27.1 C
Bhubaneswar
Thursday, April 25, 2024
Homeଦେଶ ବିଦେଶପ୍ରକାଶ ପାଇଲା ସିବିଏସଇ ଦଶମ ରେଜଲ୍ଟ

ପ୍ରକାଶ ପାଇଲା ସିବିଏସଇ ଦଶମ ରେଜଲ୍ଟ

ନୂଆଦିଲ୍ଲୀ : ସିବିଏସଇ ଦଶମ ଶ୍ରେଣୀ ରେଜଲ୍ଟ ପ୍ରକାଶ ପାଇଛି । www.cbse.nic.in , cbseresults.nic.inରେ ରେଜଲ୍ଟ ଦେଖାଯାଇପାରିବ । ଏନେଇ କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରୀ ରମେଶ ପୋଖରିଆଲଟ୍ୱିଟ କରି ସୂଚନା ପ୍ରଦାନ କରିଛନ୍ତି । ଏଥିସହ ସମସ୍ତ ଛାତ୍ରଛାତ୍ରୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।
ସର୍ବଭାରତୀୟ ସ୍ତରରେ ମୋଟ ପାସ୍ ହାର ୯୨.୪୬ ପ୍ରତିଶତ ରହିଛି । ଗତ ବର୍ଷର ପାସ୍ ହାର ୯୧.୧୦% ପ୍ରତିଶତ ଥିଲା । ଏବର୍ଷ ୦.୩୬% ବୃଦ୍ଧି ପାଇଛି । ଭୁବନେଶ୍ୱର ରିଜିଅନରେ ପାସ୍ ହାର ୯୩.୨୦ ପ୍ରତିଶତ ରହିଛି । ତ୍ରିଭେନ୍ଦମ ରିଜିଅନରେ ସର୍ବାଧିକ ୯୯.୨୮% ପିଲା ପାସ୍ କରିଛନ୍ତି । ଗୌହାଟି ରିଜିଅନରେ ସର୍ବନିମ୍ନ ୭୯.୧୨% ପିଲା ପାସ କରିଛନ୍ତି ।
ପାସ୍ ହାରରେ ଛାତ୍ରଙ୍କୁ ପଛରେ ପକାଇଛନ୍ତି ଛାତ୍ରୀ । ୯୩.୩୧ ପ୍ରତିଶତ ଛାତ୍ରୀ ଓ ୯୦.୧୪ ଛାତ୍ର ପାସ୍ କରିଛନ୍ତି । କେନ୍ଦ୍ରୀୟ ବିଦ୍ୟାଳୟର ସର୍ବାଧିକ ୯୯.୨୩% ପ୍ରତିଶତ ପିଲା ପାସ୍ କରିଛନ୍ତି । ନବୋଦୟ ସ୍କୁଲର ୯୮.୬୬% ଓ ଘରୋଇ ସ୍କୁଲର ୯୨.୮୧% ପ୍ରତିଶତ ପିଲା ପାସ୍ କରିଛନ୍ତି ।
ଚଳିତବର୍ଷ ୧୭ଲକ୍ଷ ଛାତ୍ରଛାତ୍ରୀ ପରୀକ୍ଷା ଦେଇଛନ୍ତି । ଫେବ୍ରୁଆରୀ ୧୫ରୁ ମାର୍ଚ୍ଚ ୧୯ ମଧ୍ୟରେ ପରୀକ୍ଷା ହୋଇଥିଲା । କରୋନା ପାଇଁ ମାର୍ଚ୍ଚ ୨୦ରେ ହେବାକୁ ଥିବା ପରୀକ୍ଷା ଘୁଞ୍ଚିଥିଲା । ଉଲ୍ଲେଖଯୋଗ୍ୟ ଯେ ଚଳିତଥର ଦ୍ୱାଦଶରେ ୧୧ଲକ୍ଷ ୯୨ହଜାର ୯୬୧ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିବା ବେଳେ ୧୦ଲକ୍ଷ ୫୯ହଜାର ୮୦ଜଣ ପାସ ହୋଇଥିଲେ । ଗତକାଲି ସିବିଏସଇର ଦ୍ୱାଦଶ ପରୀକ୍ଷା ଫଳ ପ୍ରକାଶ ପାଇଥିଲା ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking