28.1 C
Bhubaneswar
Wednesday, April 24, 2024
Homeଓଡିଶାଫେବୃଆରୀ ୧୫ରୁ ସିବିଏସଇ ଦଶମ , ଦ୍ୱାଦଶ ପରୀକ୍ଷା ଆରମ୍ଭ

ଫେବୃଆରୀ ୧୫ରୁ ସିବିଏସଇ ଦଶମ , ଦ୍ୱାଦଶ ପରୀକ୍ଷା ଆରମ୍ଭ

ଭୁବନେଶ୍ୱର : ସିବିଏସଇ ବା କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ପରିଷଦର ଉଭୟ ମାଟ୍ରିକ ଏବଂ ଦ୍ୱାଦଶ ପରୀକ୍ଷା ଆସନ୍ତା ଫେବୃଆରୀ ୧୫ ତାରିଖରୁ ଆରମ୍ଭ ହେବ। ଫେବୃଆରୀ ୧୫ ରୁ ମାର୍ଚ୍ଚ ୨୦ତାରିଖ ପର‌୍ୟ୍ୟନ୍ତ ଦଶମ ଏବଂ ଫେବୃଆରୀ ୧୫ ରୁ ମାର୍ଚ୍ଚ ୩୦ ତାରିଖ ପର‌୍ୟ୍ୟନ୍ତ ଦ୍ୱାଦଶ ପରୀକ୍ଷା ହେବ ବୋଲି ସିବିଏସଇ ପକ୍ଷରୁ ମଙ୍ଗଳବାର ବିଜ୍ଞପ୍ତି ପ୍ରକାଶ ପାଇଛି। ଉଭୟ ପରୀକ୍ଷା ସକାଳ ୧୦ଟା ୩୦ ର ୁ ଦିନ ୧ଟା ୩୦ ପର‌୍ୟ୍ୟନ୍ତ ଚାଲିବ। ପରୀକ୍ଷାର ଏକ ଘଣ୍ଟା ପୂର୍ବରୁ ଛାତ୍ରଛାତ୍ରୀମାନେ ପରୀକ୍ଷାକେନ୍ଦ୍ରରେ ପହଞô୍ଚବେ। ସକାଳ୧୦ଟାରେ ପରୀକ୍ଷାର୍ଥୀଙ୍କୁ ଉତ୍ତରପତ୍ର ପ୍ରଦାନ କରାଯିବ। ୧୦ଟା ୧୫ରେ ପ୍ରଶ୍ନପତ୍ର ଦିଆଯିବ। ୧୦ଟା ୧୫ରୁ ୧୦ଟା୩୦ ପର‌୍ୟ୍ୟନ୍ତ ୧୫ମିନିଟ ପିଲାଙ୍କୁ ପ୍ରଶ୍ନପତ୍ର ପଢ଼ିବା ଲାଗି ସୁଯୋଗ ଦିଆଯିବ। ଓଡ଼ିଶାରେ ସିବିଏସଇ ଅଧୀନରେ ପରିଚାଳିତ ୨୫୦ଟି ସ୍କୁଲରୁ ଦଶମ ଶ୍ରେଣୀ ଲାଗି ପ୍ରାୟ ୧୮ହଜାର ଛାତ୍ରଛାତ୍ରୀ ଏବଂ ଦ୍ୱାଦଶ ଶ୍ରେଣୀ ପରୀକ୍ଷା ଲାଗି ପ୍ରାୟ ୧୪ହଜାର ୬ଶହ ଛାତ୍ରଛାତ୍ରର ଫର୍ମପୂରଣ କରିଥିବା ଜଣାପଡ଼ିଛି। ମେ’ ୨ୟ ସପ୍ତାହ ମଧ୍ୟରେ ରେଜଲ୍ଟ ପ୍ରକାଶ ପାଇବ ବୋଲି ଅନୁମାନ କରାଯାଉଛି।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking