40.1 C
Bhubaneswar
Thursday, April 25, 2024
Homeଓଡିଶାଚଣ୍ଡିଖୋଲ ବଜାରକୁ ସଟଡାଉନ ଘୋଷଣା କରାଗଲା

ଚଣ୍ଡିଖୋଲ ବଜାରକୁ ସଟଡାଉନ ଘୋଷଣା କରାଗଲା

 
ଯାଜପୁର :  ଯାଜପୁର ଜିଲ୍ଲାର ମୁଖ୍ୟ ବ୍ୟବସାୟିକ ପେଣ୍ଠସ୍ଥଳ ୧୬ ନଂ ଜାତୀୟ ରାଜପଥ କଡ଼ ରେ ଚଣ୍ଡିଖୋଲ ବଜାର ଗଢି ଉଠିଥିବା ଯାହା କେନ୍ଦ୍ରାପଡ଼ା, ଭଦ୍ରକ ଓ ଦେଙ୍କନାଳ ଜିଲ୍ଲା କୁ ସଂଯୋଗ କରି ଥିବାରୁ ହଜାର ହଜାର ଲୋକ ବ୍ୟବସାୟ କରିବା ପାଇଁ ଆସିବା ସହ ଅନେକ କରୋନା ରୋଗୀ ଚିହ୍ନଟ ହେବା ପରେ ଜିଲ୍ଲା ପ୍ରଶାସନ ତରଫରୁ ପଦକ୍ଷେପ ନେଇଛନ୍ତି । ଆଜି ଅପରାହ୍ନ ୨ଟା ସମୟରୁ ଆସନ୍ତା ୧୭ତାରିଖ ସଂଧ୍ୟା ୭ଟା ପର୍ଯ୍ୟନ୍ତ ଚଣ୍ଡିଖୋଲ ବଜାରକୁ ସଟଡାଉନ ଘୋଷଣା କରାଯାଇଛି । ବଜାରର ବ୍ୟବସାୟ ପ୍ରତିଷ୍ଠାନରୁ ଲୋକାଲ କେସ ଚିହ୍ନଟ ପରେ ସ୍ଥାନୀୟ ସୁଙ୍ଗୁଡା ପଂଚାୟତର ସରପଂଚ ଚାଚାଲିନ ସ୍ୱାଇଁ ଚଣ୍ଡିଖୋଲ ବଜାରକୁ ବନ୍ଦ ରଖିବାକୁ ଜିଲ୍ଲାପାଳଙ୍କ ନିକଟରେ ନିବେଦନ କରିଥିଲେ ।
ଏହି ଆଧାରରେ ଜିଲ୍ଲାପାଳ ଚଣ୍ଡିଖୋଲକୁ ଆସନ୍ତା ୩ଦିନ ପାଇଁ ବନ୍ଦ ପାଇଁ ଘୋଷଣା କରିଛନ୍ତି । ଆସନ୍ତାକାଲି ସ୍ୱାଧୀନତା ଦିବସ ଥିବାରୁ ସକାଳ ୬ଟାରୁ ଦିନ ୧୧ଟା ପର୍ଯ୍ୟନ୍ତ କଟକଣାକୁ ସାମାନ୍ୟ କୋହଳ କରାଯାଇଛି । ତେବେ ସଟଡାଉନ ସମୟରେ କେବଳ ଔଷଧ ଦୋକାନ ବ୍ୟତୀତ ଅନ୍ୟ ସମସ୍ତ ଦୋକାନ ବଜାର ବନ୍ଦ ରହିବ । ସଟଡାଉନକୁ ସଫଳ କରିବା ପାଇଁ ଅଂଚଳବାସୀଙ୍କୁ ସରପଂଚ ଶ୍ରୀମତୀ ସ୍ୱାଇଁ ନିବେଦନ କରିଛନ୍ତି !
ରିପୋର୍ଟ ଅଭିମନ୍ୟୁ ମିଶ୍ର

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking