33.1 C
Bhubaneswar
Thursday, April 25, 2024
Homeକର୍ପୋରେଟ୍ଭାରତର ଉର୍ଜା ସୁରକ୍ଷାକୁ ବଢାଇବ ଦ୍ୱିପାକ୍ଷିକ ଚୁକ୍ତି - ଧର୍ମେନ୍ଦ୍ର ପ୍ରଧାନ

ଭାରତର ଉର୍ଜା ସୁରକ୍ଷାକୁ ବଢାଇବ ଦ୍ୱିପାକ୍ଷିକ ଚୁକ୍ତି – ଧର୍ମେନ୍ଦ୍ର ପ୍ରଧାନ

 ଭାରତକୁ ବାର୍ଷିକ ୨ ଏମ୍‌ଏମ୍‌ଟି ଅଶୋଧିତ ତୈଳ ଯୋଗାଇବ ଋଷ
 ରୋଜନେଫ୍ଟର ସିଇଓଙ୍କ ସହ ଦ୍ୱିପାକ୍ଷିକ ପୁଞ୍ଜିନିବେଶ ଉପରେ ସମୀକ୍ଷା
 ଭାରତର ମଜବୁତ୍ କରିବା ଉପରେ ଗୁରୁତ୍ୱ
 ଭାରତର ଉର୍ଜା ସୁରକ୍ଷାରେ ରୋଜନେଫ୍ଟ ଭଲ ସହଯୋଗୀ କମ୍ପାନୀ

 
ନୂଆଦିଲ୍ଲୀ/ଭୁବନେଶ୍ୱର – ନୂଆଦିଲ୍ଲୀ ଠାରେ ବୁଧବାର କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ
ରୋଜନେଫ୍ଟର ସିଇଓ ଇଗୋର ସଚିନ୍ ଏବଂ ତାଙ୍କର ଏକ ଉଚ୍ଚ ବ୍ୟବସାୟିକ ପ୍ରତିନିଧି ମଣ୍ଡଳି ସହ ଆଲୋଚନା
କରିଛନ୍ତି । ଏହି ଅବସରରେ ପ୍ରଥମ ଥର ପାଇଁ ଆଇଓସିଏଲ ଏବଂ ରୋଜନେଫ୍ଟ ମଧ୍ୟରେ ଏକ ଚୁକ୍ତି ସ୍ୱାକ୍ଷରିତ
ହୋଇଯାଇଛି । ଏହି ଚୁକ୍ତି ଫଳରେ ଋଷ ଭାରତକୁ ବାର୍ଷିକ ୨ ଏମ୍‌ଏମ୍‌ଟି ଅଶୋଧିତ ତୈଳ ଯୋଗାଇବ ।
ଏହି ଅବସରରେ ଶ୍ରୀ ପ୍ରଧାନ କହିଛନ୍ତି ଯେ ଆଜିର ଚୁକ୍ତି ଅଶୋଧିତ ତୈଳ ଆମଦାନୀ କ୍ଷେତ୍ରରେ ଭାରତ ଆଉ ଏକ
ଗୁରୁତ୍ୱପୂର୍ଣ୍ଣ ମାଇଲଖୁଂଟ ହାସଲ କରିଛି । ଏହି ଚୁକ୍ତି ଭାରତର ଉର୍ଜା ସୁରକ୍ଷାକୁ ବଢାଇବା ଦିଗରେ ବଡ ପଦକ୍ଷେପ ।
ଭାରତ ଏବଂ ଋଷ ସମ୍ପର୍କ ମଧ୍ୟରେ ହାଇଡ୍ରୋକାର୍ବନ ହେଉଛି ଉଭୟ ଋଣନୈତିକ ବିଶେଷାଧିକୃତ ଭାବରେ
ଗୁରୁତ୍ୱପୂର୍ଣ୍ଣ ସ୍ତମ୍ଭ । ଭାରତର ଉର୍ଜା ସୁରକ୍ଷାରେ ରୋଜନେଫ୍ଟ ଏକ ଭଲ ସହଯୋଗୀ କମ୍ପାନୀ ବୋଲି ଶ୍ରୀ ପ୍ରଧାନ
କହିଛନ୍ତିା
ଭାରତୀୟ ତୈଳ ଏବଂ ଗ୍ୟାସ ପିଏସୟୁ ଏବଂ ରୋଜନେଫ୍ଟ ମଧ୍ୟରେ ଚାଲୁଥିବା ଦ୍ୱିପାକ୍ଷିକ ପୁଞ୍ଜିନିବେଶ ଉପରେ
କେନ୍ଦ୍ରମନ୍ତ୍ରୀ ଓ ରେଜନେଫ୍ଟର ସିଇଓ ସମୀକ୍ଷା କରିଥିଲେ । ଦ୍ୱିପାକ୍ଷିକ ଉର୍ଜା ସହଯୋଗକୁ ବଢାଇବା ଓ ପ୍ରାକୃତିକ ଗ୍ୟାସ
ଏବଂ ଅଶୋଧିତ ତୈଳରେ ପୁଞ୍ଜିନିବେଶ ମାଧ୍ୟମରେ ହାଇଡ୍ରୋକାର୍ବନ କ୍ଷେତ୍ରକୁ ମଜବୁତ୍ କରିବା ଉପରେ ଉଭୟ
ଚର୍ଚ୍ଚା କରିଥିଲେ ।
ଉଲ୍ଲେଖନୀୟ ଯେ, ଆଜିର ବୈଠକରେ ଋଷର ଭୋଷ୍ଟକ ପ୍ରକଳ୍ପରେ ଭାରତର ପୁଞ୍ଜିନିବେଶର ରୋଡମ୍ୟାପ୍ ସମେତ
ଗତବର୍ଷ ସେପ୍ଟେମ୍ବରରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଋଷ ଗସ୍ତ କାର୍ଯ୍ୟ ସମ୍ପର୍କରେ ଆଲୋଚନା ହୋଇଥିଲା । ଆଜି
ହୋଇଥିବା ଦ୍ୱିପାକ୍ଷିକ ଚୁକ୍ତିକୁ ଆଗକୁ ନେବା ନେଇ ଉଭୟ ସମ୍ମତି ପ୍ରକାଶ କରିଥିଲେ । ଭାରତର ଉର୍ଜା ସୁରକ୍ଷାକୁ
ମଜବୁତ୍ କରିବା ଏବଂ ଭାରତୀୟ ତୈଳ ଏବଂ ଗ୍ୟାସ କମ୍ପାନୀ ସହ ମିଳିତ ଭାବରେ କାମ କରିବା ପାଇଁ
ସହଯୋଗକୁ ବଢାଇବା ପାଇଁ ରୋଜନେଫ୍ଟର ସିଇଓ ସମ୍ମତି ପ୍ରଦାନ କରିଥିଲେ ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking