26.1 C
Bhubaneswar
Friday, March 29, 2024
Homeଓଡିଶାକରୋନାରେ ଆଖି ବୁଜିଲେ ଲୋକପ୍ରିୟ ପ୍ରବଚକ ଚାରଣ ରାମ ଦାସ

କରୋନାରେ ଆଖି ବୁଜିଲେ ଲୋକପ୍ରିୟ ପ୍ରବଚକ ଚାରଣ ରାମ ଦାସ

ପୁରୀ: କୋଭିଡରେ ଆଖି ବୁଜିଲେ ଲୋକପ୍ରିୟ ପ୍ରବଚକ ଚାରଣ ରାମ ଦାସ । ପୁରୀର ଆଇଡିଏଚ୍‌ କୋଭିଡ୍ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କ ଦେହାନ୍ତ ହୋଇଥିବା ସୂଚନା ମିଳିଛି । କୋଭିଡରେ ଆକ୍ରାନ୍ତ ହୋଇ ସେ ପୁରୀର ଆଇଡିଏଚ୍‌ରେ ଚିକିତ୍ସିତ ହେଉଥିଲେ। ଗତକାଲି ରାତି ପ୍ରାୟ ୧୦ଟା ବେଳେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ମୃତ୍ୟୁ ବେଳକୁ ତାଙ୍କୁ ୬୧ ବର୍ଷ ହୋଇଥିଲା । ବିଭିନ୍ନ ଦୈବ ତଥା ଭଗବତ କଥା ପ୍ରବଚନ କରି ବେଶ ଲୋକପ୍ରିୟ ହୋଇପାରିଥିଲେ ଚାରଣ ରାମଦାସ । ବିଶେଷ ଭାବେ ଜଗନ୍ନାଥ ସଂସ୍କୃତି ଓ ଶ୍ରୀଜଗନ୍ନାଥଙ୍କ ମହିମା କଥା ସେ ପ୍ରବଚନ ମାଧ୍ୟମରେ ଲୋକଙ୍କୁ ପରିବେଷଣ କରୁଥିଲେ । ତାଙ୍କ ପ୍ରବଚନ ଶୈଳୀ ଅନ୍ୟଙ୍କଠୁ ଭିନ୍ନ ଥିଲା, ଯାହା ତାଙ୍କୁ ଓଡ଼ିଶାର ଘରେ ଘରେ ପରିଚିତ କରିଥିଲା । ତାଙ୍କର ବିୟୋଗ ଜଗନ୍ନାଥ ପ୍ରେମୀଙ୍କୁ ଶକ୍ତ ଆଘାତ ଦେଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking