40.1 C
Bhubaneswar
Thursday, April 25, 2024
Homeଓଡିଶାଗଣମାଧ୍ୟମର ଚାପରେ ବିନା ତଦନ୍ତରେ ବିଦ୍ୟାଳୟ ଓ ଶିକ୍ଷୟତ୍ରୀଙ୍କୁ ବଦନାମ କରାଗଲେ ଛାତ୍ରଛାତ୍ରୀଙ୍କ ଉପରେ ଖରାପ...

ଗଣମାଧ୍ୟମର ଚାପରେ ବିନା ତଦନ୍ତରେ ବିଦ୍ୟାଳୟ ଓ ଶିକ୍ଷୟତ୍ରୀଙ୍କୁ ବଦନାମ କରାଗଲେ ଛାତ୍ରଛାତ୍ରୀଙ୍କ ଉପରେ ଖରାପ ପ୍ରଭାବ ପଡିବ – ଡଃ ଜ୍ଞାନେନ୍ଦ୍ର

ଭୁବନେଶ୍ୱର – କେନ୍ଦ୍ରୀୟ ବିଦ୍ୟାଳୟ ନଂ-୩ର ଛାତ୍ରୀଙ୍କର ଆକସ୍ମିକ ଦୁର୍ଘଟଣା ଓ ଶିକ୍ଷୟତ୍ରୀଙ୍କ ନିର୍ଯ୍ୟାତନା
ସଂପର୍କୀୟ ଏକ ସମ୍ବେଦନଶୀଳ ସମ୍ବାଦ ବିଭିନ୍ନ ଗଣମାଧ୍ୟମରେ ଦେଖିବା ପରେ ଜଣେ ଶିକ୍ଷା ବିଭାଗ ସହ ସଂପୃକ୍ତ ବୁଦ୍ଧିଜୀବୀ ଭାବରେ ଏଭଳି ଏକ ବିବୃତି ଦେବାକୁ ବାଧ୍ୟ ହେଉଛି । ଏକ ପ୍ରେସ ବିବୃତିରେ ବରିଷ୍ଠ କଂଗ୍ରେସ ନେତା ତଥା ସାମାଜିକ କର୍ମୀ ଡଃ ଆର୍ଯ୍ୟ କୁମାର ଜ୍ଞାନେନ୍ଦ୍ର କହିଛନ୍ତି ଯେ ଶିକ୍ଷା ବିଭାଗର ଜଣେ ଛାତ୍ର ଭାବେ ବିଦ୍ୟାଳୟ, ମହାବିଦ୍ୟାଳୟ, ଶିକ୍ଷକ, ଅଧ୍ୟାପକ ଓ ଛାତ୍ରଛାତ୍ରୀଙ୍କ ଉପରେ କୌଣସି ସମ୍ବାଦ ଆସିଲେ ଆଖି ପ୍ରଥମେ ସେଠାକୁ ଟାଣି ହୋଇଯାଏ । ମୁଁ ବିଶେଷ ଭାବରେ କେନ୍ଦ୍ରୀୟ ବିଦ୍ୟାଳୟର ଶିକ୍ଷକ ଓ ଛାତ୍ରଛାତ୍ରୀମାନଙ୍କ କାର୍ଯ୍ୟାଧାରା ସହ ସଂପୃକ୍ତ । କାରଣ ମୋର ପୁଅ ଝିଅ ପ୍ରଥମ ଶ୍ରେଣୀରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ କେନ୍ଦ୍ରୀୟ ବିଦ୍ୟାଳୟରେ ଅଧ୍ୟୟନ କରିଛନ୍ତି ।
କେନ୍ଦ୍ରୀୟ ବିଦ୍ୟାଳୟରେ ଏଭଳି ଏକ ସମ୍ବେଦନଶୀଳ ଘଟଣାର ସମ୍ବାଦ ପଢିଲା ପରେ ତୁରନ୍ତ ସଂପୃକ୍ତ
ବିଦ୍ୟାଳୟର ଅଧ୍ୟକ୍ଷାଙ୍କୁ ପଚାରି ଘଟଣା ବିଷୟରେ ଅବଗତ ହେଲି । ବିଦ୍ୟାଳୟରେ ଶୃଙ୍ଖଳା ରକ୍ଷା କରିବା ପାଇଁ ଜଣେ ଜଣେ ଦକ୍ଷ ଶିକ୍ଷକଙ୍କୁ ଦାୟିତ୍ୱ ଦିଆଯାଇଥାଏ । ଝିଅଟି ଆମ ସମସ୍ତଙ୍କର । ତା’ର ମାନସିକ ଆଘାତକୁ ଆମକୁ ବୁଝିବାକୁ ପଡିବ । କିନ୍ତୁ ଶୃଙ୍ଖଳାକୁ ଅଭିଭାବକମାନେ ଯଦି ନିର୍ଯ୍ୟାତନାର ଆଖ୍ୟା ଦେଇ ବିନା ଆଲୋଚନାରେ ନିଜେ ନିଜେ ଦଣ୍ଡ ବିଧାନ କରିଦେବେ ତେବେ ବିଦ୍ୟାଳୟ ଓ ଛାତ୍ରଛାତ୍ରୀଙ୍କ ଉପରେ ଏହାର ଯେଉଁ କୁପ୍ରଭାବ ପଡିବ, ସେଥିପାଇଁ ଅଭିଭାବକମାନେ ଦାୟୀ ରହିବେ ତ ବୋଲି ଡଃ ଜ୍ଞାନେନ୍ଦ୍ର ପ୍ରଶ୍ନ କରିଛନ୍ତ|

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking