27.1 C
Bhubaneswar
Thursday, April 25, 2024
Homeବ୍ରେକୀଙ୍ଗକୋଭିଡ କେଆର ସେଣ୍ଟରରେ ମହିଳାଙ୍କୁ ଯୌନ ନିର୍ଯ୍ୟାତନା ଘଟଣା : ଅଭିଯୁକ୍ତ ଉପରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ...

କୋଭିଡ କେଆର ସେଣ୍ଟରରେ ମହିଳାଙ୍କୁ ଯୌନ ନିର୍ଯ୍ୟାତନା ଘଟଣା : ଅଭିଯୁକ୍ତ ଉପରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଦାବି କଲେ ନରସିଂହ

ବଲାଙ୍ଗିର – ଗତ ୪ ତାରିଖରେ ବଲାଙ୍ଗିର କୋଭିଡ କେଆର ସେନର୍ଟରେ ଜଣେ ମହିଳା ରୋଗୀଙ୍କୁ, କାଯ୍ୟରତ ଡାକ୍ତର ଯୌାନ ନିର୍ଯ୍ୟାତନା ଦେବା ଘଟଣାରେ ବଲାଙ୍ଗିର ବିଧାୟକ ନରସିଂହ ମିଶ୍ର ଆଜି ଟ୍ୱିଟ୍ କରିଛନ୍ତି । ଏହି ଘଟଣାରେ ବାରମ୍ବାର ବିଭିନ୍ନ ଅଧୀକାରୀଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲେ ମଧ୍ୟ, କୌଣସି ଆଖି ଦୃଷିଆ ପଦକ୍ଷେପ ଗ୍ରହଣ କରାଯାଇ ନଥିବା ବେଳେ, ଆଜି ଶ୍ରୀ ମିଶ୍ର ନିଜ ଟ୍ୱିଟ ମାଧ୍ୟମରେ ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟର ଦୃଷ୍ଟି ଆକର୍ଷଣ କରିବା ସହ ଦୋଷି ଉପର ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଦାବୀ କରିଛନ୍ତି । ସେ ନିଜର ଟ୍ୱିଟ୍ ରେ କହିଛନ୍ତି ଯେ, ରାଜ୍ୟରେ ସ୍ୱାସ୍ଥ୍ୟ ବ୍ୟବସ୍ଥା ସଂପୁର୍ଣ ଭାଙ୍ଗି ପଡିଛି । ସେହିପରି ବଲାଙ୍ଗିର ଜିଲ୍ଲାରେ ସ୍ୱାସ୍ଥ୍ୟ ବ୍ୟବସ୍ଥା ଶେଷ ନିଦ୍ରାରେ ପଡିଛି । ନବଜାତ ଶିଶୁକୁ ମୁର୍ମୁଷ ଅବସ୍ଥାରେ ଜିବନ ରକ୍ଷା ପାଇଁ ଡାକ୍ତରଖାନାକୁ ନିଆଯାଉଥିବା ବେଳେ ତାକୁ ଡାକ୍ତରଖାନାକୁ ପଶିବାକୁ ଦିଆ ଯାଇ ନାହିଁ । କୋଭିଡ କେଆର ସେନ୍ଟରରେ ମହିଳା ରୋଗିକୁ ଖୋଦ ଡାକ୍ତର ଅସଦାଚରଣ କରୁଛନ୍ତିି । ଏହି ଘଟଣାର ସଜ୍ଞାନ ନେଇ ଦୋଷି ଉପରେ କାଯ୍ୟାନୁଷ୍ଠାନ କରିବା ଦୁରେ ଥାଉ, ସ୍ୱାସ୍ଥ୍ୟ ବିଭାଗ ଓ ପୋଲିସ ଷଡଯନ୍ତ୍ର କରି ପିଡିତାଙ୍କ ମୁହଁ ବନ୍ଦ କରିବାରେ ସଫଳ ହେଉଛନ୍ତି । ଏପରିକି ଘଟଣାର କେସ ମଧ୍ୟ ରେଜିଷ୍ଟର କରାଯାଇ ନାହିଁ । ଏହି ଘଟଣାରେ ବାରମ୍ବାର ଉପରୁ ତଳକୁ ବିଭିନ୍ନ ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲେ ମଧ୍ୟ ଏପର୍ଯ୍ୟନ୍ତ ଦୋଷି ଉପରେ କୌଣସି କାଯ୍ୟାନୁଷ୍ଠାନ ନିଆଯାଇ ନାହିଁ । ଏହି ଘଟଣାରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ।
ପ୍ରକାଶ ଯୋଗ୍ୟ ଯେ, ବଲାଙ୍ଗିର କୋଭିଡ କେଆର ସେଣ୍ଟର ରେ ଚିକିତ୍ସା ପାଇଁ ଜଣେ ମହିଳାଙ୍କୁ ଭର୍ତ୍ତି କରାଯାଇଥିଲା । ଗତ ୪ ତାରିଖ ରାତିରେ ଏକ୍ତ ସେଣ୍ଟର ରେ କାର୍ଯ୍ୟରତ ଡାକ୍ତର ମହିଳାଙ୍କୁ ଯୌନ ନିର୍ଯ୍ୟାତନା ଦେବାର ପ୍ରୟାସ କରିଥିଲେ । ମହିଳା ଜଣକ ପାଟି କରିବାରୁ ଉପସ୍ଥିତ ବିଭିନ୍ନ ରୋଗିଙ୍କ ପରିଜନ ଡାକ୍ତରଙ୍କୁ କାବୁ କରି ପ୍ରଚୁର ମାଡମାରି ଡାକ୍ତରଙ୍କୁ କାନ ଧରି ଉଠବସ କରାଇଥିଲେ । ଡାକ୍ତର ଜଣକ ନିଜର ଭୁଲ ସ୍ୱିକାର କରିବା ପରେ ତାଙ୍କୁ ପୋଲିସକୁ ଜିମା ଦେଇଥିଲେ । ପୋଲିସ ଡାକ୍ତରଙ୍କୁ ରାତି ଅଧିଆ ବଲାଙ୍ଗିର ଆଦର୍ଶ ଥାନାକୁ ଆଣିଥିଲା । ସେଠରେ ଡାକ୍ତର ଓ ପିଡିତାଙ୍କ ପରିବାର ମଧ୍ୟରେ ସଲା ସୁତୁରା ହେଲା ପରେ ,ଡାକ୍ତରଙ୍କ ବିରୁଦ୍ଧରେ କୌଣସି ମୁକଦ୍ଦମା ରଜୁ କରା ନଯାଇ , ଡାକ୍ତରଙ୍କୁ ଛାଡି ଦିଆ ଯାଇଥିଲା । ପରଦିନ ସକାଳୁ ବିଭିନ୍ନ ଗଣ ମାଧ୍ୟମରେ ଏହି ଖବର ପ୍ରକାଶିତ ହେବା ପରେ ଜିଲ୍ଲା ଚିକିତ୍ସା ଅଧୀକାରି କୋଭିଡ କେଆର ସେଣ୍ଟର ଅଧିକାରୀଙ୍କୁ ଏହି ଘଟଣା ଉପରେ ଏକ ରିପୋର୍ଟ ପ୍ରଦାନ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ । କୋଭିଡ କେଆର ସେନ୍ଟର ଅଧିକାରୀ ଏହି ଘଟଣାର ତଦନ୍ତ କରି ଜିଲ୍ଲା ଅଧିକାରୀଙ୍କୁ ଏ ସଂକ୍ରାନ୍ତିୟ ଏକ ରିପୋର୍ଟ ପ୍ରଦାନ କରିଛନ୍ତି । କିନ୍ତୁ ଆଶ୍ଚର୍ଯ୍ୟଜନକଭାବେ ଆଜି ପଯ୍ୟନ୍ତ ଅଭିଯୁକ୍ତ ଡାକ୍ତରଙ୍କ ଉପରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରା ନଯିବା ସୁଚନା ରହିଛି । ତେବେ ଡାକ୍ତର ଜଣକ ଜଣେ ପ୍ରଭାବଶାଳି ପରିବାର ର ହୋଇଥିବା ବେଳେ ଚାପ ପ୍ରୟୋଗ କରି ଘଟଣାରେ ପିଡିତାଙ୍କ ମୁହଁ ବନ୍ଦ କରି ଦିଆଯାଇଛି । ନହେଲେ ଘଟଣାରେ ଡାକ୍ତର ନିଜେ ରୋଗିଙ୍କ ପରିଜନ ଓ ପୋଲିସ ସାମନାରେ କାନ ଧରି ଉଠବସ ହୋଇ ଭୁଲ ମାଗି ଥିବା ବେଳେ ଥାନା କୁ ଆସିଲା ପରେ ହଠାତ କେମିତି ଉକ୍ତ ମାମଲା ରଫା ଦଫା ହେଲା ବୋଲି ଅନେକେ ଅଭିଯୋଗ କରୁଛନ୍ତି ।

ତେବେ ଆସନ୍ତା ୨୯ ତାରିଖରୁ ବିଧାନସଭାର ମୌସୁମି ଅଧିବେଶନ ଆରମ୍ଭ ହେବାକୁ ଯାଉଛି । ବଲାଙ୍ଗିର ପ୍ରଶାସନ କରୋନା ନିୟନ୍ତ୍ରଣରେ ବିଫଳ ହୋଇଥିବା ବେଳେ ଜିଲ୍ଲା ରେ ମହିଳା ସୁରକ୍ଷାକୁ ନେଇ ପ୍ରସ୍ନବାଚି ସୃଷ୍ଟି ହୋଇଛି । ପ୍ରଥମେ ମହିଳା ଅସଦାଚରଣ ମାମଲାରେ ବଲାଙ୍ଗିର ଉପ-ଜିଲ୍ଲାପାଳଙ୍କ ନିଲମ୍ବନ ଓ ପରେ ପରେ କୋଭିଡ କେଆର ସେନ୍ଟର ରେ ଚିକିତ୍ସିତ ମହିଳାଙ୍କ ଉପରେ ଡାକ୍ତରଙ୍କ ଯୌନ ନିର୍ଯ୍ୟାତନା ଘଟଣା ଚାପି ଦେବାକୁ ପୋଲିସ ପ୍ରଶାସନର ଷଡଯନ୍ତ୍ର । ଘଟଣାରେ ଯଦି ତୁରନ୍ତ ଆଖି ଦୃଷିଆ ପଦକ୍ଷେପ ଗ୍ରହଣ କରାନ ଯାଏ, ତେବେ ଏହି ପ୍ରସଂଗ ଗୁଡିକୁ ନେଇ ବିଧାନସଭାର ମୌସୁମି ଅଧିବେଶନ କମ୍ପିବାର ଯଥେଷ୍ଠ ସମ୍ଭାବନା ରହିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking