26.1 C
Bhubaneswar
Friday, March 29, 2024
Homeଦେଶ ବିଦେଶ୩୦-୩୦-୪୦ ଫର୍ମୂଲାରେ ମୂଲ୍ୟାୟନ ହେବ ସିବିଏସଇ ଦ୍ୱାଦଶ ପରୀକ୍ଷା ଫଳ

୩୦-୩୦-୪୦ ଫର୍ମୂଲାରେ ମୂଲ୍ୟାୟନ ହେବ ସିବିଏସଇ ଦ୍ୱାଦଶ ପରୀକ୍ଷା ଫଳ

ନୂଆଦିଲ୍ଲୀ: ସିବିଏସ୍‌ଇ ବୋର୍ଡର ଦ୍ୱାଦଶ ମାର୍କସିଟ୍ ପ୍ରସ୍ତୁତ କରିବାକୁ ନେଇ ଗଠିତ ୧୩ ଜଣିଆ କମିଟି ଗୁରୁବାର ସୁପ୍ରିମକୋର୍ଟରେ ରିପୋର୍ଟ ଦାଖଲ କରିଛି । ସିବିଏସଆଇ କହିଛି ଯେ, ଦଶମ, ଏକାଦଶ ଓ ଦ୍ୱାଦଶର ପ୍ରି ବୋର୍ଡର ଫଳାଫଳ ଦ୍ୱାଦଶ ଫାଇନାଲ ରେଜଲ୍ଟର ଆଧାର ହେବ । ସୁପ୍ରିମକୋର୍ଟରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ଆଟର୍ଣ୍ଣିଂ ଜେନେରାଲ କହିଛନ୍ତି ଯେ, ଜୁଲାଇ ୩୧ ତାରିଖରେ ସିବିଏସଇର ରେଜଲ୍ଟ ପ୍ରକାଶ ପାଇବ । ତେବେ ସିବିଏସଇ ଦ୍ୱାଦଶ ଶ୍ରେଣୀ ପିଲାଙ୍କ ବିକଳ୍ପ ମୂଲ୍ୟାୟନ ପଦ୍ଧତି ପ୍ରସଙ୍ଗରେ ଦାଖଲ ହୋଇଥିବା ରିପୋର୍ଟ ମୁତାବକ, ଦଶମରୁ ୩୦%, ଏକାଦଶ ପ୍ରଦର୍ଶନରୁ ୩୦% ନମ୍ବର ଦିଆଯିବ । ଦଶମ ଓ ଏକାଦଶର ୩ଟି ଲେଖାଏଁ ବିଷୟର ସର୍ବାଧିକ ନମ୍ବର ବିଚାର ହେବ। ଦ୍ୱାଦଶ ଶ୍ରେଣୀ ୟୁନିଟ୍, ଟର୍ମ ଓ ପ୍ରାକ୍ଟିକାଲରୁ ୪୦% ନମ୍ବର ଦିଆଯିବ ।

ବିକଳ୍ପ ମୂଲ୍ୟାୟନ ପଦ୍ଧତି ରିପୋର୍ଟ ନେଇ କୋର୍ଟରେ ଶୁଣାଣି ଜାରି ରହିଛି । ସୁପ୍ରିମକୋର୍ଟରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ତଥ୍ୟ ଦାଖଲ ହୋଇଛି । ​ସିବିଏସଇ ଚୟନ କମିଟିରେ ୩୦-୩୦-୪୦ ଫର୍ମୂଲାରେ ଫଳ ପ୍ରକାଶ କରିବାକୁ ସହମତି ପ୍ରକାଶ ପାଇଛି । ଦଶମ ଓ ଏକାଦଶର ଫଳ ଏବଂ ଦ୍ୱାଦଶ ପ୍ରି-ବୋର୍ଡ ଫଳର ଅନୁଧ୍ୟାନ ହେବ । ସିବିଏସଇର ଚୟନ କମିଟିର ୧୩ ଜଣ ସଦସ୍ୟ ୩୦-୩୦-୪୦ ଫର୍ମୁଲାକୁ ସମର୍ଥନ କରିଛନ୍ତି। ଖୁବଶୀଘ୍ର ସୁପ୍ରିମକୋର୍ଟରେ ରିପୋର୍ଟ ଦାଖଲ କରିବ ସିବିଏସଇ।

ଦଶମ ଏକାଦଶ ମାର୍କକୁ ୩୦ ପ୍ରତିଶତ ଲେଖାଏଁ ପ୍ରାଧାନ୍ୟ ଦିଆଯିବ । ଦ୍ୱାଦଶ ପ୍ରି-ବୋର୍ଡକୁ ୪୦ ପ୍ରତିଶତକୁ ପ୍ରଧାନ୍ୟ ଦିଆଯିବ। କମିଟି ନିଷ୍ପତ୍ତି ନେଇଥିବା ଏହି ଫର୍ମୁଲା ଆଧାରରେ ପିଲାଙ୍କ ଦ୍ୱାଦଶ ପରୀକ୍ଷା ଫଳ ବୋର୍ଡ ସ୍ଥିର କରବ। ଅନ୍ୟପଟେ ଫଳାଫଳରେ ଅସନ୍ତୁଷ୍ଟ ଛାତ୍ରଛାତ୍ରୀଙ୍କ ପାଇଁ ବିକଳ୍ପ ବ୍ୟବସ୍ଥା ମଧ୍ୟ ରଖିଛନ୍ତି ସରକାର । ପରୀକ୍ଷା ଦେବାପାଇଁ ଯେଉଁମାନେ ଆଗ୍ରହୀ ସେମାନେ ପରୀକ୍ଷା ଦେଇପାରିବେ। ତେବେ ସ୍ଥିତି ସ୍ୱାଭାବିକ ହେଲେ ପରୀକ୍ଷା ଦେଇପାରିବେ ଆଗ୍ରହୀ ଛାତ୍ରଛାତ୍ରୀ

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking