34.1 C
Bhubaneswar
Friday, March 29, 2024
Homeଅପରାଧପୋଲସରାରେ ସିରିଜ୍‍ ବୋମାମାଡ଼ ଘଟଣା : ଡାହାଣ ଆଖି ହରାଇଲେ ଅନୀଲ

ପୋଲସରାରେ ସିରିଜ୍‍ ବୋମାମାଡ଼ ଘଟଣା : ଡାହାଣ ଆଖି ହରାଇଲେ ଅନୀଲ

ପୋଲସରା : ଦୀପାବଳିର ଗୋଟିଏ ଦିନ ପୂର୍ବରୁ ପୋଲସରା ସହରରେ ଦୁର୍ବୃତ୍ତ ମାନେ ଆତଙ୍କରାଜ ସୃଷ୍ଟି କରି ସିରିଜ୍‍ ବୋମାମାଡ଼ କରିଥିଲେ । ଏଥିରେ ଅନୀଲ କୁମାର ନାୟକଙ୍କ ସମେତ ୨ ଜଣ ଆହତ ହୋଇଥିଲେ । ଅନୀଲଙ୍କ ଡାହାଣ ଆଖିରେ ଗୁରୁତର ଆଘାତ ଲାଗିଥିଲା । କିନ୍ତୁ ଅନୀଲଙ୍କ ଡାହାଣ ଆଖି ଭଲ ନହୋଇ ନଷ୍ଟ ହୋଇଯାଇଛି । ପୋଲସରା ମେଡ଼ିକାଲରେ ହେଲଥ୍‍ ୱାକର୍‍ ଭାବେ କାର୍ଯ୍ୟରତ ଥିବା ଅନୀଲ୍‍ ସମସ୍ତ କର୍ମଚାରୀଙ୍କ ସହିତ ବହୁ ମେଳାପୀ ରହିବା ସହ ମିଷ୍ଟଭାଷୀ ଥିଲେ । ଗତ ଦୀପାବଳିର ଗୋଟିଏ ଦିନ ପୂର୍ବରୁ ବଜାର ସାହି ଛକକୁ ଆସି ଘର ପାଇଁ ସାମଗ୍ରୀ କିଣୁଥିବା ବେଳେ ହଠାତ୍‍ କିଛି ଦୁର୍ବୃତ୍ତ ସିରିଜ୍‍ ବୋମାମାଡ଼ କରିଥିଲେ । ଏଥିରେ ଅନୀଲଙ୍କ ଡାହାଣ ଆଖିରେ ଶକ୍ତ ଆଘାତ ଲାଗିଥିଲା । ଅନୀଲ ପ୍ରଥମେ ପୋଲସରା ମେଡ଼ିକାଲ ଓ ପରେ ବ୍ରହ୍ମପୁର ବଡ଼ମେଡିକାଲକୁ ସ୍ଥାନାନ୍ତରିତ ହୋଇଥିଲେ । ସେଠାରେ ଅନୀଲଙ୍କ ସ୍ୱାସ୍ଥ୍ୟାବସ୍ଥା ଅତି ଗୁରୁତର ହେବାରୁ ଭୂବନେଶ୍ୱର ଏବଂ ଆଖିର ଉତ୍ତମ ଚିକିତ୍ସା ପାଇଁ ଚେନ୍ନାଇସ୍ଥିତ ମେଡ଼ିକାଲକୁ ସ୍ଥାନ୍ତରିତ ହୋଇଥିଲେ । ଅନୀଲ୍‍ ଗରିବ ପରିବାରରୁ ହୋଇଥିବାରୁ ଘରର ସମସ୍ତ ଦାୟିତ୍ୱ ତାଙ୍କ ଉପରେ ହିଁ ନ୍ୟସ୍ତ ଅଛି । ଅନୀଲଙ୍କ ଆଖିର ଉତ୍ତମ ଚିକିତ୍ସା ପାଇଁ ଅର୍ଥ ଅଭାବ ଦେଖାଯାଇଥିବା ବେଳେ ପରିବାର, ସାଙ୍ଗସାଥୀ ଏବଂ ଆତ୍ମୀୟମାନେ ଆର୍ଥିକ ସାହାଯ୍ୟ କରିଥିଲେ । ବୋମା ମାଡ଼ରେ ଡାହାଣ ଆଖିରୁ ପ୍ରବଳ ରକ୍ତସ୍ରାବ ହେଉଥିବା ବେଳେ ଅସହ୍ୟ କଷ୍ଟ ଯନ୍ତ୍ରଣାରେ ଛଟପଟ ହେଉଥିବା ଅନୀଲ୍‍ ନିଜର ସଂପୂର୍ଣ୍ଣ ମାନସିକ ସ୍ଥିତି ହରାଇବସିଛନ୍ତି । ଉକ୍ତ ପରିବାର ଆର୍ଥିକ ସ୍ଥିତି ସ୍ୱଚ୍ଛଳ ନଥିବା ବେଳେ ଅନୀଲଙ୍କ ଆଖିର ଉତ୍ତମ ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking