39.4 C
Bhubaneswar
Thursday, April 18, 2024
Homeଓଡିଶାପ୍ରକାଶ ପାଇଲା ସିବିଏସଇ ଦ୍ୱାଦଶ ପରୀକ୍ଷା କାର୍ଯ୍ୟସୂଚୀ

ପ୍ରକାଶ ପାଇଲା ସିବିଏସଇ ଦ୍ୱାଦଶ ପରୀକ୍ଷା କାର୍ଯ୍ୟସୂଚୀ

ଭୁବନେଶ୍ୱର: ସିବିଏସଇ ଦ୍ୱାଦଶ ଶ୍ରେଣୀ ପରୀକ୍ଷା ପାଇଁ ଆଜି କାର୍ଯ୍ୟସୂଚୀ ପ୍ରକାଶ ପାଇଛି । ଜୁଲାଇ ୧ରେ ହୋମ ସାଇନ୍ସରୁ ବାକି ଥିବା ପରୀକ୍ଷା ଆରମ୍ଭ ହେବ ବୋଲି ସୂଚନା ମିଳିଛି । ତେବେ ଜୁଲାଇ ୧ ତାରିଖରୁ ଆରମ୍ଭ ଏହା ଆରମ୍ଭ ହୋଇ ସୋସିଓଲୋଜୀରେ ବାକି ଥିବା ପରୀକ୍ଷା ଶେଷ ହେବ ବୋଲି ସୂଚନା ମିଳିଛି । ତେବେ ମହାମାକୀ କରୋନାକୁ ଦୃଷ୍ଟିରେ ରଖି ଏହି ପରୀକ୍ଷା ପାଇଁ ଛାତ୍ରଛାତ୍ରୀଙ୍କ ପ୍ରତି ସିବିଏସଇ ଗାଇଡଲାଇନ ମଧ୍ୟ ଜାରି କରିଛି । ଗାଇଡଲାଇନ ଅନୁସାରେ, ସବୁ ପରୀକ୍ଷାର୍ଥୀ ସ୍ୱଚ୍ଛ ବୋତଲରେ ନିଜ ସାନିଟାଇଜର ଆଣିବେ । ଏହାସହ ନାକ, ମୁହଁ ଘୋଡାଇବା ପାଇଁ ମାସ୍କ ବ୍ୟବହାର କରିବା ବାଧ୍ୟତାମୂଳକ ରହିବ । ଏହାକୁ ବାଦ ଦେଲେ ସବୁ ପିଲା ନିଜ ନିଜ ଭିତରେ ସାମାଜିକ ଦୂରତ୍ୱ ରଖିବେ ଏବଂ ପିଲା ଅସୁସ୍ଥ ନଥିବା ଅଭିଭାବକ ଜଣାଇବେ ବୋଲି ଗାଇଡଲାଇନରେ ଉଲ୍ଲେଖ ରହିଛି । ଏହାପରେ ଛାତ୍ରଛାତ୍ରୀଙ୍କୁ ୧୦ଟାରୁ ୧୦.୧୫ ଖାତା ଦିଆଯିବା ସହ ୧୦.୧୫ରେ ପ୍ରଶ୍ନପତ୍ର ମଧ୍ୟ ଦିଆଯିବ । ପ୍ରଶ୍ନପତ୍ର ପାଇଲା ପରେ ପିଲା ୧୦.୧୫ରୁ ୧୦.୩୦ ଯାଏଁ ପ୍ରଶ୍ନପତ୍ର ପଢିବେ । ଏହାପରେ ୧୦.୩୦ରେ ତାଙ୍କୁ ଉତ୍ତର ଲେଖିବା ପାଇଁ ଅନୁମତି ମିଳିବ ।
ଅନ୍ୟପଟେ ୨୦ ତାରିଖରୁ ଆରମ୍ଭ ହେବାକୁ ଥିବା ମାଟ୍ରିକ ପରୀକ୍ଷା ଖାତା ଦେଖାକୁ ଗୋଟିଏ ଦିନ ଘୁଞ୍ଚାଯାଇଛି । ୨୦ ବଦଳରେ ୨୧ତାରିଖରୁ ଆରମ୍ଭ ହେବ ମାଟ୍ରିକ ପରୀକ୍ଷା ଖାତା ଦେଖା  ପୂର୍ବ ନିର୍ଦ୍ଧାରିତ ୬୦ଟି କେନ୍ଦ୍ର ରେ ହେବ ମୂଲ୍ୟାୟନ। ଏହାସହ ହାଇକୋର୍ଟଙ୍କ ନିର୍ଦ୍ଦେଶ ମୁତାବକ ୧୦ କିଲୋମିଟର ପରିଧି ଭିତରେ ଥିବା ମୂଲ୍ୟାୟନ କେନ୍ଦ୍ରରେ ହିଁ ଖାତା ଦେଖିବେ ଶିକ୍ଷକ। ଏ ନେଇ ଆଜି ସୂଚନା ପ୍ରଦାନ କରିଛନ୍ତି ସ୍କୁଲ ଓ ଗଣ ଶିକ୍ଷା ମନ୍ତ୍ରୀ  ସମୀର ଦାସ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking