ଯାଜପୁର : ବରିଷ୍ଠ ନାଗରିକ ଦିବସ ଉପଲକ୍ଷେ ନବଉତ୍କଳମହିଳା ସମିତି ପକ୍ଷରୁ ଏକ ସଚେତନତା ସଭାର ଅନୁଷ୍ଠିତ ହୋଇଯାଇଛି। ଏହି ସଭାରେ ଉପସ୍ଥିତ ଥିବା ସମ୍ମାନିତ ଅତିଥିମାନଙ୍କ ମଧ୍ୟରେ ଆଡଭୋକେଟ୍ ରାମଚନ୍ଦ୍ର ପହି, ମହିଳା କଂଗ୍ରେସର ରାଜ୍ୟ ଅଧ୍ୟକ୍ଷା ଶ୍ରୀମତୀ ବନ୍ଦିତାପରିଡା ପ୍ରମୁଖ ଯୋଗଦେଇଥିଲେ। ସଭା ଆରମ୍ଭରେ ସମିତିର ସଭାନେତ୍ରୀ ଶ୍ରୀମତୀ ଅମୁଲିପହି ଉଦ୍ଘାଟନୀ ଉଦ୍ବୋଧନ ଦେବା ସହିତ ବରିଷ୍ଠ ନାଗରିକ ଦିବସ ଉପଲକ୍ଷେ ସମ୍ୟକ ସୂଚନା ଦେଇଥିଲେ। ସମ୍ପାଦିକା ଜୟନ୍ତୀ ଜେନା ଅତିଥି ପରିଚୟ ଦେବା ସହିତ ବରିଷ୍ଠ ନାଗରିକ ମାନଙ୍କ ଲାଗି ଆଇନରେ ଥିବା ସହାୟତାର ସମ୍ୟକ ସୂଚନା ଦେଇଥିଲେ। ଆଡଭୋକେଟ୍ ରାମଚନ୍ଦ୍ର ପହି ବରିଷ୍ଠ ମାନଙ୍କ ନିମନ୍ତେ ଉଦିଷ୍ଟ ଆଇନ ସହାୟତାର ଏକ ବିବରଣୀ ଆଲୋଚନା କରିଥିଲେ। ପରିବାରରେ ଏକୁଟିଆ ହେଉ ଅବା ସପରିବାରେ ଥାଇ ମଧ୍ୟ ଯଦି ଜଣେ ବୟଜ୍ୟେଷ୍ଠବ୍ୟକ୍ତି ନିଜକୁ ଅସହାୟ ଭାବନ୍ତି ବା ପରିବାରରେ ତାଙ୍କର ଜୀବନ ନିରାପଦ ନୁହେଁ ବୋଲି ଅନୁଭବ କରନ୍ତି ତ ବିନା ଦେୟରେ ସେ ଆଇନ ସହାୟତା ପାଇପାରିବେବୋଲି ଶ୍ରୀଯୁକ୍ତ ରାମଚନ୍ଦ୍ର ପହି ତାଙ୍କର ଉଦ୍ବୋଧନରେ ପ୍ରକାଶ କରିଥିଲେ। ଶ୍ରୀମତୀ ବନ୍ଦିତାପରିଡା ମହୋଦୟା ନିଜର ବକ୍ତବ୍ୟରେ କହିଥିଲେକି ବରିଷ୍ଠ ବ୍ୟକ୍ତି ମାନେ ଆମ ପରିବାର ମେରୁଦଣ୍ଡ। ଆମେ ଯେତେ ଶିକ୍ଷିତ ହୁଅନ୍ତି ଅବା ସଭ୍ୟତାକୁ ଆପଣେଇଥାଆନ୍ତି ତଥାପି ଘରର ବରିଷ୍ଠ ମାନଙ୍କୁ ସ୍ନେହ ଶ୍ରଦ୍ଧା ଓ ସମ୍ମାନ ଦେଇ ସେମାନଙ୍କର ସେବା କରିବା ଉଚିତ। ବରିଷ୍ଠ ମାନଙ୍କ ଆଶୀର୍ବାଦ ରେ ପରିବାର ଆଗକୁ ବଢେ। ସମିତିର ଉପଦେଷ୍ଟା ଶ୍ରୀମତୀ ଶାନ୍ତିଲତା ମଝି ତାଙ୍କର ବକ୍ତବ୍ୟରେ ବରିଷ୍ଠ ମାନଙ୍କୁ ପରିବାରରେ ଓ ସମାଜରେ କିପରି ଚଳିବାକୁ ହେବ ସେ ବିଷୟରେ ସୁନ୍ଦର ମତାମତ ରଖିଥିଲେ। ଶେଷରେ ସମିତିର ସହ ସମ୍ପାଦିକା ଜେମାମଣି କଅଁର ଧନ୍ୟବାଦ ଦେଇ ସଭା ସାଙ୍ଗ କରିଥିଲେ। ଏହି ସଭାରେ ପଚାଶ ଜଣ ବରିଷ୍ଠ ନାଗରିକଙ୍କ ସହିତ ସମିତିର ସଭ୍ୟା ପୁଷ୍ପାରଣୀ ଜେନା, ପ୍ରେମକଳା ସେଠି, ପୂର୍ଣ୍ଣିମା ଦାସ, ଜଂଜାଳି ମଲିକ୍ ପ୍ରମୁଖ ଯୋଗ ଦେଇ କାର୍ୟ୍ୟକ୍ରମଟିକୁ ସଫଳ କରିବାରେ ସହଯୋଗ କରିଥିଲେ।