28.1 C
Bhubaneswar
Saturday, April 20, 2024
Homeଓଡିଶାଗ୍ରୀଷ୍ମପ୍ରବାହ ଯୋଗୁଁ କେବଳ ପ୍ରଥମ ସିଟିଂରେ ହେବ ମାଟ୍ରିକ ପରୀକ୍ଷା

ଗ୍ରୀଷ୍ମପ୍ରବାହ ଯୋଗୁଁ କେବଳ ପ୍ରଥମ ସିଟିଂରେ ହେବ ମାଟ୍ରିକ ପରୀକ୍ଷା

କଟକ : ରାଜ୍ୟରେ ଚାଲିଥିବା ପ୍ରବଳ ଗ୍ରୀଷ୍ମପ୍ରବାହକୁ ଦୃଷ୍ଟିରେ ରଖି ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ପରୀକ୍ଷାରେ ସାମାନ୍ୟ ପରିବର୍ତ୍ତନ କରାଯାଇଛି । ଦ୍ୱିତୀୟ ସିଟିଂରେ ହେବାକୁ ଥିବା ପରୀକ୍ଷା ପ୍ରଥମ ସିଟିଂରେ ହେବ । ତେବେ ସିଡ୍ୟୁଲରେ କୌଣସି ପରିବର୍ତ୍ତନ କରାଯାଇନାହିଁ ବୋଲି ବୋର୍ଡ଼ ସଭାପତି ରମାସିସ ହାଜାରା ସୂଚନା ଦେଇଛନ୍ତି । ମଧ୍ୟମା ପରୀକ୍ଷାର କିଛି ବିଷୟ ଦ୍ୱିତୀୟ ସିଟିଂରେ ହେବାକୁ ଥିଲା, ହେଲେ ରାଜ୍ୟରେ ହେଉଥିବା ପ୍ରବଳ ଖରାକୁ ଦେଖି ଏବେ ଏହି ସିଡ୍ୟୁଲରେ ପରିବର୍ତ୍ତନ କରାଯାଇଛି ।

ଗ୍ରୀଷ୍ମପ୍ରବାହକୁ ଦୃଷ୍ଟିରେ ରଖି ପରୀକ୍ଷା ସେଣ୍ଟରରେ ପାନୀୟ ଜଳ, ଓଆରଏସ ରଖିବାକୁ କୁହାଯାଇଛି । ପରୀକ୍ଷା କେନ୍ଦ୍ରକୁ ମୋବାଇଲ ଫୋନ ସମ୍ପୂର୍ଣ୍ଣରୂପେ ବାରଣ କରାଯାଇଛି । ଏଥର ସମୁଦାୟ ୫ ଲକ୍ଷ ୮୫ ହଜାର ୭୩୦ ଜଣ ପରୀକ୍ଷାର୍ଥୀ ଦେବେ ମାଟ୍ରିକ ପରୀକ୍ଷା । ଆସନ୍ତା ଏପ୍ରିଲ ୨୯ ରୁ ମେ ୬ ଯାଏଁ ସକାଳ ୮ ଟା ରୁ ୧୦ଟା ମାଟ୍ରିକ ପରୀକ୍ଷା ହେବ । ପ୍ରାୟ ୩୫ ହଜାରରୁ ଉର୍ଦ୍ଧ ଶିକ୍ଷକ ଶିକ୍ଷୟତ୍ରୀ ପରୀକ୍ଷା ପରିଚାଳନା କରିବେ । ହିଟ୍ ୱେଭ୍ ପାଇଁ ପରୀକ୍ଷା କେନ୍ଦ୍ରରେ ନିରବଚ୍ଛିନ୍ନ ବିଦ୍ୟୁତ୍ ଓ ପାଣି ରହିବ । କପି ରୋକିବାକୁ ବୋର୍ଡର ସ୍ୱତନ୍ତ୍ର ୩୮ ଟି ସ୍କ୍ୱାର୍ଡ ଗଠନ କରାଯାଇଛି । ୩୩୦୩ ପରୀକ୍ଷା କେନ୍ଦ୍ର ୩୧୫ ନୋଡାଲ ସେଣ୍ଟର ରେ ପରୀକ୍ଷା ହେବ । ସମ୍ବେଦନଶୀଳ ସ୍ଥାନରେ ୨୧ ଟି ପୋଲିସ ଷ୍ଟେସନ ନୋଡାଲ ସେଣ୍ଟର ସ୍ଥାପନ କରାଯାଇଛି ବୋଲି ବୋର୍ଡ ପକ୍ଷରୁ କୁହାଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking