31.1 C
Bhubaneswar
Friday, March 29, 2024
Home୪୪ ତମ ଚେସ୍ ଅଲିମ୍ପିଆଡ୍ ଚେନ୍ନାଇ -୨୦୨୨‘ଅନ୍ତର୍ଜାତୀୟ ଚେସ୍ ଦିବସ’ ପାଳନ

‘ଅନ୍ତର୍ଜାତୀୟ ଚେସ୍ ଦିବସ’ ପାଳନ

ନୂଆଦିଲ୍ଲୀ : ୧୯୨୪ ଜୁଲାଇ ୨୦ରେ ଅନ୍ତର୍ଜାତୀୟ ଚେସ୍ ଫେଡେରସନ୍ ସ୍ଥାପିତ ହୋଇଥିଲା । ୟୁନେସ୍କୋ ପ୍ରଥମେ ଚେସ୍ ଦିବସ ପାଳନ କରିବାକୁ ସ୍ଥିର କରିବା ପରେ ୧୯୬୬ରୁ ଏହା ପାଳିତ ହୋଇଆସୁଛି । ଇଉରୋପରେ ଚେସ୍‌କୁ ବୁଦ୍ଧିଆଙ୍କ ଖେଳ ବୋଲି ବିବେଚନା କରାଯାଏ । ସେସବୁ ଦେଶରେ ବିଦ୍ୟାଳୟସ୍ତରରୁ ପିଲାଙ୍କୁ ଚେସ୍ ଶିଖିବା ତାଲିମ ଦିଆଯାଉଛି । ଋଣକୌଶଳ, ତୀକ୍ଷ୍ମ ବୁଦ୍ଧିର ଖେଳ ଭାବେ ପରିଚିତ ଚେସ୍‌ର ଆରମ୍ଭ ଭାରତରୁ ହୋଇଥିବାର ଗବେଷକଙ୍କ ମତ ।

ମାନସିକ ବୁଦ୍ଧିର ଏହି ଖେଳକୁ ବିଶ୍ୱସ୍ତରରେ ୬୦ କୋଟିରୁ ଅଧିକ ଲୋକ ନିୟମିତ ଖେଳୁଥିବାର ଜଣାପଡ଼ିଛି । ୨୦୧୨ରେ ହୋଇଥିବା ଅନୁଧ୍ୟାନ ଅନୁସାରେ, ବିଶ୍ୱର ୭୦ ପ୍ରତିଶତ ଲୋକ ସେମାନଙ୍କ ଜୀବନକାଳରେ ଚେସ୍ ଖେଳିନାହାନ୍ତି । ବିଶ୍ୱବାସୀଙ୍କୁ ଏହି ଖେଳ ବିଷୟରେ ଜଣାଇବା ପାଇଁ ଜୁଲାଇ ୨୦ରେ ‘ଅନ୍ତର୍ଜାତୀୟ ଚେସ୍ ଦିବସ’ ପାଳନ କରାଯାଉଛି । ୪୪ ତମ ଚେସ୍ ଅଲିମ୍ପିଆଡ୍ ରେକର୍ଡ ପୁସ୍ତକକୁ ଛୁଇଁବାକୁ ପ୍ରସ୍ତୁତ ହୋଇଛି । ଜୁଲାଇ ୨୮ରୁ ଅଗଷ୍ଟ ୧୦ ପର୍ଯ୍ୟନ୍ତ ଚେନ୍ନାଇର ମହାବାଲିପୁରମ୍ରେ ଅନୁଷ୍ଠିତ ବିଶ୍ୱର ସବୁଠାରୁ ବଡ ଚେସ୍ ଇଭେଣ୍ଟ ପାଇଁ ସର୍ବାଧିକ ସଂଖ୍ୟକ ଦେଶ ଏବଂ ଦଳ ପଞ୍ଜୀକୃତ ହୋଇଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking