38.1 C
Bhubaneswar
Tuesday, April 23, 2024
Homeଓଡିଶାଭୁବନେଶ୍ୱରଡିଏଭି ପୋଖରୀପୁଟରେ ସ୍ବଭାବକବି ଗଙ୍ଗାଧର ମେହେରଙ୍କ ଜୟନ୍ତୀ ପାଳିତ

ଡିଏଭି ପୋଖରୀପୁଟରେ ସ୍ବଭାବକବି ଗଙ୍ଗାଧର ମେହେରଙ୍କ ଜୟନ୍ତୀ ପାଳିତ

ଭୁବନେଶ୍ୱର : ଡିଏଭି ପୋଖରୀପୁଟରେ ସ୍ବଭାବକବି ଗଙ୍ଗାଧର ମେହେରଙ୍କ ଜୟନ୍ତୀ ଅଧ୍ୟକ୍ଷା ଡ.ସୁଜାତା ଏହି ଅବସରରେ ସମସ୍ତ ବିଦ୍ୟାର୍ଥୀ ଓ ଶିକ୍ଷକଶିକ୍ଷୟିତ୍ରୀଙ୍କୁ ବାର୍ତ୍ତା ପ୍ରଦାନ କରିଥିଲେ । ଓଡ଼ିଆ ବିଭାଗର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ମେହେରଙ୍କ ଚରଣାରବିନ୍ଦରେ ପ୍ରଦୀପ ପ୍ରଜ୍ବଳନପୂର୍ବକ ଭକ୍ତି ସୁମନ ଅର୍ପଣ କରିଥିଲେ । ଏହି ଅବସରରେ କବିଙ୍କ ସୃଜନାତ୍ମକ ଫଳପ୍ରସୂର କବିତା ‘ତପସ୍ବିନୀ’ କାବ୍ୟରେ ଉଷାର ବର୍ଣ୍ଣନା ‘ମଙ୍ଗଳେ ଅଇଲା ଉଷା…’ କବିତାକୁ ଗାନ କରାଯାଇଥିଲା । କବିଙ୍କ ଜୀବନାଦର୍ଶକୁ ଆଧାରକରି ବିଦ୍ୟାର୍ଥୀମାନଙ୍କ ମଧ୍ୟରେ ଚିତ୍ରାଙ୍କନ ଓ କବିତା ଆବୃତ୍ତି ଭଳି ଅନେକ ପ୍ରତିଯୋଗିତା କରାଯାଇଥିଲା । ଓଡ଼ିଆ ବିଭାଗର ମୁଖ୍ୟ ଶୁଭ୍ରାଂଶୁ ମୋହନ ଦାଶ ପ୍ରଦୀପ ପ୍ରଜ୍ବଳନପୂର୍ବକ କାର‌୍ୟ୍ୟକ୍ରମର ଶୁଭାରମ୍ଭ କରିଥିଲେ । ବରିଷ୍ଠ ଶିକ୍ଷକ ନରୋତ୍ତମ ଷଡ଼ଙ୍ଗୀ କବିଙ୍କ ଜୀବନାଦର୍ଶ ସମ୍ପର୍କରେ ଆଲୋକପାତ କରିଥିବାବେଳେ ଓଡ଼ିଆ ଶିକ୍ଷକ କେଶବ ଚନ୍ଦ୍ର ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ । ଏହି କାର‌୍ୟ୍ୟକ୍ରମରେ ଓଡ଼ିଆ ବିଭାଗର ସଂଯୋଜିକା ଝରଣା ମିଶ୍ର ତଥା ଶିକ୍ଷୟିତ୍ରୀ କ୍ଷଣପ୍ରଭା ନନ୍ଦ ସକ୍ରିୟ ସହଯୋଗ କରିଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking