ଉମରକୋଟ ରେ କେନ୍ଦ୍ର ମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ

ଉମରକୋଟ : ଆଜି ଉମରକୋଟ ଗ୍ରସ୍ତରେ ଆସିଛନ୍ତି ମାନ୍ୟବର କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ ।କେନ୍ଦ୍ରମନ୍ତ୍ରୀ  ଉମରକୋଟ ସ୍ଥିତ ବିଜୁ ପଟ୍ଟନାୟକ ମିନି ଷ୍ଟାଡିୟମ ଠାରେ ଏକ ସ୍ୱତନ୍ତ୍ର ହେଲିକ୍ୟାପ୍ଟର ଯୋଗେ ଦିନ ଠିକ୍ ଘ ୧୨.୦୫ ମି ଆସି ପହଞ୍ଚିଥିଲେ |ଏଠାରେ ଉମରକୋଟ ବିଧାୟକ ନିତ୍ୟାନନ୍ଦ ଗଣ୍ଡ ପୁଷ୍ପ ଗୁଚ୍ଛ ଦେଇ ସ୍ବାଗତ ଜଣାଇଥିଲେ | ଏହାପରେ ଏକ ବିରାଟ ଶୋଭଯାତ୍ରାରେ ଡ଼ି ଏନ କେ ସ୍ଥିତ ରାମ କୃଷ୍ଣ ମିଶନ ଠାରେ ପହଞ୍ଚି ସାରଦା ମା ଙ୍କ ଜନ୍ମ ଉତ୍ସବ ରେ ଏକ ଭକ୍ତ ସମ୍ମିଳନୀ ଯୋଗଦେଇ ଥିଲେ |ସାରଦା ମା ଙ୍କ ଜୀବନ ଉପରେ ଏକ ବିସ୍ତୁର୍ତ ଅଭିଭାଷଣ ଦେବା ପରେ ସେଠାରୁ  ଏକ ସ୍ୱତନ୍ତ୍ର ଗାଡି ରେ ବାହାରି ଉମରକୋଟ ସହର ପରିକ୍ରମା କରିଥିଲେ |

ନୂତନ ବସ ଷ୍ଟାଣ୍ଡ ଠାରେ ଏକ ସାଧାରଣ ସଭା ରେ ଯୋଗ ଦେଇଥିଲେ | ମନ୍ତ୍ରୀ ଶ୍ରୀ ଷଡ଼ଙ୍ଗୀ କହିଥିଲେ   ଆଜି ଉମରକୋଟ ଠାରେ ଗୋ ସୁରକ୍ଷା ସକାଶେ କେନ୍ଦ୍ର ସରକାରଙ୍କ ରାଷ୍ଟ୍ରୀୟ ଗୋକୁଲ ମିଶନ କରାଯାଇଛି | ଆମ୍ଭ ରାଜ୍ୟରେ ମଧ୍ୟ ପଶୁ କ୍ରୁରତା ଆଇନ୍,ଗୋ ଚାଲାଣ ଆଇନ ରହିଛି  | କିନ୍ତୁ କିଛି ଭ୍ରଷ୍ଟଚାରଙ୍କ ଠାରୁ ଲାଞ୍ଚ ନେଇ ଆଇନ୍ ବିରୁଦ୍ଧ କାର୍ଯ୍ୟ କରାଯାଉଛି | ରାଜ୍ୟ ସରକାରଙ୍କ ପଶୁ ନିରୋଧ ଆଇନକୁ କଡାକଡି ପାଳନ କରିବାକୁ ଅପିଲ କରିଛନ୍ତି | ଗୋମାତାକୁ ଆଧାର କରି ବିଭିନ୍ନ କୁଟୀର  ଶିଳ୍ପ ନିର୍ମାଣ କରାଯିବ ସହ ସବ୍ ସିଡି ରେ ଉଚ୍ଚମାନର ଗାଈ ଯୋଗାଇଦିଆଯିବ |ମହୁ ଚାଷ ସକାଶେ ପ୍ରତ୍ୟେକ ପରିବାର କୁ ୧୦ ଟି ଲେଖାଏଁ ମହୁ ବାକ୍ସ ଦିଆଯିବ, ଯେମିତି କି ଏହି ଅଞ୍ଚଳ ର ସ୍ଥାନୀୟ ବାସିନ୍ଦା ଉପକୃତହୋଇ ପାରିବେ| ନାଗରିକତା ଆଇନ୍ ଉପରେ ଶ୍ରୀ ଷଡ଼ଙ୍ଗୀ କହିଛନ୍ତି ଯେ ଜାତୀୟ ନାଗରିକତା ଆଇନ୍ ଏକ ଐତିହାସିକ ପଦକ୍ଷେପ ଆମ ପୁର୍ବଜ ମାନଙ୍କର ଭୁଲକୁ ସୁଧାରିବାକୁ ବର୍ତ୍ତମାନ ପ୍ରୟାସ କରାଯାଇଛି । ଏହି ସଭା ରେ ଉମରକୋଟ ବିଧାୟକ ନିତ୍ୟନନ୍ଦ ଗଣ୍ଡ,ଜିଲ୍ଲା ସଭାପତି ଗୋବିନ୍ଦ ଜୈନ,ପୂର୍ବତନ ସାଂସଦ ବଳଭଦ୍ର ମାଝୀ/ପର୍ଶୁରାମ ମାଝୀ, ରାଜ୍ୟ କାର୍ଯ୍ୟକାରିଣୀ  ସଦସ୍ୟ ରମେଶ ସାହୁ ,ଅଶୋକ ପାଢ଼ୀ,ସୁରେଶ ଆଚାର୍ଯ୍ୟ,ଗୌରୀ ଶଙ୍କର ମାଝୀ, ସତ୍ୟ ବେହେରା ସୁରେଶ ଅଚର୍ଯ୍ୟ, ଓ ବିଜେପି ର ସମସ୍ତ କର୍ଯ୍ୟକର୍ତା ସହ ବହୁ ସଂଖ୍ୟା ରେ ସାଧାରଣ ଲୋକ ଯୋଗ ଦେଇଥିଲେ  । କେନ୍ଦ୍ରମନ୍ତ୍ରୀ ଉମରକୋଟ ଗ୍ରସ୍ତ କୁ ନେଇ ସ୍ଥାନୀୟ ବାସିନ୍ଦାଙ୍କ ମଧ୍ୟରେ ବହୁ ଉତ୍କଣ୍ଠା ପରିଲକ୍ଷିତ ହୋଇଥିଲା, ଉମରକୋଟ ଠାରେ କଡା ସୁରକ୍ଷା ପାଇଁ ପଲିସ ସଜାଗ ରହିବା ସହ ୩ ପ୍ଲାଟୁନ ଯବାନ ନିୟଜିତ ଥିଲେ ।