ଭୁବନେଶ୍ୱର: ଜିଏସଟି ଫାଙ୍କିବା ଅଭିଯୋଗରେ ଗହଣା ଦୋକାନରେ ଚଢ଼ାଉ । ସୋନପୁର ସହରର ପ୍ରତିଷ୍ଠିତ ସୁନା ଗହଣା ଦୋକାନ ଚନ୍ଦ୍ରିକା ଜ୍ୱେଲର୍ସ ସମେତ ମାଲିକଙ୍କ ଘରେ ବଲାଙ୍ଗୀର ସିଟି-ଜିଏସଟି ବିଭାଗ ପକ୍ଷରୁ ୬ ଜଣିଆ ଟିମ୍ ଏକ କାଳୀନ ଚଢ଼ାଉ କରିଛି । ବଲାଙ୍ଗୀର ସିଟି ଜିଏସଟି ବିଭାଗ ଡେପୁଟି କମିଶନର କିଶୋର ମେହେରଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଜିଏସଟି ଅଧିକାରୀ ରାଜେନ୍ଦ୍ର ନାଏକ, ସହକାରୀ ଅଧିକାରୀ ଶରତ ସେଠ, ସରୋଜ ବେରିହା, ଜିତେନ୍ଦ୍ରୀୟ ବାଗ ପ୍ରମୁଖ ଉପସ୍ଥିତ ରହି ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ କାଗଜ ପତ୍ର ଯାଞ୍ଚ କରୁଛନ୍ତି । ଘଟଣାସ୍ଥଳରେ ସୋନପୁର ରିଜର୍ଭ ପୋଲିସ ଫୋର୍ସ ମୁତୟନ କରାଯାଇଛି