କାନାରା ବ୍ୟାଙ୍କର ୭ମ ପ୍ରତିଷ୍ଠା ଦିବସ ପାଳନ

ଯାଜପୁର: ଯାଜପୁର ଜିଲ୍ଲା କୋରାଇ ବ୍ଲକ ଅନ୍ତଗର୍ତ ଜହ୍ନା ପଂଚାୟତର ଜହ୍ନାରେ ଥିବା କାନାରାବ୍ୟାଙ୍କ କୋଭିଡ୍‌ ଆଇନ ଅନୁସାରେ ପ୍ରତିଷ୍ଠା ଦିବସ ପାଳନ କରିଛ । ରାଷ୍ଟ୍ରାୟତ୍ତ ବ୍ୟାଙ୍କ୍ ଭାବେ ସାରା ଦେଶରେ ପ୍ରସିଦ୍ଧ ଲାଭ କରି ଜନସାଧାରଣଙ୍କ ଆଦୃତ ହୋଇଥିବା କାନାରା ବ୍ୟାଙ୍କ୍ ଗୁରୁବାର ତାର ୧୧୫ତମ ପ୍ରତିଷ୍ଠା ଦିବସ ପାଳନ କରିଛି । ୨୦୧୩ ମସିହା ଏହି ଦିନରେ କୋରେଇ ବ୍ଲକ୍ ଅନ୍ତର୍ଗତ ଜହ୍ନା ଗ୍ରାମରେ କାନାରା ବ୍ୟାଙ୍କ୍ ସ୍ଥାପନା ହୋଇଥିବାରୁ, ୭ମ ପ୍ରତିଷ୍ଠା ଦିବସ ପାଳନ କରାଯାଇଛି । ଜହ୍ନା ପଞ୍ଚାୟତର ସରପଞ୍ଚ ଭାଗ୍ୟଶ୍ରୀ ମଲ୍ଲିକ ବ୍ୟାଙ୍କର ପ୍ରତିଷ୍ଠାର ସୁବରାଓ ପାଇଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରି ଓ ପ୍ରଦୀପ ପ୍ରଜ୍ବଳନ କରି ଆନୁଷ୍ଠାନିକ ଉଦଘାଟନ କରିଥିଲେ । ଶାଖା ପରିଚାଳକ ପ୍ରକାଶ ଗୁରୁ, କର୍ମଚାରୀ ରଶ୍ମି ରାଣୀ, ଆଦିତ୍ୟ ମହାପାତ୍ର, ପି. ସି ଦାସ, ଶେଷଦେବ ସାହୁ ପ୍ରମୁଖ ଉପସ୍ଥିତ ଥିଲେ । କରୋନା କଟକଣା ଯୋଗୁଁ ଏହି ପ୍ରତିଷ୍ଠା ଦିବସକୁ ନିରାଡମ୍ବର ଭାବେ ପାଳନ କରାଯାଇଛି । ଏହି ବ୍ୟାଙ୍କ୍ ସଦାସର୍ବଦା ଜନସାଧାରଣଙ୍କ ସେବାରେ କାମ କରିବା ସହ ଆଖପାଖ ଅଂଚଳର କ୍ଷୁଦ୍ର ଚାଷୀ, ବ୍ୟବସୀୟୀ, ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀଙ୍କୁ ସ୍ଵବାଲମ୍ଭୀ ହେବା ପାଇଁ ଆର୍ଥିକ ପ୍ରୋତ୍ସାହନ ବା ଋଣ ପ୍ରଦାନ ଦିଗରେ ଅଗ୍ରଣୀ ଭୂମିକା ଗ୍ରହଣ କରିଛି । ସ୍ଥାନୀୟ ଜନସାଧାରଣଙ୍କ ସହଯୋଗ ପାଇଁ ଖୁବ୍ ଅଳ୍ପ ଦିନରେ ବ୍ୟାଙ୍କର ବ୍ୟବସାୟ ବୃଦ୍ଧି ପାଇ ପାରିଛି ବୋଲି ଶାଖା ପରିଚାଳକ ପ୍ରକାଶ ଗୁରୁ ପ୍ରକାଶ କରିଛନ୍ତି ।

LEAVE A REPLY

Please enter your comment!
Please enter your name here