43.9 C
Bhubaneswar
Friday, April 19, 2024
Homeଦେଶ ବିଦେଶବଦଳିଲା ସିବିଏସ୍‌ଇ ସିଲାବସ୍‌

ବଦଳିଲା ସିବିଏସ୍‌ଇ ସିଲାବସ୍‌

ନୁଆଦିଲ୍ଲୀ: କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ(ସିବିଏସ୍‌ଇ) ଶିକ୍ଷାବର୍ଷ ୨୦୨୨-୨୩ ପାଇଁ ପାଠ୍ୟକ୍ରମରେ ପରିବର୍ତ୍ତନ ଆଣିଛି । ଦଶମ, ଏକାଦଶ ଏବଂ ଦ୍ୱାଦଶ ଶ୍ରେଣୀର ବିଦ୍ୟାର୍ଥୀଙ୍କ ପାଇଁ ପାଠ୍ୟକ୍ରମରେ ସାମାନ୍ୟ ପରିବର୍ତ୍ତନ କରାଯାଇଛି । ଏହା ସହିତ ପାଠ୍ୟକ୍ରମରେ ପରିବର୍ତ୍ତିତ ପୁସ୍ତକ ଗୁଡ଼ିକୁ ୧୧୭ ବିଦ୍ୟାଳୟକୁ ପଠାଇ ଦିଆଯାଇଛି । ଏକାଦଶ ଶ୍ରେଣୀର ଇତିହାସ ପୁସ୍ତକରୁ ସେଣ୍ଟ୍ରାଲ୍ ଇସଲାମିକ୍ ଲ୍ୟାଣ୍ଡ୍ ଏବଂ ଦ୍ୱାଦଶ ପୁସ୍ତକରୁ ମୋଗଲ୍ ସାମ୍ରାଜ୍ୟ ଅଧ୍ୟାୟକୁ ହଟାଇ ଦିଆଯାଇଛି । ଏହି ଅଧ୍ୟାୟଗୁଡ଼ିକ ନୂତନ ଶିକ୍ଷାବର୍ଷରୁ ଶିକ୍ଷା ଦିଆଯିବ ନାହିଁ । ବୋର୍ଡର ନୂତନ ବ୍ୟବସ୍ଥା ସମଗ୍ର ଦେଶରେ ଏକକାଳୀନ କାର୍ଯ୍ୟକାରୀ ହୋଇଛି । ସେହିପରି ଦଶମ ଶ୍ରେଣୀର ରାଜନୀତି ବିଜ୍ଞାନ ପୁସ୍ତକରୁ ଚତୁର୍ଥ ଅଧ୍ୟାୟରେ ଜାତି, ଧର୍ମ ଏବଂ ଲିଙ୍ଗ ପ୍ରସଙ୍ଗରେ ଏକ ଉଦାହରଣ ଭାବରେ ଦିଆଯାଇଥିବା ଫୈଜ ଅହମ୍ମଦ ଫୈଜଙ୍କ କବିତାକୁ ହଟାଇ ଦିଆଯାଇଛି ।

ବିଶ୍ୱ ଇତିହାସର ଏକାଦଶ ଶ୍ରେଣୀ ପୁସ୍ତକରୁ “ସେଣ୍ଟ୍ରାଲ୍ ଇସଲାମିକ୍ ଲ୍ୟାଣ୍ଡ” ଅଧ୍ୟାୟକୁ ବାଦ ଦିଆଯାଇଛି । ଏହି ଅଧ୍ୟାୟରେ ଛାତ୍ରମାନଙ୍କୁ ଇସଲାମର ବୃଦ୍ଧି ଏବଂ ବିକାଶ, ସପ୍ତମରୁ ଦ୍ୱାଦଶ ଶତାବ୍ଦୀ ପର୍ଯ୍ୟନ୍ତ ଇସଲାମର ବିସ୍ତାର ବିଷୟରେ ସୂଚନା ଦିଆଯାଇଥିଲା । ସେହିଭଳି, ମୋଗଲ ସାମ୍ରାଜ୍ୟ ବିଷୟକୁ ଦ୍ୱାଦଶ ଶ୍ରେଣୀର ଭାରତୀୟ ଇତିହାସ ଭାଗ ଦ୍ୱିତୀୟର ନବମ ଅଧ୍ୟାୟରୁ ଅପସାରିତ କରାଯାଇଛି । ଏହି ଅଧ୍ୟାୟରେ ଛାତ୍ରମାନଙ୍କୁ ମୋଗଲମାନଙ୍କର ଇତିହାସ, ମୋଗଲ ପ୍ରତିଷ୍ଠା, ମୋଗଲ କୋର୍ଟ, ଆକବରନାମା, ବାବରନାମା ବିଷୟରେ ଶିକ୍ଷା ଦିଆଯାଇଥିଲା । ବୋର୍ଡର ଏହି ପରିବର୍ତ୍ତନ ନୂତନ ଶିକ୍ଷା ନୀତି ସହିତ ସଂଯୁକ୍ତ, ଯେଉଁଥିରେ ଭାରତୀୟ ଶିକ୍ଷା ବ୍ୟବସ୍ଥାକୁ ପ୍ରୋତ୍ସାହିତ କରିବା ଉପରେ ଧ୍ୟାନ ଦିଆଯାଇଛି । ଏହା ସହିତ ବୋର୍ଡ ଏକାଦଶ ଶ୍ରେଣୀ ପୁସ୍ତକରୁ ପାଲୋଲିଥିକ୍‌, ଇଣ୍ଡଷ୍ଟ୍ରିଆଲ୍ ରିଭୋଲ୍ୟୁସନ୍ ସିଲାବସରେ ମ୍ୟାନ୍ ଅଫ୍ ଏଭୋଲ୍ୟୁସନ୍ ଆଣ୍ଡ ଇଭୋଲ୍ୟୁସନକୁ ହଟାଇ ଦେଇଛି । ଏଥିରେ ଇଂଲଣ୍ଡର ଶିଳ୍ପ ବିପ୍ଳବର କାରଣ ଏବଂ ପ୍ରଭାବ, ସାମ୍ରାଜ୍ୟବାଦ କିପରି ପ୍ରୋତ୍ସାହିତ ହୋଇଥିଲା ଇତ୍ୟାଦି ଏଥିରେ ଅନ୍ତର୍ଭୂକ୍ତ ରହିଛି । ସେହିଭଳି ଦ୍ୱାଦଶ ପୁସ୍ତକର ପ୍ରଥମ ଭାଗରେ କୌଣସି ପରିବର୍ତ୍ତନ ହୋଇନାହିଁ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking