31.1 C
Bhubaneswar
Friday, March 29, 2024
Homeଦେଶ ବିଦେଶପିତାମାତା କୋଭିଡ୍‌ରେ ଆକ୍ରାନ୍ତ ହେଲେ, କେନ୍ଦ୍ର ସରକାରୀ କର୍ମଚାରୀଙ୍କୁ ମିଳିବ ୧୫ଦିନ ସିଏଲ୍‌

ପିତାମାତା କୋଭିଡ୍‌ରେ ଆକ୍ରାନ୍ତ ହେଲେ, କେନ୍ଦ୍ର ସରକାରୀ କର୍ମଚାରୀଙ୍କୁ ମିଳିବ ୧୫ଦିନ ସିଏଲ୍‌

ନୂଆଦିଲ୍ଲୀ : ସମସ୍ତ କେନ୍ଦ୍ରୀୟ କର୍ମଚାରୀଙ୍କର ପିତାମାତା କୋଭିଡ୍‌ରେ ଆକ୍ରାନ୍ତ ହେଲେ ସେମାନଙ୍କୁ ୧୫ଦିନ ପାଇଁ ସ୍ୱତନ୍ତ୍ର ସାମୟିକ ଛୁଟି(ସ୍ପେଶାଲ ସିଏଲ୍‌) ମିଳିବ ବୋଲି ବୁଧବାର କେନ୍ଦ୍ର ସରକାର ଘୋଷଣା କରିଛନ୍ତି । କେନ୍ଦ୍ର ନିଯୁକ୍ତି, ସାଧାରଣ ଅଭିଯୋଗ ଓ ପେନସନ ମନ୍ତ୍ରଣାଳୟ ପକ୍ଷରୁ ଏକ ନିର୍ଦ୍ଦେଶାନାମରେ ଏହା କୁହାଯାଇଛି । ଏଥିରେ ଆହୁରି ଦର୍ଶାଯାଇଛି, ପିତାମାତା/ପରିବାରର କୌଣସି ସଦସ୍ୟ କୋଭିଡ୍‌୍ରେ ଆକ୍ରାନ୍ତ ହୋଇ ହସ୍ପିଟାଲରେ ଭର୍ତ୍ତି ହେଲେ ସେମାନଙ୍କୁ ମିଳୁଥିବା ସ୍ୱତନ୍ତ୍ର ୧୫ଦିନ ସିଏଲ୍ ପୂରିଯିବା ପରେ ବି ଆବଶ୍ୟକ ପଡ଼ିଲେ ଅଧିକ ଦିନ ଛୁଟି ନେଇପାରିବେ । ବିଶେଷକରି ରୋଗୀ ହସ୍ପିଟାଲରୁ ଡିସ୍‌ଚାର୍ଜ ହେବା ପର୍ଯ୍ୟନ୍ତ ସେମାନେ ଛୁଟିରେ ରହିପାରିବେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking