27.1 C
Bhubaneswar
Monday, August 8, 2022
Homeଓଡିଶାଚନ୍ଦ୍ରପୁର: ୪୧ଛାତ୍ରୀ କରୋନା ଆକ୍ରାନ୍ତ

ଚନ୍ଦ୍ରପୁର: ୪୧ଛାତ୍ରୀ କରୋନା ଆକ୍ରାନ୍ତ

ଚନ୍ଦ୍ରପୁର: ଦୀର୍ଘ ଦିନର ବ୍ୟବଧାନ ପରେ ପୁଣି ରାୟଗଡା ଜିଲ୍ଲା ଚନ୍ଦ୍ରପୁର ବ୍ଲକ୍‌କୁ ଫେରିଆସିଛି ମହାମାରୀ କରୋନା । ଏଥର ଏହି କରୋନା ବିଭୀଷିକାର ଶିକାର ହେଇଛନ୍ତି ଅନୁସୂଚିତ ଜନଜାତି/ଜାତି ବିଭାଗ ପରିଚାଳିତ ସରକାରୀ ଉଚ୍ଚ ବାଳିକା ବିଦ୍ୟାଳୟର ଛାତ୍ରୀମାନେ ।ଏହି ବାଳିକା ବିଦ୍ୟାଳୟରେ ହଷ୍ଟେଲରେ ରହୁଥିବା କିଛି ଛାତ୍ରୀଙ୍କୁ ଜ୍ୱର ଓ ଦେହ ଖରାପ ହେବାରୁ ସେମାନଙ୍କ ପରୀକ୍ଷା ପରେ ଜଣା ପଡିଥିଲାଯେ ସେମାନେ କରୋନାରେ ଆକ୍ରାନ୍ତ । ଏବେ ସୁଧା ୪୧ଜଣ ଛାତ୍ରୀଙ୍କ ମଧ୍ୟରୁ ପ୍ରଥମେ ଗତ ୩-୮-୨୨ ବୁଧବାର ଦିନ ସ୍ୱାସ୍ଥ୍ୟ ପରୀକ୍ଷାରେ ୧୨ଜଣ ଛାତ୍ରୀ ପଜିଟିଭ ଚିହ୍ନଟ ହୋଇଥିବାନେଇ ବିଦ୍ୟାଳୟରେ ହଇଚଇ ସୃଷ୍ଟି ହୋଇଯାଇଥିଲା । ଗୁରୁବାର ଦିନ ଆଉ କିଛି ଛାତ୍ରୀମାନଙ୍କର ସ୍ୱାସ୍ଥ୍ୟ ପରୀକ୍ଷା ହେବା ପରେ ୨୯ଜଣ ଛାତ୍ରୀ କରୋନା ଆକ୍ରାନ୍ତ ହୋଇଥିବା ଜଣାପଡିଛି । ସମସ୍ତ ୪୧ଜଣ ଛାତ୍ରୀଙ୍କୁ ଆଇସୋଲେସନରେ ରଖାଯାଇଥିବାବେଳେ ସମସ୍ତଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିରଥିବା ଜଣାପଡିଛି । ଆଜି ବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ କହିବାନୁଯାୟୀ ହଷ୍ଟେଲରେ ଥିବା ଅନ୍ୟ ସମସ୍ତ ଛାତ୍ରୀଙ୍କ କରୋନା ଟେଷ୍ଟ କରାଯିବାର ଅଛି । ସୂଚନା ଅନୁଯାୟୀ , ଗତ ୩/୮ତାରିଖରେ ୧୨ଛାତ୍ରୀଙ୍କ କରୋନା ପଜିଟିଭ ଜଣାପଡିବା ପରେପରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସହକାରୀ ଶିକ୍ଷୟତ୍ରୀ ଜୟନ୍ତୀ ଶବରଙ୍କୁ ଚାର୍ଜ ଦେଇ ଛୁଟିରେ ଚାଲି ଯାଇଥିଲେ । ଏବେ ହଷ୍ଟେଲରେ ୩୦୦ ଛାତ୍ରୀ ଥିବା ଜଣାପଡିଛି । କଲ୍ୟାଣ ବିଭାଗ ତରଫରୁ ଆବଶ୍ୟକ ଚିକିତ୍ସା ଓ ପିଲାମାନଙ୍କ ଯତ୍ନ ଯୋଗାଇ ଦେବାକୁ ଅବିଭାବକମାନେ ନିବେଦନ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking