28.1 C
Bhubaneswar
Friday, March 29, 2024
Homeବ୍ରେକୀଙ୍ଗଫେବୃୟାରୀ ୨ରେ ଘୋଷଣା ହେବ ସିବିଏସଇ ବୋର୍ଡ ପରୀକ୍ଷା ଡେଟସିଟ୍‌

ଫେବୃୟାରୀ ୨ରେ ଘୋଷଣା ହେବ ସିବିଏସଇ ବୋର୍ଡ ପରୀକ୍ଷା ଡେଟସିଟ୍‌

ନୂଆଦିଲ୍ଲୀ: ସେଣ୍ଟ୍ରାଲ ବୋର୍ଡ ଅଫ୍ ସେକେଣ୍ଡାରୀ ଏଜୁକେସନ (ସିବିଏସଇ) ଆସନ୍ତା ଦଶମ ଶ୍ରେଣୀ ଓ ଦ୍ୱାଦଶ ବୋର୍ଡ ପରୀକ୍ଷା ଫେବୃୟାରୀ ୨ ତାରିଖ ମଙ୍ଗଳବାର ଘୋଷଣା ହେବ ବୋଲି ସୂଚନା ପ୍ରଦାନ କରିଛନ୍ତି ଶିକ୍ଷା ମନ୍ତ୍ରୀ ରମେଶ ପୋଖରୀଆଲ ନିଶଙ୍କ । ସେ କହିଛନ୍ତି, ଛାତ୍ରଛାତ୍ରୀଙ୍କ ୪୫ ବର୍ଷର ରେକର୍ଡ କୁ ସିବିଏସଇ ଡିଜିଟାଲାଇଜ କରିବ । ମାର୍ଚ୍ଚ ୧ ତାରିଖରୁ କାର୍ଯ୍ୟକାରୀ ହେବାକୁ ଥିବା ଏହି ନଳ୍ପଚ୍ଛନ ବ୍ୟବସ୍ଥାକୁ ନୂତନ ଜାତୀୟ ଶିକ୍ଷା ନୀତିରେ ବ୍ୟବସ୍ଥାପିତ ସଂସ୍କାର ପାଇଁ ବିଭିନ୍ନ ସୁପାରିଶ ଅନୁଯାୟୀ ପୁନଃନିର୍ମାଣ କରାଯାଇଛି । ଶିକ୍ଷାମନ୍ତ୍ରୀ ପୂର୍ବରୁ ଦଶମ ଓ ଦ୍ୱାଦଶ ଶ୍ରେଣୀ ବୋର୍ଡ ପରୀକ୍ଷା ପାଇଁ ତାରିଖ ଘୋଷଣା କରିସାରିଛନ୍ତି । ମେ ୪ ତାରିଖରୁ ଜୁନ ୧୦, ୨୦୨୧ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ । ସେହିଭଳି ମାର୍ଚ୍ଚ ୧ରୁ ପ୍ରାକ୍ଟିକାଲ ପରୀକ୍ଷା ଅନୁଷ୍ଠିତ ହେବ ଏବଂ ବୋର୍ଡ ପରୀକ୍ଷା ଫଳାଫଳ ଜୁଲାଇ ୧୫ ସୁଦ୍ଧା ଘୋଷଣା କରାଯିବ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking