26.1 C
Bhubaneswar
Friday, March 29, 2024
Homeଓଡିଶାଆରମ୍ଭ ହେବ ଜନଗଣନା -୨୦୨୧

ଆରମ୍ଭ ହେବ ଜନଗଣନା -୨୦୨୧

ଭୁବନେଶ୍ୱର : ସବୁଥର ଭଳି ଏଥର ମଧ୍ୟ ଜନଗଣନା ୨୦୨୧ ଖୁବ୍ ଶୀଘ୍ର ଆରମ୍ଭ ହେବାକୁ ଯାଉଛି । ଭୁବନେଶ୍ୱରରେ ଜନଗଣନା କାର୍ଯ୍ୟକ୍ରମ ଆରମ୍ଭ କରିବାକୁ ବିଏମସିକୁ ନିର୍ଦ୍ଦେଶ ମିଳିବା ପରେ ପ୍ରସ୍ତୁତି ଆରମ୍ଭ ହୋଇଛି । ଏଥର ଜନଗଣନାରେ ୨୨୨୦ କର୍ମଚାରୀ ନିୟୋଜିତ ହେବେ ବୋଲି ବିଏମସି ପକ୍ଷରୁ କୁହାଯାଇଛି ।

ସୂଚନା ଅନୁସାରେ, ବିଏମସି ଅଞ୍ଚଳରେ ୧୯୦୨ଜଣ ଏନୋମରେଟର ଓ ୩୧୮ଜଣ ସୁପରଭାଇଜର୍ ନିୟୋଜିତ ହେବେ । ଏଥରର ଜନଗଣନା ପାଇଁ ବିଏମସି କମିସନର ପ୍ରେମଚନ୍ଦ୍ର ଚୌଧରୀ ପ୍ରିନସିପାଲ୍ ସେନସସ୍ ଅଫିସର ହୋଇଥିବାବେଳେ ଡେପୁଟି କମିସନର ଶ୍ୟାମସୁନ୍ଦର ସେଠୀ ସିଟି ସେନସସ୍ ଅଫିସର ଭାବେ କାର୍ଯ୍ୟ କରୁଛନ୍ତି । ଏଥରର ଜନଗଣନା କାର୍ଯ୍ୟକ୍ରମରେ ମହିଳା ଓ ଶିଶୁ ବିକାଶ ବିଭାଗ, ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଓ ବିଡିଏ କର୍ମଚାରୀମାନେ ସାମିଲ୍ ହେବେ । ଏନେଇ ସଂପୃକ୍ତ ବିଭାଗଗୁଡ଼ିକୁ ଖୁବ୍ ଶୀଘ୍ର ଚିଠି କରାଯିବ । ଜନଗଣନା ନିମନ୍ତେ ଜାତୀୟ ଜନଗଣନା ରେଜିଷ୍ଟରକୁ ଅନୁସରଣ କରି ଘର ତାଲିକା ଏବଂ ଜନଗଣନା କରାଯିବ । ସମୟସୀମା ମଧ୍ୟରେ ଆବଶ୍ୟକ ମାନବସମ୍ବଳ ଯୋଗାଡ଼ ଏବଂ ନିୟମିତ ସମୀକ୍ଷା ହେବ ବୋଲି ବିଏମସି ପକ୍ଷରୁ କୁହାଯାଇଛି ।
https://onakhabar.com/2020/02/14/budget-session-start/
 

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking