27.1 C
Bhubaneswar
Thursday, April 25, 2024
Homeଓଡିଶାଦେଶର ଉର୍ଜା ସୁରକ୍ଷାକୁ ହାସଲ କରିବା ପାଇଁ କାମ କର - ଧର୍ମେନ୍ଦ୍ର ପ୍ରଧାନ

ଦେଶର ଉର୍ଜା ସୁରକ୍ଷାକୁ ହାସଲ କରିବା ପାଇଁ କାମ କର – ଧର୍ମେନ୍ଦ୍ର ପ୍ରଧାନ

 
 ଭାରତୀୟ ତୈଳ ବିପଣନ କମ୍ପାନୀମାନେ ଦ୍ରୁତ ଗତିରେ ଆଗକୁ ବଢୁଛନ୍ତି
 ପେଟ୍ରୋଲିୟମ ଶିଳ୍ପର ଦ୍ରୁତ ଅଭିବୃଦ୍ଧି ସମସ୍ତଙ୍କ ଉଦ୍ୟମ ଫଳରେ ସମ୍ଭବ ହୋଇପାରିଛି
 ଗରିବ ଲୋକଙ୍କ ଜୀବନଶୈଳିକୁ ପରିବର୍ତନ କରିବାର କ୍ଷମତା ପେଟ୍ରୋଲିୟମ ଶିଳ୍ପ ପାଖରେ ରହିଛି
 ୨୦୨୪ ସୁଦ୍ଧା ଭାରତ ତୈଳ ଓ ଗ୍ୟାସର ଭିତିଭୂମିରେ ୧୦୦ ବିଲିୟନ ଡଲାର ପୁଞ୍ଜିନିବେଶ କରିବ
 
ନୂଆଦିଲ୍ଲୀ : ନୂଆଦିଲ୍ଲୀ ଠାରେ ଭାରତୀୟ ପେଟ୍ରୋଲିୟମ ଶିଳ୍ପ ସଂଘ(ଏଫଆଇପିଆଇ)ର ପ୍ରତିଷ୍ଠା ଦିବସ
ଅବସରରେ ଆୟୋଜିତ ବାର୍ଷିକ ସମ୍ମିଳନୀ ଓ ପୁରସ୍କାର ବିତରଣ ୨୦୧୯ କାର୍ଯ୍ୟକ୍ରମରେ ଯୋଗଦେଇ ଦେଶର ଉର୍ଜା
ସୁରକ୍ଷାକୁ ହାସଲ କରିବା ପାଇଁ କାମ କରିବାକୁ ପେଟ୍ରୋଲିୟମ ଶିଳ୍ପର ଅଧିକାରୀ ତଥା ବିଶେଷଜ୍ଞମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି
କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।
କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି ଯେ ଭାରତର ଗରିବ ଲୋକଙ୍କ ଜୀବନଶୈଳିକୁ ପରିବର୍ତନ କରିବାର ଦାୟିତ୍ୱ କେବଳ
ପେଟ୍ରୋଲିୟମ ଶିଳ୍ପ ପାଖରେ ରହିଛି । ସମସ୍ତଙ୍କ ପାଖରେ ସୁଲଭ ମୂଲ୍ୟରେ ଉର୍ଜା ପହଁଚାଇ ଗରିବ ଲୋକଙ୍କର ଜୀବନରେ
ଅଭୁତପୂର୍ବ ପରିବର୍ତନ ଆଣିବାର କ୍ଷମତା ପେଟ୍ରୋଲିୟମ ଶିଳ୍ପ ପାଖରେ ରହିଛି । ଭାରତୀୟ ତୈଳ ବିପଣନ କମ୍ପାନୀମାନେ
ଦ୍ରୁତ ଗତିରେ ଆଗକୁ ବଢୁଛନ୍ତି । ସମୟ ବଦଳିବା ସହ କେନ୍ଦ୍ର ସରକାର ବିଗତ ଦିନ ମାନଙ୍କରେ ଏହି କ୍ଷେତ୍ରରେ ସଂସ୍କାରରେ
ଅନେକ ସୁଧାର ଆଣିଛନ୍ତି । ତେବେ ପେଟ୍ରୋଲିୟମ ଶିଳ୍ପର ଦ୍ରୁତ ଅଭିବୃଦ୍ଧି ସମସ୍ତଙ୍କ ଉଦ୍ୟମ ଫଳରେ ସମ୍ଭବ ହୋଇପାରିଛି ।
ଅପରପକ୍ଷରେ ତୈଳ ଓ ଗ୍ୟାସ କ୍ଷେତ୍ରରେ ବିଶ୍ୱ ପୁଞ୍ଜିନିବେଶକାରୀଙ୍କୁ ଆକୃଷ୍ଟ କରିବା ଆମର ଲକ୍ଷ୍ୟ । ଏହି ମର୍ମରେ ୨୦୨୪
ସୁଦ୍ଧା ଭାରତ ରିଫାଇନିଂ, ପାଇପଲାଇନ ଏବଂ ଗ୍ୟାସ ଟର୍ମିନାଲରେ ୧୦୦ ବିଲିୟନ ଡଲାର ପୁଞ୍ଜିନିବେଶ କରିବ ବୋଲି
ସେ କହିଛନ୍ତି ।
ଶ୍ରୀ ପ୍ରଧାନ କହିଛନ୍ତି ଯେ ଆଗାମୀ ୫ ବର୍ଷ ମଧ୍ୟରେ ଭାରତ ୫ ଟ୍ରିଲିୟନ ଡଲାର ଅର୍ଥନୀତିରେ ପରିଣତ କରିବାର ଲକ୍ଷ୍ୟ
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରଖିଛନ୍ତି । ପ୍ରଧାନମନ୍ତ୍ରୀଙ୍କ ଦୃଷ୍ଟିକୋଣରେ ଏହି ଲକ୍ଷ୍ୟକୁ ଭାରତର ତୈଳ ଓ ଗ୍ୟାସ କ୍ଷେତ୍ର ହାସଲ
କରିବାର କ୍ଷମତା ରଖିଛି । ସେହିପରି ଆଜି ଦେଶ ଅନେକ ଚ୍ୟାଲେଞ୍ଜିଂ ସମୟ ଦେଇ ଗତି କରୁଛି । ଏହି ସମୟରେ ଦେଶର
ପେଟ୍ରୋଲିୟମ ଶିଳ୍ପ ଅନେକ ବାଧାବିଘ୍ନ ସମ୍ମୁଖୀନ କରି ଆଗକୁ ବଢିବାର ମଧ୍ୟ କ୍ଷମତା ରଖିଛି । ସେହିପରି ଆଗାମୀ ଦିନରେ
ବିକଳ୍ପ ଉର୍ଜା, ସବୁଜ ଉର୍ଜା ପାଇଁ ନୂଆ ଯନ୍ତ୍ର ଆବିଷ୍କାର ନିମନ୍ତେ କମ୍ପାନୀ ମାନଙ୍କୁ ପୁରସ୍କୁତ କରାଯାଉ ବୋଲି ଶ୍ରୀ ପ୍ରଧାନ
ପରାମର୍ଶ ଦେଇଥିଲେ ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking