32.1 C
Bhubaneswar
Thursday, March 28, 2024
Homeବ୍ରେକୀଙ୍ଗବ୍ୟାଙ୍କରେ ସିବିଆଇ ରେଡ

ବ୍ୟାଙ୍କରେ ସିବିଆଇ ରେଡ

ରାୟଗଡା: ରାୟଗଡା ସହର ସ୍ଥିତ ୟୁନିଅନ ବ୍ୟାଙ୍କ କସ୍ତୁରୀ ନଗର ଶାଖାରେ ସିବିଆଇ ଚଢ଼ାଉ ହୋଇଛି। ଗତକାଲି ସନ୍ଧ୍ୟାରେ ସିବିଆଇ ତରଫରୁ ଏକ ଠକେଇ ମାମଲାରେ ଚଢ଼ାଉ କରାଯାଇଛି। ୪୪ କୋଟି ଟଙ୍କାର ୠଣ ଅର୍ଥ ଠକେଇ ଅଭିଯୋଗରେ ଏହି ଚଢ଼ାଉ ହୋଇଛି। ମିଳିଥିବା ସୂଚନା ପ୍ରକାରେ ୟୁନିଅନ ବ୍ୟାଙ୍କରେ ମିଶ୍ରଣ ପୂର୍ବରୁ ଆନ୍ଧ୍ର ବ୍ୟାଙ୍କ କସ୍ତୁରୀ ନଗର ଶାଖାରୁ ତରୁଣଶ୍ରୀ କଟନ ମିଲ ପକ୍ଷରୁ ୠଣ ନିଆଯାଇଥିଲା। ୠଣ ଓ ସୁଦ୍ଧ ମିଶି ବର୍ତ୍ତମାନ ଏହା ୪୪ କୋଟି ଟଙ୍କାରେ ପହଞ୍ଚିଛି। ତେବେ ୠଣ ଅର୍ଥ ନସୁଝିବା ଯୋଗୁଁ ବ୍ୟାଙ୍କ ପକ୍ଷରୁ ତରୁଣଶ୍ରୀ କଟନ ମିଲର ପ୍ରସ୍ତାବିତ ପ୍ରକଳ୍ପ ସ୍ଥାନକୁ ଜବତ କରାଯାଇଛି। ଏଥିସହ ନିଲାମ ପାଇଁ ମଧ୍ୟ ଘୋଷଣା ହୋଇଛି। ୨୦୧୭ ମସିହାରେ ଏହା ଜବତ ସହ ନିଲାମ ଘୋଷଣା କରାଯାଇଥିଲା। ଆଉ ବର୍ତ୍ତମାନ ୟୁନିଅନ ବ୍ୟାଙ୍କରେ ଆନ୍ଧ୍ର ବ୍ୟାଙ୍କ ମିଶ୍ରଣ ପରେ ସେ ସିବିଆଇରେ ମାମଲା ରୁଜୁ କରାଯାଇଥିଲା। ୟୁନିଅନ ବ୍ୟାଙ୍କର ସମ୍ବଲପୁର ସ୍ଥିତ ଆଞ୍ଚଳିକ ଶାଖା ପକ୍ଷରୁ ଏହି ମାମଲା ରୁଜୁ କରାଯିବା ପରେ ସିବିଆଇ ତଦନ୍ତ ଆରମ୍ଭ ହୋଇଛି। ଏହି ଜାଲିଆତିରେ ବ୍ୟାଙ୍କର କିଛି ପୂର୍ବତନ କର୍ମଚାରୀ ସାମିଲ ଥିବା ଜଣାପଡିଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking