30.1 C
Bhubaneswar
Wednesday, April 24, 2024
Homeଓଡିଶାବିଶ୍ୱପ୍ରସିଦ୍ଧ ଘୋଷଯାତ୍ରା ପାଇଁ ଆଗେଇ ଚାଲିଛି ରଥ ନିର୍ମାଣ, ୩ ରଥର ୪୨ ଚକ ମଧ୍ୟରୁ...

ବିଶ୍ୱପ୍ରସିଦ୍ଧ ଘୋଷଯାତ୍ରା ପାଇଁ ଆଗେଇ ଚାଲିଛି ରଥ ନିର୍ମାଣ, ୩ ରଥର ୪୨ ଚକ ମଧ୍ୟରୁ ୧୮ ପ୍ରସ୍ତୁତ

ପୁରୀ : ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ପାଇଁ ଆଗେଇ ଚାଲିଛି ରଥ ନିର୍ମାଣ କାମ । ଆଉ ଦିନକ ପରେ ଶ୍ରୀକ୍ଷେତ୍ରରେ ଭଉଁରୀ । ତିନି ରଥ ପାଇଁ ଦୁଇଟି ଚକ ଓ ୩ଟି ଅଖ ସଂଯୋଗ କରାଯାଇ ଡେରାଯିବ । ୩ ରଥର ୪୨ ଚକ ମଧ୍ୟରୁ ୧୮ ଚକ ପ୍ରସ୍ତୁତ ହୋଇଛି । ତାଳଧ୍ୱଜ ରଥର ୫ଟି, ଦର୍ପଦଳନ ରଥର ୪ଟି ଓ ନନ୍ଦିଘୋଷ ରଥର ୬ଟି ଚକ ଶେଷ ହୋଇଛି । ରଥର ନାହାକା ଚକରେ ପଇତା ପିନ୍ଧାଯାଇଛି । ଶ୍ରୀକ୍ଷେତ୍ର ଭଉଁରୀ ଦିନ ପ୍ରଭୁଙ୍କ ଆଜ୍ଞାମାଳ ଆସିବା ପୂର୍ବରୁ ଏହା ସଂଯୋଗ କରାଯିବ । ରଥଖଳାରେ ବିଶ୍ୱକର୍ମା ମହାରଣା ଯୋକା କାମ କରୁଛନ୍ତି । ସେହିପରି ଜନ୍ତାଗାଡ଼ରେ ଭୋଇ ସେବକ ମାନେ ସିଙ୍ଗଡ଼ା ବାଡ଼ିଆ କାର୍ଯ୍ୟ କରୁଥିବା ବେଳେ ରଥଚାଳିରେ ଚକ ନିର୍ମାଣ ପାଇଁ ମୁଖ୍ୟ ବିଶ୍ୱକର୍ମା ଅରରେ ପଇ ପିନ୍ଧା, ଯୋକା, ଜଳ ଯନ୍ତ୍ର, କୁଡୁକା କାମ ଜାରି ରଖିଛନ୍ତି ।

ନନ୍ଦିଘୋଷ ଓ ତାଳଧ୍ୱଜ ରଥରେ ୧୬ଟି ଲେଖାଏଁ ଯୋକା ଓ ଦର୍ପଦଳନ ରଥରେ ୧୨ ଟି ଯୋକା ସ୍ଥାପନ ହେବ । ବିଶ୍ୱକର୍ମା ମହାରଣାଙ୍କ ନିର୍ଦ୍ଦେଶରେ ଭୋଇ ସେବକମାନେ ବିଲେଇବାଡ଼ିଆ ପଦ୍ଧତିରେ ଅର ଓ ପହିକୁ ସଂଯୋଗ କରୁଛନ୍ତି । ପହିର ବିନ୍ଧରେ କିଳା ଦେଇ ଅର ସହିତ ଟାଇଟ୍‌ କରି ବାଡ଼ିଆ ଯାଉଛି । ଯନ୍ତାପଟାରେ ପଡ଼ି ତୁମ୍ବ ସହିତ ଅର ବା ସିଙ୍ଗଡ଼ାବାଡ଼ିଆ ହୋଇ ପହି ପିନ୍ଧା କରିବା ପରେ ଖୁସିଅର ଲଗାଯାଉଛି । ପରେ କଳସା କରାଯାଇ ପହିକୁ ଖାପରେ ବାନ୍ଧେଣୀ କରି ଚକ ପ୍ରସ୍ତୁତ କରାଯାଉଛି । ଜଳଯନ୍ତ୍ର ରଥରେ ସ୍ଥାପନ ହେଲେ ପାର୍ଶ୍ୱ ଦେବାଦେବୀ ବିଜେ ହେବେ । ଗୁଜ ଖୁମ୍ବ ସ୍ୱରୂପ ରଥର କୋଣ ମାନଙ୍କରେ ସ୍ଥାପିତ ହେବ । ଅନ୍ୟପଟେ କୁନି ରୂପକାର ସେବକଙ୍କ ପାଇଁ ଚାଟଶାଳି ପାଲଟିଛି । ହାତରେ ମୁଗୁର, ବଟାଳି, ଲିହଣ, କିଆଶା, ଖୋଲ ଧରି ଗୁଜରେ ପ୍ରଭୁ ନୃସିଂହଙ୍କ ମୂର୍ତ୍ତି ଖୋଦେଇର ଶିକ୍ଷା ନେଉଛନ୍ତି । ପାଠପଢ଼ା ସାଙ୍ଗକୁ ସ୍କୁଲ ଛୁଟି ହେବା ପରେ ରଥର ସମସ୍ତ ନିର୍ମାଣ କାର୍ଯ୍ୟ ଶିଖିବା ପାଇଁ ଚାଲିକି ଆସୁଥିବା କୁନି ରୂପକାର କହିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking