29.1 C
Bhubaneswar
Thursday, April 25, 2024
Homeଓଡିଶାମତଦାନ କେନ୍ଦ୍ରରେ ସିସିଟିଭି କ୍ୟାମେରା

ମତଦାନ କେନ୍ଦ୍ରରେ ସିସିଟିଭି କ୍ୟାମେରା

ପିପିଲି: ପିପିଲିରେ ବଢୁଛି ନିର୍ବାଚନୀ ଉଷ୍ମତା । ତେବେ ଏନେଇ ପ୍ରଶାସନ ସମସ୍ତ ପ୍ରସ୍ତୁତି ଶେଷ କରିଛି । ଉପନିର୍ବାଚନରେ ପିପିଲି ଓ ଡେଲାଙ୍ଗ ବ୍ଲକର ସମସ୍ତ ମତଦାନ କେନ୍ଦ୍ରରେ ଲାଗିଛି ସିସିଟିଭି କ୍ୟାମେରା । ଏହି କ୍ୟାମେରା ମାଧ୍ୟମରେ ଏହି ଦୁଇଟି ବ୍ଲକର ୧୭୫ ବୁଥ୍ ମତଦାନର ସିଧାପ୍ରସାରଣ କରାଯିବ । ପ୍ରଶାସନ ସିଧାସଳଖ ଭାବରେ ଏସବୁ ବୁଥ୍ ଉପରେ ନଜର ରଖି ପାରିବେ । ପିପିଲି ଉପନିର୍ବାଚନରେ ମୋଟ ୩୪୮ଟି ବୁଥରେ ମତଦାନ କରାଯିବ । ସେହିଭଳି ଭୋଟିଂ ପ୍ରକ୍ରିୟା ସୁରକ୍ଷା ମଧ୍ୟରେ ହେବା ପାଇଁ ୬ ପ୍ଲାଟୁନ୍ କେନ୍ଦ୍ରୀୟ ସୁରକ୍ଷା ବଳ ମୁତୟନ ହୋଇଛନ୍ତି ।

ତେବେ ପୋଲିସ ପ୍ରଶାସନର ଉଚ୍ଚ ପଦାଧିକାରୀମାନେ ଭୋଟିଂ ଉପରେ ନଜର ରଖିବେ । ସେହିଭଳି କୋଭିଡ କଟକଣା ଭିତରେ ମତାଦନ ହେବାକୁ ଥିବାରୁ ପ୍ରତ୍ୟେକ ଭୋଟର ଡାହାଣ ହାତରେ ଗ୍ଲୋବ୍ସ ପିନ୍ଧି ଭୋଟ ଦେବେ । ଆଜି ସନ୍ଧ୍ୟାସୁଦ୍ଧା ପ୍ରଚାର ଶେଷ ହେବ । ପ୍ରଦୀପ ମହାରଥୀଙ୍କ ପରୋଲୋକ ପରେ ପିପିଲିରେ ଉପନିର୍ବାଚନ ହେଉଛି । ଏହି ଉପନିର୍ବାଚନରେ ପ୍ରାୟ ୨ ଲକ୍ଷ ୩୦ ହଜାର ଭୋଟର ମତ ସାବ୍ୟସ୍ତ କରିବେ । ୧୦ ଜଣ ପ୍ରାର୍ଥୀ ପିପିଲି ଆସନ ପାଇଁ ଲଢେଇ କରୁଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking