31.1 C
Bhubaneswar
Friday, March 29, 2024
Homeଦେଶ ବିଦେଶହେଟ୍ ସ୍ପିଟ୍ ବୃଦ୍ଧି ମାମଲ୍ୟ କାନାଡାରେ ରହୁଥିବା ଭାରତୀୟଙ୍କ ପାଇଁ କେନ୍ଦ୍ରର ଆଡ୍‌ଭାଇଜରୀ

ହେଟ୍ ସ୍ପିଟ୍ ବୃଦ୍ଧି ମାମଲ୍ୟ କାନାଡାରେ ରହୁଥିବା ଭାରତୀୟଙ୍କ ପାଇଁ କେନ୍ଦ୍ରର ଆଡ୍‌ଭାଇଜରୀ

ନୂଆଦିଲ୍ଲୀ : କାନାଡାରେ କ୍ରମବର୍ଦ୍ଧିଷ୍ଣୁ ହେଟ୍ ସ୍ପିଚ୍ ମାମଲାକୁ ଦୃଷ୍ଟିରେ ରଖି ଭାରତ ସରକାର ସେଠାରେ ଥିବା ଭାରତୀୟ ଛାତ୍ର ଏବଂ ଯାତ୍ରୀଙ୍କ ପାଇଁ ଶୁକ୍ରବାର ଟ୍ରାଭେଲ୍ ଆଡ୍‌ଭାଇଜରୀ ଜାରି କରିଛନ୍ତି । ଏହା ସହିତ ସାବଧାନ ଏବଂ ସତର୍କ ରହିବାକୁ ସେଠାକାର ଭାରତୀୟଙ୍କୁ କୁହାଯାଇଛି । ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ ଜାରି କରାଯାଇଥିବା ଆଡ୍‌ଭାଇଜରୀରେ କୁହାଯାଇଛି କାନାଡାରେ ଭାରତ ବିରୋଧୀ ଗତିବିଧିରେ ଦ୍ରୁତ ବୃଦ୍ଧି ଘଟିଛି । ଏଥିରେ ଆହୁରି କୁହାଯାଇଛି, କାନାଡାରେ ବୃଦ୍ଧି ପାଉଥିôବା ହେଟ୍ ସ୍ପିଚ୍ ମାମଲା ଏବଂ ଭାରତ ବିରୋଧୀ ଗତିବିଧି ସମ୍ପର୍କରେ ବୈଦେଶିକ ମନ୍ତ୍ରଣାଳୟ କାନାଡା କର୍ତ୍ତୃପକ୍ଷଙ୍କୁ ଅବଗତ କରାଇଛି ।

ଏହା ସହିତ ଏହି ମାମଲାରେ ବର୍ତ୍ତମାନ ସୁଦ୍ଧା କୌଣସି କାର୍ଯ୍ୟାନୁଷ୍ଠାନ ହୋଇନଥିବାରୁ ମାମଲାର ତଦନ୍ତ ସହ ଉଚିତ କାର୍ଯ୍ୟାନୁଷ୍ଠାନ ପାଇଁ ଅନୁରୋଧ କରିଛି । ସରକାରଙ୍କ ପକ୍ଷରୁ ଜାରି ବିଜ୍ଞପ୍ତିରେ ଦର୍ଶାଯାଇଛି ଯେ ଘଟଣାକୁ ନେଇ ଭାରତୀୟ ଛାତ୍ର ଏବଂ ଯାତ୍ରୀଙ୍କୁ ସତର୍କ ଏବଂ ସାବଧାନ ରହିବାକୁ କୁହାଯାଇଛି । ଯେଉଁ ଭାରତୀୟ ଛାତ୍ର ଏବଂ ନାଗରିକ ସେଠାକୁ ପଢ଼ିବା ଏବଂ ବୁଲିବା ପାଇଁ ଯାଇଛନ୍ତି ସେମାନଙ୍କୁ ଅଟାୱା, ଟରୋଣ୍ଟୋ ଏବଂ ଭାଙ୍କୋଭର୍‌ରେ ଥିବା ଭାରତୀୟ ମିଶନ୍‌ରେ ରେଜିଷ୍ଟ୍ରେସନ୍ କରିବାକୁ କୁହାଯାଇଛି । ରେଜିଷ୍ଟ୍ରେସନ୍ କରିଥିବା ଯେକୌଣସି ଭାରତୀୟଙ୍କୁ ଏମର୍ଜେନ୍ସିରେ ଭାରତୀୟ ହାଇକମିଶନ୍ ଏବଂ ବାଣିଜ୍ୟ ଦୂତାବାସ ଦ୍ୱାରା ଟ୍ରାକ୍ କରାଯାଇପାରିବ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking