30.1 C
Bhubaneswar
Tuesday, May 24, 2022
Homeଦେଶ ବିଦେଶସାଢ଼େ ୫ ହଜାର ଇଲେକ୍ଟ୍ରିକ୍ ବସ୍ ପାଇଁ ୫୦୦୦ କୋଟି ଟଙ୍କାର ଟେଣ୍ଡର ଆହ୍ୱାନ କଲା...

ସାଢ଼େ ୫ ହଜାର ଇଲେକ୍ଟ୍ରିକ୍ ବସ୍ ପାଇଁ ୫୦୦୦ କୋଟି ଟଙ୍କାର ଟେଣ୍ଡର ଆହ୍ୱାନ କଲା ସିଇଏସ୍‌ଏଲ୍‌

ନୂଆଦିଲ୍ଲୀ : ୫,୫୮୦ ଇଲେକ୍ଟ୍ରିକ୍ ବସ୍ କିଣିବା ପାଇଁ ପବ୍ଲିକ୍ ସେକ୍ଟର ଅଣ୍ଡର୍‌ଟେକିଂ କନ୍‌ଭର୍ଜେନ୍ସ ଏନର୍ଜି ସର୍ଭିସ୍ ଲିଃ (ସିଇଏସ୍‌ଏଲ୍‌) ଗୁରୁବାର ୫୦୦୦ କୋଟି ଟଙ୍କାର ଟେଣ୍ଡର୍ ଆହ୍ୱାନ କରିଛି । ଶକ୍ତି ମନ୍ତ୍ରଣାଳୟ ଅଧୀନରେ ଥିବା ସିଇଏସ୍‌ଏଲ୍ ୫,୪୫୦ ସିଙ୍ଗ୍‌ଲ ଡେକର୍ ଏବଂ ୧୩୦ ଡବଲ୍ ଡେକର୍ ଇ-ବସ୍ ପାଇଁ ଏହି ଏକକ ଟେଣ୍ଟର୍ ଆହ୍ୱାନ କରିଛି । ଇ-ବସ୍ କ୍ରୟ ପାଇଁ ଗତବର୍ଷ ଜୁନ୍ ମାସରେ ଶକ୍ତି ମନ୍ତ୍ରଣାଳୟ ଓ ନିତି ଆୟୋଗ ଦ୍ୱାରା ଆରମ୍ଭ କରାଯାଇଥିବା ‘ଗ୍ରାଣ୍ଡ୍ ଚ୍ୟାଲେଞ୍ଜ୍‌’ ଯୋଜନା ଅନୁସାରେ ଏହି ଟେଣ୍ଡର ଆହ୍ୱାନ କରାଯାଇଛି। ବିଭିନ୍ନ ରାଜ୍ୟ ସରକାର ଇ-ବସ୍ ପାଇଁ କରିଥିବା ଟେଣ୍ଡର୍ ପାଇଁ ବିଡର୍ ପାଇବାରେ ବିଫଳ ହେବା କାରଣରୁ ସିଇଏସ୍‌ଏଲ୍ ପକ୍ଷରୁ ଏହି ଉଦ୍ୟମ ହୋଇଛି । ବୈଷୟିକ ଓ ଆର୍ôଥକ ବିନିର୍ଦେଶରେ ଅସମାନତା ଯୋଗୁଁ କେତେକ ବଡ଼ ବଡ଼ ସହରର ଆବଶ୍ୟକତାକୁ ଦୃଷ୍ଟିରେ ରଖି କେନ୍ଦ୍ର ଏପରି ଗ୍ରାଣ୍ଡ୍ ଚ୍ୟାଲେଞ୍ଜ୍ ପ୍ରୟୋଗ ଆରମ୍ଭ କରିଛି ।

ପ୍ରାରମ୍ଭିକ ପର୍ଯ୍ୟାୟରେ ୪୦ ଲକ୍ଷରୁ ଊର୍ଦ୍ଧ୍ୱ ଜନସଂଖ୍ୟା ବିଶିଷ୍ଟ ନଅଟି ସହର ପାଇଁ ଏହି ଗ୍ରାଣ୍ଡ୍ ଚ୍ୟାଲେଞ୍ଜ୍ ଯୋଜନା କରାଯାଇଥିବା ବେଳେ  ୫ଟି ସହର ଆର୍ଥିକ ଓ ପ୍ରଶାସନିକ ଭାବେ ଏହି ଆବଶ୍ୟକତାକୁ ପୂରଣ କରିଛନ୍ତି । ବର୍ତ୍ତମାନ ଏହି କାର୍ଯ୍ୟକ୍ରମ ଅଧୀନରେ କୋଲ୍‌କାତାକୁ ୨୦୦୦ ସମ୍ପୂର୍ଣ୍ଣ ଇଲେକ୍ଟ୍ରିକ୍ ବସ୍ ମିଳିବ । ସେହିପରି ଦିଲ୍ଲୀ ଓ ବେଙ୍ଗାଲୁରୁକୁ ୧୫୦୦ ଲେଖାଏଁ ଇ-ବସ୍ ମିଳିବାକୁ ଥିବାବେଳେ ହାଇଦ୍ରାବାକୁ ୩୦୦ ଓ ସୁରତକୁ ୧୫୦ ବସ୍ ମିଳିବ । ଚଳିତ ବର୍ଷ ଜୁଲାଇ ମାସରେ ପ୍ରଥମ ସେଟ୍ ବସ୍ ଆସିବା ଆରମ୍ଭ ହେବ ଏବଂ ରାଜ୍ୟଗୁଡ଼ିକ ଦ୍ୱାରା ପ୍ରତିଷ୍ଠିତ ଡିପୋକୁ ପଠାଯିବ । ୨୦୨୪ ମାର୍ଚ୍ଚ ସୁଦ୍ଧା ଏହି ସମସ୍ତ ବସ୍ ରାସ୍ତାରେ ଗଡ଼ିବ କରିବ ବୋଲି ସିଇଏସ୍‌ଏଲ୍‌ର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking