33.1 C
Bhubaneswar
Thursday, April 25, 2024
Homeଦେଶ ବିଦେଶବୁଷ୍ଟରଡୋଜ୍ ଭାବେ ‘କୋରବେଭାକ୍ସ’କୁ ମିଳିଲା କେନ୍ଦ୍ର ସରକାରଙ୍କ ମଞ୍ଜୁରୀ

ବୁଷ୍ଟରଡୋଜ୍ ଭାବେ ‘କୋରବେଭାକ୍ସ’କୁ ମିଳିଲା କେନ୍ଦ୍ର ସରକାରଙ୍କ ମଞ୍ଜୁରୀ

ନୂଆଦିଲ୍ଲୀ : ବାୟୋଲଜିକାଲ-ଇଙ୍କ କୋଭିଡ-୧୯ଭେକ୍ସିନ୍ କୋରବେଭାକ୍ସକୁ କେନ୍ଦ୍ର ସରକାରଙ୍କ ମଞ୍ଜୁରୀ ମିଳିଛି। ଏହି ଭାକ୍ସିନକୁ ବୁଷ୍ଟର ଡୋଜ୍ ଭାବେ ଦିଆଯାଇପାରିବ। ଯେଉଁମାନେ କୋଭିସିଲ୍ଡ ଓ କୋଭାକ୍ସିନ ଟିକାକରଣ କରିଛନ୍ତି ସେମାନେ ବୁଷ୍ଟରଡୋଜ ଭାବେ ଏହି କୋରବେଭାକ୍ସ ନେଇପାରିବେ ବୋଲି କୁହାଯାଇଛି। ଏବେ ଏହି ଡୋଜ ୧୮ ବର୍ଷରୁ ଊର୍ଦ୍ଧ୍ୱ ବୟସ୍କଙ୍କୁ ସତର୍କତା ଡୋଜ ଭାବେ ଦିଆଯାଇପାରିବ। ତେବେ ଭାରତରେ ପ୍ରଥମ ଥର ପ୍ରାଇମେରୀ ଭାକ୍ସିନେସନରେ ଦିଆଯାଇଥିବା ଟିକା ଡୋଜ ବଦଳେ ଅନ୍ୟ ଏକ ଟିକାକୁ ବୁଷ୍ଟରଡୋଜ ଭାବେ ମଞ୍ଜୁର କରାଯାଇଛି। ଉଲ୍ଲେଖଯୋଗ୍ୟ ଯେ ଭାରତର ପ୍ରଥମ ସ୍ୱଦେଶୀ ଆରବିଡି ପ୍ରୋଟିନ ସବୟୁନିଟ୍ ‘କୋର୍ବେଭାକ୍ସ’ ଟିକାକୁ ଦେଶରେ ୧୨ରୁ ୧୪ ବର୍ଷର ପିଲାଙ୍କ ଟିକାକରଣରେ ଉପଯୋଗ କରାଯାଉଛି। ଏହି ଟିକାର ମଞ୍ଜୁରୀ ଲାଗି ଜୁଲାଇ ୨୦ ତାରିଖ ଦିନ ହୋଇଥିବା ବୈଠକରେ କୋଭିସିଲ୍ଡ ଅଥବା କୋଭାକ୍ସିନର ଦୁଇଟି ଡୋଜ ନେଇଥିବା ୧୮ରୁ ୮୦ ବର୍ଷ ବୟସ୍କଙ୍କ ଲୋକଙ୍କୁ କୋର୍ବେଭାକ୍ସ ଟିକା ତୃତୀୟ ଡୋଜ ଭାବେ ଦିଆଯାଇପାରିବ ବୋଲି କୁହାଯାଇଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking