସାମିଲ ହୋଇଥିଲେ। କଟକଣାରେ କିଭଳି ଶୃଙ୍ଖଳାରେ ରଥଯାତ୍ରା ଆୟୋଜନ ହୋଇପାରିବ ସେନେଇ ଆଲୋଚନା କରାଯାଇଥିଲା।

ସେପଟେ ଜିଲ୍ଲାପାଳ ସମର୍ଥ ବର୍ମାଙ୍କ ଅଧ୍ୟକ୍ଷତାରେ ଜଗନ୍ନାଥ ମନ୍ଦିର କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଛି। ବରିଷ୍ଠ ଅଧିକାରୀମାନଙ୍କୁ ବିଭିନ୍ନ ବିଭାଗର ଦାୟିତ୍ୱ ଦିଆଯାଇଛି। ରଥଯାତ୍ରା ସହ ସଂପୃକ୍ତ ସମସ୍ତଙ୍କ କରୋନା ପରୀକ୍ଷା ଆଜି ଠାରୁ ଆରମ୍ଭ ହେବ। ଏଥିପାଇଁ ଆନୁଷଙ୍ଗିକ ବ୍ୟବସ୍ଥା କରିବା ପାଇଁ ସିଡିଏମଓଙ୍କୁ ପରାମର୍ଶ ଦିଆଯାଇଛି। ଏଥିସହ ସିଂହଦ୍ୱାର ଓ ଗୁଣ୍ଡିଚା ମନ୍ଦିର ନିକଟ ବ୍ୟତୀତ ବଡଦାଣ୍ଡର ୫ଟି ସ୍ଥାନରେ ଆଶୁ ଚିକିତ୍ସା କେନ୍ଦ୍ର ଓ ଆବଶ୍ୟକୀୟ ଆମ୍ବୁଲାନ୍ସ ଯୋଗାଇ ଦେବାକୁ କୁହାଯାଇଛି। ଜଳ ଯୋଗାଣ ନିମନ୍ତେ ବଡଦାଣ୍ତ ଉଭୟ ପାର୍ଶ୍ୱରେ ୧୨୦ ସ୍ଥାନରେ ଷ୍ଟାଣ୍ଡପୋଷ୍ଟ କାର୍ଯ୍ୟକ୍ଷମ କରାଯାଇଛି। ସେହିଭଳି ରଥ ଟାଣିବା ବେଳେ ବଡଦାଣ୍ତରେ ଖରା ପ୍ରକୋପରୁ ରକ୍ଷା ପାଇବା ପାଇଁ ପର୍ଯ୍ୟାପ୍ତ ପରିମାଣର ଜଳ ଛିଞ୍ଚନ, ସେବାୟତ ଏବଂ କର୍ମଚାରୀମାନଙ୍କ ନିମନ୍ତେ ପାନୀୟଜଳ ବ୍ୟବସ୍ଥା କରିବାକୁ ବିଭାଗୀୟ ଅଧିକାରୀ ମାନଙ୍କୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି।

ବଡଦାଣ୍ତର ୧୦ଟି ସ୍ଥାନରେ ଅସ୍ଥାୟୀ ଆଶ୍ରୟ ସ୍ଥଳୀ ପ୍ରତିଷ୍ଠା କରାଯିବ। ଏଥିସହ ବଡଦାଣ୍ଡକୁ ସଂଲଗ୍ନ କରୁଥିବା ୭୨ଟି ଗଳିରେ ସଫେଇ କାର୍ଯ୍ୟ ପ୍ରତି ନଜର ରଖିବାକୁ ପୌରସଂସ୍ଥା ନିର୍ବାହୀ ଅଧିକାରୀଙ୍କୁ ଦାୟିତ୍ୱ ଦିଆଯାଇଛି। ଗୁଣ୍ଡିଚା ଠାରୁ ନୀଳାଦ୍ରି ବିଜେ ପର୍ଯ୍ୟନ୍ତ ରଥ ନିକଟରେ ସ୍ୱତନ୍ତ୍ର ଆଲୋକୀକରଣ ବ୍ୟବସ୍ଥା କରିବାକୁ ବିଭାଗୀୟ ଅଧିକାରୀଙ୍କୁ କୁହାଯାଇଛି। ଏହି ଅବସରରେ ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ ଜିଲ୍ଲାପାଳ, ଉପ ଜିଲ୍ଲାପାଳ, ପୌରସଂସ୍ଥା ନିର୍ବାହୀ ଅଧିକାରୀ, ଶ୍ରୀମନ୍ଦିର ଉନ୍ନୟନ ପ୍ରଶାସକ, ଜନସ୍ୱାସ୍ଥ୍ୟ ବିଭାଗ ନିର୍ବାହୀ ଯନ୍ତ୍ରୀ ଏବଂ ବିଭାଗୀୟ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking