31.1 C
Bhubaneswar
Friday, March 29, 2024
Homeକରୋନାକୋଭିସିଲ୍ଡର ଦ୍ୱିତୀୟ ଡୋଜ୍ ୬-୮ ସପ୍ତାହ ମଧ୍ୟରେ ଦିଆଯାଉ

କୋଭିସିଲ୍ଡର ଦ୍ୱିତୀୟ ଡୋଜ୍ ୬-୮ ସପ୍ତାହ ମଧ୍ୟରେ ଦିଆଯାଉ

ନୂଆଦିଲ୍ଲୀ: ଭାରତରେ ପୁଣି ଥରେ କରୋନା ଭାଇରସ ମାମଲା ବୃଦ୍ଧି ସାମ୍ନାକୁ ଆସିଥିବା ବେଳେ ଏହା ମଧ୍ୟରେ କେନ୍ଦ୍ର ସରକାର କୋଭିଶିଲ୍ଡକୁ ନେଇ ରାଜ୍ୟ ଓ କେନ୍ଦ୍ରଶାସିତ ପ୍ରଦେଶକୁ ଚିଠି ଲେଖିଛନ୍ତି । କେନ୍ଦ୍ର କହିଛି ଯେ, କୋଭିସିଲ୍ଡ ର ପ୍ରଥମ ଡୋଜ୍ ପରେ ଦ୍ୱିତୀୟ ଡୋଜ୍ ୬-୮ ସପ୍ତାହ ମଧ୍ୟରେ ଦିଆଯାଉ । ସରକାରଙ୍କ କହିବା କଥା ହେଲା ଯେ, କୋଭିସିଲ୍ଡ କରୋନାଭାଇରସ ମହାମାରୀ ସହ ଲଢିବାରେ ଅଧିକ ପ୍ରଭାବଶାଳୀ । ନ୍ୟାସନାଲ ଟେକ୍ନିକାଲ ଆଡବାଇଜରୀ ଗ୍ରୁପ ଓ ନ୍ୟାସନାଲ ଏକ୍ସପର୍ଟ ଗ୍ରୁପ ଅନ ଭ୍ୟାକ୍ସିନ ଆଡମିନିଷ୍ଟ୍ରେସନର ପରାମର୍ଶ ପରେ ରାଜ୍ୟମାନଙ୍କୁ ଏହି ଚିଠି ଲେଖାଯାଇଛି । ପୂର୍ବରୁ ୪-୬ ସପ୍ତାହ ମଧ୍ୟରେ କୋଭିସିଲ୍ଡର ସେକେଣ୍ଡ ଡୋଜ୍ ଦେବାକୁ କୁହାଯାଇଥିଲା । ଏବେ ଏହାକୁ ୬-୮ ସପ୍ତାହ ମଧ୍ୟରେ କରାଯାଇଛି । ଏହି ନିର୍ଦ୍ଦେଶ କେବଳ କୋଭିସିଲ୍ଡ ଉପରେ ହିଁ ଲାଗୁ ହେବ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking