27.1 C
Bhubaneswar
Friday, August 12, 2022
Homeଖେଳଫିଟ୍ ହେବାକୁ ଚହରଙ୍କୁ ଆଉ ପାଞ୍ଚ ସପ୍ତାହ ଲାଗିବ

ଫିଟ୍ ହେବାକୁ ଚହରଙ୍କୁ ଆଉ ପାଞ୍ଚ ସପ୍ତାହ ଲାଗିବ

ବେଙ୍ଗାଲୁର: ହାମ୍‌ଷ୍ଟ୍ରିଙ୍ଗ୍ ଇନ୍‌ଜୁରୀ ଯୋଗୁଁ ଚଳିତ ଆଇପିଏଲ୍‌ରୁ ବାଦ୍ ପଡ଼ିଥିବା ଭାରତର ଟି-୨୦ ସ୍ପେଶାଲିଷ୍ଟ ଦୀପକ ଚହର୍‌ଙ୍କୁ ସମ୍ପୂର୍ଣ୍ଣ ଫିଟ୍ ହେବା ପାଇଁ ଆଉ ଚାରିରୁ ପାଞ୍ଚ ସପ୍ତାହ ଲାଗିବ । ପେସର୍ ଚହର୍‌ଙ୍କ ସମେତ ୱାଶିଂଟନ୍ ସୁନ୍ଦର ଏବଂ ଟି. ନଟରାଜନ୍ ଏବେ ବେଙ୍ଗାଲୁରୁ ଏନ୍‌ସିଏରେ ରିହାବିଲିଟେସନ୍ ଚଳାଇଛନ୍ତି । ତେବେ ହାତ ଆଘାତ ଯୋଗୁଁ ରିହାବ୍ ଚଳାଇଥିବା ସ୍ପିନ୍ ଅଲ୍‌ରାଉଣ୍ଡର୍ ସୁନ୍ଦର ସୁସ୍ଥ ହୋଇସାରିଥିବା ବେଳେ କାଉଣ୍ଟି ଟିମ୍ ଲାଙ୍କାଶାୟାର୍‌ରେ ଯୋଗଦେବା ପାଇଁ ଇଂଲଣ୍ଡ ଯାତ୍ରା କରିବାକୁ ପ୍ରସ୍ତୁତ ଥିବା ବିସିସିଆଇର ଏକ ସୂତ୍ରରୁ କୁହାଯାଇଛି । କୋଲ୍‌କାତାରେ ୱେଷ୍ଟଇଣ୍ଡିଜ୍ ବିପକ୍ଷ ଘରୋଇ ସିରିଜ୍‌ରେ ବେଳେ ଆହତ ହୋଇଥିବା ଚହର୍ ଏନ୍‌ସିଏର ସକାଳ ସେସନ୍ ବେଳେ ଭଲ ସ୍ଥିତିରେ ଥିବା ଦେଖିବାକୁ ମିଳିଥିଲା ।

ମୋ ରିହାବ୍ କାର୍ଯ୍ୟକ୍ରମ ଅନୁସାରେ ମୁଁ ଏକାଥରକେ ଚାରି ପାଞ୍ଚ ଓଭର୍ ବୋଲିଂ କରୁଛି ଏବଂ ଏବେ ମୁଁ ସୁସ୍ଥ ହେବାରେ ଲାଗିଛି । ତେବେ ସମ୍ପୂର୍ଣ୍ଣ ଫିଟ୍ ହେବା ପାଇଁ ଆଉ ଚାରିରୁ ପାଞ୍ଚ ସପ୍ତାହ ଲାଗିପାରେ ବୋଲି ସେ କହିଛନ୍ତି । ଜୁଲାଇ ଦ୍ୱିତୀୟ ସପ୍ତାହରେ ଖେଳାଯିବାକୁ ଥିବା ଇଂଲଣ୍ଡ ବିପକ୍ଷ ଟି-୨୦ ସିରିଜ୍ ପାଇଁ ଫିଟ୍ ହେବା ସମ୍ଭବ ନୁହେଁ ବୋଲି ଏହି ରାଜସ୍ଥାନ ପେସର୍ କହିଛନ୍ତି । ସେହିପରି ମ୍ୟାଚ୍ ପାଇଁ ଫିଟ୍ ହେବା ପରେ ପ୍ରଥମେ କେତେକ କ୍ଲବ୍‌ସ୍ତରୀୟ ମ୍ୟାଚ୍ ଖେଳି ଫିଟ୍‌ନେସ୍ ପରୀକ୍ଷା କରିବି ବୋଲି କହିଛନ୍ତି । କିଛି ସମୟ ବ୍ୟାଟିଂ କରିବା ବେଳେ ସେ ବହୁ ସହଜ ଥିଲେ । ତେଣୁ ୱେଷ୍ଟଇଣ୍ଡିଜ୍ ଗସ୍ତ ପାଇଁ ଫିଟ୍ ହୋଇଥିବେ କି ବୋଲି ପ୍ରଶ୍ନର ଉତ୍ତରରେ କହିଛନ୍ତି, ଏବେ କିଛି କହିହେବ ନାହିଁ, କିନ୍ତୁ ସେତେବେଳକୁ ଫିଟ୍ ହେବାକୁ ଚେଷ୍ଟା କରିବି ବୋଲି ଏହି ସ୍ୱିଙ୍ଗ୍ ବୋଲର୍ କହିଥିଲେ । ଜୁଲାଇ ୨୨ରୁ ଅଗଷ୍ଟ ୭ ତାରିଖ ମଧ୍ୟରେ ୱେଷ୍ଟଇଣ୍ଡିଜ୍‌ରେ ଭାରତ ତିନିଟି ଦିନିକିଆ ଓ ପାଞ୍ଚିଟି ଟି-୨୦ ମ୍ୟାଚ୍ ଖେଳିବା କାର୍ଯ୍ୟକ୍ରମ ରହିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking